କୁଶୀନଗରର ମହାପରିନିର୍ବାଣ ସ୍ତୁପରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା

May 16th, 07:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ କୁଶୀନଗର, ଉତ୍ତରପ୍ରଦେଶରେ ସ୍ଥିତ ମହାପରିନିର୍ବାଣ ସ୍ତୁପରେ ପୂଜାର୍ଚ୍ଚନା କରିଥିଲେ । ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ, ନେପାଳ ଗସ୍ତ କରିଥିଲେ ଓ ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଲୁମ୍ବିନୀ ମଠ କ୍ଷେତ୍ରରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ଶିଳାନ୍ୟାସ ସମାରୋହରେ ଭାଗ ନେଇଥିଲେ । ଆନ୍ତର୍ଜାତିକ ସମ୍ମେଳନ କେନ୍ଦ୍ର ଓ ଲୁମ୍ବିନୀ ସ୍ଥିତ ଧ୍ୟାନ ହଲରେ ଆୟୋଜିତ ୨୫୬୬ତମ ବୁଦ୍ଧ ଜୟନ୍ତୀ ସମାରୋହରେ ମଧ୍ୟ ଶ୍ରୀ ମୋଦୀ ଭାଗ ନେଇଥିଲେ ।