'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ
September 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।ମହାରାଷ୍ଟ୍ରର ୱାର୍ଦ୍ଧାରେ ଜାତୀୟ 'ପିଏମ୍ ବିଶ୍ୱକର୍ମା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 20th, 11:45 am
ଦୁଇ ଦିନ ତଳେ ଆମେ ସମସ୍ତେ ବିଶ୍ୱକର୍ମା ପୂଜା ପାଳନ କରିଥିଲୁ। ଆଉ ଆଜି ୱାର୍ଦ୍ଧାର ପବିତ୍ର ଭୂମିରେ ଆମେ ପିଏମ ବିଶ୍ୱକର୍ମା ଯୋଜନାର ସଫଳତାର ଉତ୍ସବ ପାଳନ କରୁଛୁ । ଆଜିର ଦିନଟି ମଧ୍ୟ ବିଶେଷ, କାରଣ ୧୯୩୨ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତିର ଏହି ଉତ୍ସବ, ବିନୋବା ଭାବେ ଜୀ ଙ୍କର ଏହି ସାଧନାସ୍ଥଳୀ, ମହାତ୍ମା ଗାନ୍ଧୀଙ୍କର କର୍ମଭୂମି,ୱାର୍ଧାର ଏହି ଭୂମି, ସଫଳତା ଓ ପ୍ରେରଣାର ଏମିତି ସଂଗମ, ଯାହାକି ଭାରତର ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ। ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଆମେ କଠିନ ପରିଶ୍ରମ ମାଧ୍ୟମରେ ସମୃଦ୍ଧି, ଏହାର ଦକ୍ଷତାକୁ ଏକ ଉନ୍ନତ ଭବିଷ୍ୟତର ଯେଉଁ ସଙ୍କଳ୍ପ ନେଇଛୁ, ୱାର୍ଦ୍ଧାରେ ବାପୁଙ୍କ ପ୍ରେରଣା ସେହି ସଂକଳ୍ପଗୁଡ଼ିକୁ ସଫଳତାର ସହ ନେବାରେ ମାଧ୍ୟମ ହେବ । ଏହି ଅବସରରେ ମୁଁ ଏହି ଯୋଜନା ସହ ଜଡ଼ିତ ସମସ୍ତ ଜନସାଧାରଣ, ଦେଶର ସମସ୍ତ ହିତାଧିକାରୀଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଉଛି ।ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 20th, 11:30 am
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ 'ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ' ଯୋଜନା ଏବଂ 'ପୁଣ୍ୟଶ୍ଲୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା'ର ଶୁଭାରମ୍ଭ କରିଥିଲେ। ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଏବଂ ଋଣ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ପ୍ରଗତିର ଏକ ବର୍ଷ ପୂର୍ତ୍ତି ଅବସରରେ ସମର୍ପିତ ଏକ ସ୍ମାରକୀ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ । ଶ୍ରୀ ମୋଦୀ ମହାରାଷ୍ଟ୍ରର ଅମରାବତୀଠାରେ ପ୍ରଧାନମନ୍ତ୍ରୀ ମେଗା ସମନ୍ୱିତ ଟେକ୍ସଟାଇଲ୍ ରିଜିୟନ୍ସ ଆଣ୍ଡ୍ ଆପାରେଲ୍ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ପଦଯାତ୍ରା କରିଥିଲେ।Prime Minister joins Ganesh Puja at residence of Chief Justice of India
September 11th, 11:12 pm
The Prime Minister, Shri Narendra Modi participated in the auspicious Ganesh Puja at the residence of Chief Justice of India, Justice DY Chandrachud.ଗଣେଶ ଚତୁର୍ଥୀ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 07th, 09:00 am
ଗଣେଶ ଚତୁର୍ଥୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।