ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

November 21st, 09:57 pm

ଗୁୟାନାର ଜର୍ଜଟାଉନସ୍ଥିତ ଐତିହାସିକ ପ୍ରୋମେନାଡ଼େ ଗାର୍ଡେନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମାନବତାକୁ ଦିଗଦର୍ଶନ ଦେଉଥିବା ବାପୁଙ୍କ ଶାନ୍ତି ଓ ଅହିଂସାର ଶାଶ୍ୱତ ମୂଲ୍ୟକୁ ସେ ସ୍ମରଣ କରିଥିଲେ । ୧୯୬୯ ମସିହାରେ ବାପୁଙ୍କ ଶହେ ତମ ଜନ୍ମ ବାର୍ଷିକୀ ଅବସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।

ଆଜି ସାରା ବିଶ୍ୱବାସୀ ଭାରତ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

October 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।

ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ଯୁବପିଢ଼ୀ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 02nd, 04:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଛୋଟ ସ୍କୁଲ ପିଲାମାନଙ୍କ ସହ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ସେମାନଙ୍କ ସହ କଥା ହୋଇଥିଲେ ।

ଗାନ୍ଧୀ ଜୟନ୍ତୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 02nd, 09:04 am

ଗାନ୍ଧୀ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ

September 29th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।

PM Modi pays homage at Gandhi statue in Kyiv

August 23rd, 03:25 pm

Prime Minister Modi paid homage to Mahatma Gandhi in Kyiv. The PM underscored the timeless relevance of Mahatma Gandhi’s message of peace in building a harmonious society. He noted that the path shown by him offered solutions to present day global challenges.

ଭାରତ-ମାଲେସିଆ ବ୍ୟାପକ ରଣନୈତିକ ଭାଗିଦାରୀ ଉପରେ ମିଳିତ ବିବୃତି

August 20th, 08:39 pm

୨୦ ଅଗଷ୍ଟ ୨୦୨୪ରେ ମାଲେସିଆର ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱର ଇବ୍ରାହିମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଗସ୍ତରେ ଆସିଥିଲେ । ମାଲେସିଆ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଦକ୍ଷିଣ ଏସୀୟ ଅଞ୍ଚଳ ଗସ୍ତ ଏବଂ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା, ଯାହା ସେମାନଙ୍କୁ ବର୍ଦ୍ଧିତ ରଣନୈତିକ ସମ୍ପର୍କର ସମୀକ୍ଷା କରିବାକୁ ଅନୁମତି ଦେଇଥିଲା । ଭାରତ-ମାଲେସିଆ ସମ୍ପର୍କକୁ ବହୁସ୍ତରୀୟ ଓ ବହୁମୁଖୀ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।

ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବା ସଂଗ୍ରାମୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

August 09th, 08:58 am

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀ ମୋଦୀ ମଧ୍ୟ ଭାରତ ଛାଡ଼ ଆନ୍ଦୋଳନର ଏକ ଭିଡିଓ ସେୟାର କରିଛନ୍ତି ।

ଭଦୋହିରେ କଂଗ୍ରେସ-ଏସପି ବିଜୟୀ ହେବାର କୌଣସି ସମ୍ଭାବନା ନାହିଁ: ୟୁପିର ଭଦୋହିରେ ପ୍ରଧାନମନ୍ତ୍ରୀ ମୋଦୀ

May 16th, 11:14 am

ଉତ୍ତରପ୍ରଦେଶର ଭଦୋହିରେ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭଦୋହିରେ ନିର୍ବାଚନ କୁ ନେଇ ଆଜି ସାରା ରାଜ୍ୟରେ ଆଲୋଚନା ଚାଲିଛି। ଲୋକେ ପଚାରୁଛନ୍ତି, ଭଦୋହିରୁ ଏହି ଟିଏମସି ଆସିଲା କେଉଁଠୁ? ପୂର୍ବରୁ ୟୁପିରେ କଂଗ୍ରେସର କୌଣସି ଉପସ୍ଥିତି ନଥିଲା ଏବଂ ସପା ମଧ୍ୟ ସ୍ୱୀକାର କରିଛି ଯେ ଚଳିତ ନିର୍ବାଚନରେ ସେମାନଙ୍କ ପାଇଁ କିଛି ବାକି ନାହିଁ, ତେଣୁ ସେମାନେ ଭଦୋହିରେ ପଡ଼ିଆ ଛାଡିଛନ୍ତି। ସାଥୀଗଣ, ଭଦୋହିରେ ସପା ଓ କଂଗ୍ରେସ ପାଇଁ ଜାମିନ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି, ତେଣୁ ସେମାନେ ଭଦୋହିରେ ରାଜନୈତିକ ପରୀକ୍ଷଣ କରୁଛନ୍ତି।

ସିଏଏ ମୋଦୀଙ୍କ ଗ୍ୟାରେଣ୍ଟିର ପ୍ରମାଣ: ୟୁପିର ଲାଲଗଞ୍ଜରେ ପ୍ରଧାନମନ୍ତ୍ରୀ ମୋଦୀ

May 16th, 11:10 am

ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପିର ଲାଲଗଞ୍ଜରେ ଉତ୍ସାହ ଓ ଉତ୍ସାହଜନକ ଜନସମାଗମ ମଧ୍ୟରେ ଏକ ଶକ୍ତିଶାଳୀ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କ ପ୍ରତି ଲୋକଙ୍କ ଜନସମର୍ଥନ ଓ ଆଶୀର୍ବାଦ ବିଶ୍ୱ ଦେଖୁଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ମଧ୍ୟ ଏବେ ବିଶ୍ୱାସ କରୁଛି, 'ଫିର ଏକ ବାର ମୋଦୀ ସରକାର'।

ଲାଲଗଞ୍ଜ, ଜୌନପୁର, ଭଦୋହି ଏବଂ ପ୍ରତାପଗଡ଼ ୟୁପିରେ ଏକ ଶକ୍ତିଶାଳୀ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

May 16th, 11:00 am

ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲଗଞ୍ଜ, ଜୌନପୁର, ଭଦୋହି ଏବଂ ପ୍ରତାପଗଡ଼ ୟୁପିରେ ଉତ୍ସାହଜନକ ଓ ଉତ୍ସାହଜନକ ଜନସମାଗମ ମଧ୍ୟରେ ଶକ୍ତିଶାଳୀ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କ ପ୍ରତି ଲୋକଙ୍କ ଜନସମର୍ଥନ ଓ ଆଶୀର୍ବାଦ ବିଶ୍ୱ ଦେଖୁଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ମଧ୍ୟ ଏବେ ବିଶ୍ୱାସ କରୁଛି, 'ଫିର ଏକ ବାର ମୋଦୀ ସରକାର'।

The INDI Alliance struggles with a lack of substantial issues: PM Modi in Wardha

April 19th, 06:00 pm

Prime Minister Narendra Modi attended & addressed a public meeting in Wardha, Maharashtra. The PM was enamoured by the audience. The PM too showered his love and admiration on the crowd.

Enthusiasts of Wardha, Maharashtra welcome PM Modi at a public meeting

April 19th, 05:15 pm

Prime Minister Narendra Modi attended & addressed a public meeting in Wardha, Maharashtra. The PM was enamoured by the audience. The PM too showered his love and admiration on the crowd.

କୋଚରବ ଆଶ୍ରମର ଉଦଘାଟନ ଏବଂ ଗୁଜରାଟରେ ସାବରମତୀ ଆଶ୍ରମ ପ୍ରକଳ୍ପର ମାଷ୍ଟର ପ୍ଲାନ୍ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 12th, 10:45 am

ପୂଜ୍ୟ ବାପୁଙ୍କ ଏହି ସାବରମତୀ ଆଶ୍ରମ ସର୍ବଦା ଅତୁଳନୀୟ ଶକ୍ତିର ଏକ ଜୀବନ୍ତ କେନ୍ଦ୍ର ହୋଇ ଆସିଛି । ମୋ ଭଳି ଯଦି କାହାକୁ ଏଠାକୁ ସମୟ ମିଳିଲେ ଏବଂ ଯେତେବେଳେ ବି ମୋ ଭଳି ସମସ୍ତଙ୍କୁ ଏଠାକୁ ଆସିବାର ସୁଯୋଗ ମିଳିବ ସେତେବେଳେ, ବାପୁଙ୍କ ପ୍ରେରଣାକୁ ଆମ ଭିତରେ ସ୍ପଷ୍ଟ ଭାବରେ ଅନୁଭବ କରିପାରିବା, ସତ୍ୟ ଓ ଅହିଂସାର ଆଦର୍ଶ ହେଉ, ଦେଶ ଉପାସନା କରିବାର ସଂକଳ୍ପ ହେଉ, ଗରିବ ଓ ବଞ୍ଚିତଙ୍କ ସେବାରେ ନାରାୟଣ ସେବା କରି ଭାବନା ହେଉ ସାବରମତୀ ଆଶ୍ରମ ବାପୁଙ୍କ ଏହି ମୂଲ୍ୟବୋଧକୁ ଆଜି ବି ବଞ୍ଚାଇ ରଖିଛି। ମୁଁ ଭାଗ୍ୟବାନ ଯେ ଆଜି ମୁଁ ଏଠାରେ ସାବରମତୀ ଆଶ୍ରମର ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛି । ବାପୁଙ୍କ ପୂର୍ବରୁ ଥିବା ପ୍ରଥମ ଆଶ୍ରମ, ଯେତେବେଳେ ଏହା ପ୍ରାଥମିକ ସ୍ତରରେ ପ୍ରତିଷ୍ଠା ହୋଇଥିଲା, ସେହି କୋଚରବ ଆଶ୍ରମ ମଧ୍ୟ ବିକଶିତ ହୋଇଛି ଏବଂ ମୁଁ ଖୁସି ଯେ ଆଜି ଏହା ମଧ୍ୟ ଉଦଘାଟିତ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଗାନ୍ଧିଜୀ କୋଚରବ ଆଶ୍ରମରେ ନିଜର ପ୍ରଥମ ଆଶ୍ରମ ନିର୍ମାଣ କରିଥିଲେ । ଗାନ୍ଧିଜୀ ଏଠାରେ ଚରଖା ଚଳାଉଥିଲେ, ସେ ବଢେଇ କାମ ଶିଖୁଥିଲେ। ଦୁଇ ବର୍ଷ ପର୍ଯ୍ୟନ୍ତ କୋଚରବ ଆଶ୍ରମରେ ରହିବା ପରେ ଗାନ୍ଧିଜୀ ସାବରମତୀ ଆଶ୍ରମକୁ ଚାଲି ଆସିଥିଲେ। ପୁନଃନିର୍ମାଣ ପରେ ଗାନ୍ଧିଜୀଙ୍କ ସେହି ଦିନର ସ୍ମୃତି ଏବେ କୋଚରବ ଆଶ୍ରମରେ ଉନ୍ନତ ଭାବରେ ସଂରକ୍ଷିତ ରହିବ। ଶ୍ରଦ୍ଧାଳୁ ବାପୁଙ୍କ ଚରଣରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରେରଣାଦାୟୀ ସ୍ଥାନର ବିକାଶ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ଗୁଜରାଟର ସାବରମତୀ ଠାରେ କୋଚରବ ଆଶ୍ରମର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 12th, 10:17 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାବରମତୀ ଆଶ୍ରମ ଗସ୍ତ କରି କୋଚରବ ଆଶ୍ରମର ଉଦଘାଟନ କରିବା ସହ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ହୃଦୟ କୁଞ୍ଜ ଯାଇଥିଲେ । ସେ ପ୍ରଦର୍ଶନୀକୁ ଚାଲି ଚାଲି ଦେଖିବା ସହିତ ଏକ ଚାରା ରୋପଣ କରିଥିଲେ ।

ମାର୍ଚ୍ଚ ୧୨ରେ ଗୁଜରାଟ ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

March 10th, 05:24 pm

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨ ରେ ଗୁଜରାଟ ଏବଂ ରାଜସ୍ଥାନ ଗସ୍ତ କରିବେ । ସକାଳ ପ୍ରାୟ ୯ଟା ୧୫ ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଠାରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଏହା ପରେ , ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ସାବରମତୀ ଆଶ୍ରମ ପରିଦର୍ଶନ କରିବେ , ଯେଉଁଠାରେ ସେ କୋଚରବ ଆଶ୍ରମର ଉଦଘାଟନ କରିବେ ଏବଂ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବେ । ଏହାପରେ ରାତି ପ୍ରାୟ ୧ଟା ୪୫ମିନିଟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ପୋଖରାନ ଠାରେ ତ୍ରିସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ 'ଭାରତ ଶକ୍ତି'କୁ ଦେଖିବେ ।

ବିହାରର ବେତିଆଠାରେ ବିକଶିତ ଭାରତ-ବିକଶିତ ବିହାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 06th, 04:00 pm

ମହର୍ଷି ବାଲ୍ମିକୀଙ୍କ କର୍ମଭୂମି, ମାତା ସୀତାଙ୍କ ଶରଣଭୂମି ଏବଂ ଲବ-କୁଶଙ୍କ ଏହି ଭୂମିରେ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି! ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନିତ୍ୟାନନ୍ଦ ରାୟ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀ ଜୀ ଏବଂ ସନ୍ତୋଷ କୁମାର ସୁମନ ଜୀ, ସାଂସଦ ସଞ୍ଜୟ ଜୟସ୍ୱାଲ ଜୀ, ରାଧା ମୋହନ ଜୀ, ସୁନୀଲ କୁମାର ଜୀ, ରମା ଦେବୀ ଜୀ ଏବଂ ସତୀଶ ଚନ୍ଦ୍ର ଦୁବେ ଜୀ। ଅନ୍ୟ ସମସ୍ତ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିହାରର ମୋର ପ୍ରିୟ ଭାଇ ଭଉଣୀମାନେ!

ବିହାରର ବେଟିଆଠାରେ ବିକଶିତ ଭାରତ ବିକଶିତ ବିହାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

March 06th, 03:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟିୟାଠାରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ରେଳ, ସଡ଼କ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

Today our commitment to social justice is reaching to the people of J&K: PM Modi

February 10th, 04:59 pm

Prime Minister Narendra Modi addressed the last sitting of the 17th Lok Sabha. Addressing the House, the Prime Minister said that today’s occasion is significant for India’s democracy. The Prime Minister Modi lauded the efforts of all Members of the 17th Lok Sabha in making important decisions and giving direction to the country. He said that today marks a special occasion to dedicate to the nation the ideological journey and time for its betterment.

ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

February 10th, 04:54 pm

ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଅବସର ଭାରତର ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଦେଶକୁ ଦିଗଦର୍ଶନ ଦେବାରେ ସପ୍ତଦଶ ଲୋକସଭାର ସମସ୍ତ ସଦସ୍ୟଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଏହାର ଉନ୍ନତି ପାଇଁ ଆଦର୍ଶଗତ ଯାତ୍ରା ଏବଂ ସମୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଆଜି ଏକ ସ୍ୱତନ୍ତ୍ର ଅବସର ବୋଲି ସେ କହିଛନ୍ତି। ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ଗତ ୫ ବର୍ଷ ଧରି ମନ୍ତ୍ର ହୋଇଛି, ସେ କହିଲେ ଯେ ଏହା ଆଜି ସମଗ୍ର ଦେଶ ଅନୁଭବ କରିପାରିବ । ସପ୍ତଦଶ ଲୋକସଭାର ପ୍ରୟାସ ପାଇଁ ଭାରତବାସୀ ଆଶୀର୍ବାଦ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ଗୃହର ସମସ୍ତ ସଦସ୍ୟଙ୍କ ଅବଦାନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ସେମାନଙ୍କ ପ୍ରତି, ବିଶେଷ କରି ଗୃହର ବାଚସ୍ପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇବା ସହ ଗୃହର ନିରନ୍ତର ହସଖୁସି, ସନ୍ତୁଳିତ ଏବଂ ନିରପେକ୍ଷ ପରିଚାଳନା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ।