ଲିସବନଠାରେ ପ୍ରଧାନମନ୍ତ୍ରୀଙ୍କ ଚମ୍ପାଲିମାଉଦ ନ୍ୟାସ ପରିଦର୍ଶନ
June 24th, 09:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନସ୍ଥିତ ଚମ୍ପାଲିମାଉଦ ନ୍ୟାସ ପରିଦର୍ଶନ କରିଛନ୍ତି । ଚମ୍ପାଲିମାଉଦ ନ୍ୟାସ ଏକ ଘରୋଇ ବାୟୋମେଡିକାଲ ଗବେଷଣା ପ୍ରତିଷ୍ଠାନ । ଏଠାରେ ଅତ୍ୟାଧୁନିକ କ୍ୟାନସର ଗବେଷଣା କରାଯାଉଛି ଏବଂ ଏ ସଂକ୍ରାନ୍ତ ଗବେଷଣାଲବଧ ଜ୍ଞାନକୌଶଳ ସମ୍ପର୍କୀତ ତଥ୍ୟାବଳୀ ଯୋଗାଇ ଦିଆଯାଉଛି । ମେଡିକାଲ କେୟାର କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ଗବେଷଣାର ସୁଯୋଗ ରହିଛି ।ଭାରତ ଓ ପର୍ତ୍ତୁଗାଲ : ଗଭୀର ସମୁଦ୍ରଠାରୁ ସୁଦୂର ମହାକାଶ ପର୍ଯ୍ୟନ୍ତ ସହଯୋଗ ସ୍ଥାପନ
June 24th, 09:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲିସବନ ଗସ୍ତ ଅବସରରେ ଭାରତ-ପର୍ତ୍ତୁଗାଲ ମହାକାଶ ସହଯୋଗ ଏବଂ ଭାଗିଦାରୀତାଭିତ୍ତିକ ଗବେଷଣା ପାଇଁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଫଳରେ ପର୍ତ୍ତୁଗାଲ ସହ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ ବୃଦ୍ଧି ପାଇବ । ଆଜୋର୍ସ ଦ୍ୱୀପପୁଞ୍ଜ ଠାରେ ଏକ ନବସୃଜନ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଏହା ସହାୟକ ହେବ । ଏହା ଆଟଲାଣ୍ଟିକ ଅନ୍ତରାଷ୍ଟ୍ରୀୟ ଗବେଷଣା କେନ୍ଦ୍ର ଭାବେ ନାମିତ ହେବ ।ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ କୋଷ୍ଟା
June 24th, 08:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନଠାରେ ଏକ ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲ - ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବର ଶୁଭାରମ୍ଭ କରିଛନ୍ତି । ଷ୍ଟାର୍ଟ-ଅପ ଇଣ୍ଡିଆ ଦ୍ୱାରା ଏହି ଉଦ୍ୟମକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଷ୍ଟାର୍ଟ-ଅପ ପର୍ତ୍ତୁଗାଲ ଏହାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ରାଷ୍ଟ୍ରଙ୍କ ପାରସ୍ପରିକ ସହଯୋଗକ୍ଷମ ଉଦ୍ୟୋଗ ସହଭାଗୀତା ସୃଷ୍ଟି କରିବାରେ ସହାୟକ ହେବ ।PM Modi arrives in Portugal
June 24th, 05:13 pm
PM Narendra Modi arrived in Lisbon, Portugal. This marked the first leg of his three-nation tour. The PM would meet PM Antonio Costa and hold bilateral level talks to further escalate India-Portugal ties in host of sectors.