କ୍ୟାବିନେଟ୍ ଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଅନୁମୋଦନ କରିବା ସହ ଏହାକୁ 'ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ' ନାମରେ ନାମିତ କରିଛି

January 05th, 08:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରକ୍ୟାବିନେଟ ବୈଠକରେ ଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେଘୋଷଣା କରିବା ଏବଂ ଏହାକୁ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ ନାମରେ ନାମିତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଅଯୋଧ୍ୟା ଧାମରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

December 30th, 04:50 pm

ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ମହର୍ଷି ବାଲ୍ମିକିଙ୍କ ରାମାୟଣ ହେଉଛି ଜ୍ଞାନର ମାର୍ଗ ଯାହା ଆମକୁ ଶ୍ରୀରାମଙ୍କ ସହ ଯୋଡିଥାଏ । ଆଧୁନିକ ଭାରତର ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଆମକୁ ଅଯୋଧ୍ୟା ଧାମ ଏବଂ ଦିବ୍ୟ ଭବ୍ୟ ରାମ ମନ୍ଦିର ସହିତ ସଂଯୁକ୍ତ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦର ବାର୍ଷିକ ୧୦ ଲକ୍ଷ ଏବଂ ଦ୍ବିତୀୟ ପର୍ଯ୍ୟାୟ ପରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ବାର୍ଷିକ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ।