ବାରାଣସୀଠାରେ କାଶୀ ତାମିଲ ସଙ୍ଗମମ୍ ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 19th, 07:00 pm

କାର୍ଯ୍ୟକ୍ରମରେ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଶ୍ରୀ ଏଲ ମୁରୁଗନ ମହାଶୟ, ପୂବତର୍ନ କେନ୍ଦ୍ରୀୟ ମନ୍ତ୍ରୀ ପାଁନ ରାଧାକୃଷ୍ଣ ମହାଶୟ, ବିଶ୍ୱ ପ୍ରସିଦ୍ଧ ସଙ୍ଗୀତକାର ଏବଂ ରାଜ୍ୟସଭାର ସଦସ୍ୟ ଇଲୈଈରାଜା ମହାଶୟ, ବିଏଚୟୁର କୁଳପତି ସୁଧୀର ଜୈନ, ଆଇଆଇଟି ମଦ୍ରାସର ନିଦେ୍ର୍ଦଶକ ପ୍ରଫେସର କାମାକୋଟ୍ଟୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ ଏବଂ ତାମିଲନାଡ଼ୁରୁ କାଶୀକୁ ଆସିଥିବା ମୋର ସମସ୍ତ ସମ୍ମାନିତ ଅତିଥିଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,

ଉତ୍ତରପ୍ରଦେଶର ବାରଣାସୀ ଠାରେ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 19th, 02:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ୍‌’କୁ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଶିକ୍ଷା କେନ୍ଦ୍ର, ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ବହୁଦିନର ପୁରୁଣା ସମ୍ପର୍କକୁ ପାଳନ କରିବା, ପୁନଃ ନିଶ୍ଚିତ କରିବା ଏବଂ ପୁନଃ ଆବିଷ୍କୃତ କରିବା । ତାମିଲନାଡୁର ୨୫୦୦ରୁ ଅଧିକ ପ୍ରତିନିଧି କାଶୀ ଗସ୍ତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ୧୩ ଟି ଭାଷାରେ ଅନୁବାଦ ସହିତ ଏକ ପୁସ୍ତକ ‘ତିରୁକ୍କୁରୁଲ୍‌’ର ମଧ୍ୟ ଉନ୍ମୋଚନ କରିଥିଲେ । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରତୀ ମଧ୍ୟ ଦେଖିଥିଲେ ।

ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ/ଲୋକାର୍ପଣ/ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 14th, 11:31 am

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ତାମିଲନାଡ଼ୁରେ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

February 14th, 11:30 am

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନବୋନ୍ମେଷ ଏବଂ ସ୍ୱଦେଶୀ ବିକାଶର ପ୍ରତୀକ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତାମିଲନାଡ଼ୁର ବିକାଶକୁ ଆହୁରି ପ୍ରୋତ୍ସାହନ ମିଳିପାରିବ। ସେ କହିଥିଲେ ଯେ ତାଞ୍ଜାଭୁର ଏବଂ ପୁଦୁକ୍କୋଟ୍ଟଇକୁ ବିଶେଷ ଭାବେ ଲାଭ ମିଳିବ। କାରଣ ଏଠାରେ ଆଜି 636 କିମି ଲମ୍ବ ଗ୍ରାଣ୍ଡ ଆନିକଟ କେନାଲ ପ୍ରଣାଳୀର ଆଧୁନିକୀକରଣ କରିବା ଲାଗି ଶିଳାନ୍ୟାସ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପ ଫଳରେ ବ୍ୟାପକ ପ୍ରଭାବ ପଡ଼ିବ। ଏହା ଦ୍ୱାରା 2.27 ଲକ୍ଷ ଏକ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟର ରେକର୍ଡ ଉତ୍ପାଦନ ଏବଂ ଜଳସମ୍ପଦର ଉଚିତ ଉପଯୋଗ ଲାଗି ତାମିଲନାଡ଼କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗ୍ରାଣ୍ଡ ଆନିକଟ ଆମର ଗୌରବଶାଳୀ ଅତୀତର ଏକ ଜୀବନ୍ତ ପ୍ରମାଣ। ଏହା ଆମ ଦେଶର ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପାଇଁ ଏକ ପ୍ରେରଣା ମଧ୍ୟ। ପ୍ରଧାନମନ୍ତ୍ରୀ ତାମିଲ କବି ଅବ୍ବୟାରଙ୍କ ଉଦାହରଣ ଦେଇ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଥିଲେ, କାରଣ ଏହା କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ, ବରଂ ଏକ ବିଶ୍ୱ ପ୍ରସଙ୍ଗ। ସେ ‘ପ୍ରତି ବୁନ୍ଦା ଅଧିକ ଫସଲ (ୱାନ ଡ୍ରପ୍ ମୋର କ୍ରପ୍) ମନ୍ତ୍ରକୁ ମନେ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ଫେବୃଆରୀ 14 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ

February 12th, 06:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଫେବୃଅ।ରୀ, 2021 ରେ ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ 11.15 ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଚେନ୍ନାଇଠାରେ ସେନାକୁ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ (MK-1A) ହସ୍ତାନ୍ତର କରିବେ । ଅପରାହ୍ନ ପ୍ରାୟ ତିନିଟାରେ ପ୍ରଧାନମନ୍ତ୍ରୀ କୋଚି ଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ସମ୍ପୃକ୍ତ ରାଜ୍ୟର ଅଭିବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ ଗତି ଯୋଗାଇବ ଏବଂ ପୂର୍ଣ୍ଣ ବିକାଶ ସମ୍ଭାବନା ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ।

ଆଇଆଇଟି ମାଡ୍ରାସର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 30th, 12:12 pm

ତାମିଲନାଡ଼ୁ ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏଦାପାଦୀ କେ ପାଲାନିସ୍ୱାମୀଜୀ, ମୋ ସହଯୋଗୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଜୀ, ତାମିଲନାଡୁ ଉପ ମୁଖ୍ୟମନ୍ତ୍ରୀ ପନୀରସେଲଭମ ଜୀ, ଆଇଆଇଟି ମାଡ୍ରାସର ଅଧ୍ୟକ୍ଷ, ବୋର୍ଡ଼ ଅଫ ଗଭର୍ଣ୍ଣର୍ସର ସଦସ୍ୟଗଣ, ନିର୍ଦ୍ଦେଶକ, ଏହି ମହାନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଗଣ, ଆମନ୍ତ୍ରିତ ବିଶିଷ୍ଟ ଅତିଥିବୃନ୍ଦ ଏବଂ ମୋର ଯୁବ ବନ୍ଧୁଗଣ ଯେଉଁମାନେ ଆଜି ସେମାନଙ୍କର ସୁବର୍ଣ୍ଣ ଭବିଷ୍ୟତର ଦ୍ୱାର ଦେଶରେ ଦଣ୍ଡାୟମାନ । ଆଜି ଏଠାକୁ ଆସି ଆପଣମାନଙ୍କ ଗହଣରେ ଉପସ୍ଥିତ ହେବା ମୋ ପାଇଁ ଅତି ଆନନ୍ଦର କଥା ।

ଆଇଆଇଟି ମାଡ୍ରାସର 56ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଦନ

September 30th, 12:11 pm

ଆପଣମାନେ ଯେଉଁ ସ୍ଥାନରେ କାର୍ଯ୍ୟ କରନ୍ତୁ, ରୁହନ୍ତୁ ପଛେ ମାତୃଭୂମିର ଆବଶ୍ୟକତାକୁ ସବୁବେଳେ ଧ୍ୟାନରେ ରଖନ୍ତୁ ବୋଲି ମାଡ୍ରାସସ୍ଥିତ ଭାରତୀୟ ପ୍ରଦ୍ୟୋଗିକୀ ସଂସ୍ଥାନର 56ତମ ସମାବର୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।