ବିଶ୍ୱର କୋଣ ଅନୁକୋଣରେ ଯୋଗର ପହଂଚ ସୁନିଶ୍ଚିତ କରିବାକୁ ଆମକୁ ପ୍ରୟାସ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ
June 21st, 08:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କହିଛନ୍ତି ଯେ ,ଯୋଗର ଯେଉଁ ମୌଳିକ ତତ୍ୱ ଜ୍ଞାନ ରହିଛି, ମୌଳିକ ସିଦ୍ଧାନ୍ତ ରହିଛି, ତାହାକୁ ବଜାୟ ରଖି, ଯୋଗ ଜନ-ଜନଙ୍କ ପାଖରେ ପହଞ୍ଚୁ, ଅବିରତ ପହଞ୍ଚୁ ଆଉ ନିରନ୍ତର ପହଞ୍ଚୁ, ଏହା କରିବାର ଆବଶ୍ୟକତା ରହିଛି। ଆଉ ଏହି କାର୍ଯ୍ୟ ଯୋଗ ସହିତ ଜଡ଼ିତ ଲୋକମାନଙ୍କୁ ଯୋଗର ଆଚାର୍ଯ୍ୟମାନଙ୍କ, ଯୋଗ ପ୍ରଚାରକମାନଙ୍କ ସହିତ ମିଳିମିଶି କରିବା ଉଚିତ।ଆଜି ଯେତେବେଳେ ସମଗ୍ର ବିଶ୍ୱ କୋଭିଡ ମହାମାରୀ ବିରୁଦ୍ଧରେ ଲଢ଼ୁଛି ,ଯୋଗ ଏକ ଆଶାର କିରଣରେ ପରିଣତ ହୋଇଛି:ପ୍ରଧାନମନ୍ତ୍ରୀ ମୋଦୀ
June 21st, 08:37 am
ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମହାମାରୀ ସମୟରେ ଯୋଗର ଭୂମିକା ବିଷୟରେ ଉଲ୍ଲେଖ କରିଛନ୍ତି ।ଆନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 21st, 06:42 am
ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି, ସେତେବେଳେ ଯୋଗ ଆଶାର କିରଣ ପାଲଟିଛି। ଦୁଇ ବର୍ଷ ଧରି ସାରା ବିଶ୍ୱର ବିଭିନ୍ନ ଦେଶ ଏବଂ ଭାରତରେ ଯଦିଓ ବଡ଼ ବଡ଼ ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ, କିନ୍ତୁ ଯୋଗ ଦିବସ ପ୍ରତି ଉତ୍ସାହ ଟିକେ ମଧ୍ୟ କମି ନାହିଁ। କରୋନା ସତ୍ୱେ ମଧ୍ୟ, ଚଳିତ ଥର ଯୋଗ ଦିବସର ବିଷୟ ବସ୍ତୁ ‘ସୁସ୍ଥତା ପାଇଁ ଯୋଗ’ କୋଟି କୋଟି ଲୋକଙ୍କ ମଧ୍ୟରେ ଯୋଗ ପ୍ରତି ଉତ୍ସାହକୁ ମଧ୍ୟ ଆହୁରି ବୃଦ୍ଧି କରିଛି। ମୁଁ ଆଜି ଯୋଗ ଦିବସ ଅବସରରେ ଏହି କାମନା କରୁଛି ଯେ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସମାଜ ଏବଂ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରୁହନ୍ତୁ, ସମସ୍ତେ ଏକାଠି ମିଶି ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟନ୍ତୁ।ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 21st, 06:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା ଏବଂ ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା। ଆଜି ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ।