ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି
February 29th, 09:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଚିତାବାଘଙ୍କ ବଢ଼ିଥିବା ସଂଖ୍ୟାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଚିତାବାଘ ସଂଖ୍ୟାରେ ଏହି ଉଲ୍ଲେଖନୀୟ ବୃଦ୍ଧି ଜୈବ ବିବିଧତା ପ୍ରତି ଭାରତର ଅତୁଟ ସମର୍ପଣର ପ୍ରମାଣ ।ମହୀଶୂର ବ୍ୟାଘ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ଉଦଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 09th, 01:00 pm
ସର୍ବ ପ୍ରଥମେ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି ଯେ, ସକାଳ 6ଟାରୁ ଚାଲି ଯାଇଥିଲି ମୁଁ ଭାବିଥିଲି ଯେ ଠିକ ସମୟରେ ଜଙ୍ଗଲ ଭ୍ରମଣ କରି ଫେରିଆସିବି କିନ୍ତୁ ମୋତେ ଆସିବାରେ 1 ଘଣ୍ଟ। ବିଳମ୍ବ ହୋଇଗଲା । ଆପଣ ସମସ୍ତଙ୍କୁ ପ୍ରତୀକ୍ଷା କରିବାକୁ ପଡିଲା ଏଥିପାଇଁ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି । ମୋ କଥା, ପ୍ରଥମେ ଆମେ ଏ ଯେଉଁ ବାଘ ସଂଖ୍ୟା ସଂଖ୍ୟାକୁ ଆମେ ଛୁଇଁଛେ, ଯାହା ଦେଖୁଛେ, ଆମର ଏହି ବାଘଙ୍କ ପରବାରର ଯେଉଁ ବିସ୍ତାର ହେଉଛି, ଏହା ହେଉଛି ଗୌରବମୟ ମୁହୂର୍ତ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ବାଘଙ୍କ ସମ୍ମାନରେ ନିଜ ସ୍ଥାନରେ ଠିଆ ହୋଇ ଆମେ ବାଘମାନଙ୍କୁ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା । ଧନ୍ୟବାଦ!କର୍ଣ୍ଣାଟକର ମହୀଶୂରରେ "ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି ସ୍ମାରକୀ” କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
April 09th, 12:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମହୀଶୂର ସ୍ଥିତ ମହୀଶୂର ବିଶ୍ୱବିଦ୍ୟାଳୟ ଠାରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଟରନେସନାଲ ବିଗ୍ କ୍ୟାଟ ଆଲାଏନ୍ସ (ଆଇବିସିଏ)ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବ୍ୟାଘ୍ର ସଂରକ୍ଷଣର ପରିଚାଳନା ପ୍ରଭାବର ମୂଲ୍ୟାଙ୍କନର ୫ ମ ଚକ୍ରର ଏକ ସାରାଂଶ ରିପୋର୍ଟ ଅମୃତ କାଲ କା ଭିଜନ ଫର ଟାଇଗର କନଜରଭେସନ” ପୁସ୍ତକର ଉନ୍ମୋଚନ କରିଥିଲେ, ବାଘ ସଂଖ୍ୟା ଘୋଷଣା କରି ସର୍ବ ଭାରତୀୟ ବ୍ୟାଘ୍ର ଆକଳନ (୫ମ ଚକ୍ର) ର ସାରାଂଶ ରିପୋର୍ଟ ଉନ୍ମୋଚନ କରିଥିଲେ । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମରଣୀୟ ମୁଦ୍ରା ମଧ୍ୟ ଜାରି କରିଥିଲେ ।ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା ।
December 27th, 11:30 am
ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।ଦେଶରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଉଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
December 22nd, 11:53 am
ଭାରତରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ପଶୁ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।