ମେଡିକାଲ ପାଠ୍ୟକ୍ରମରେ ଅନ୍ୟାନ୍ୟ ଅନଗ୍ରସର ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ନିମନ୍ତେ ସଂରକ୍ଷଣ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
July 29th, 05:17 pm
ନିମ୍ନ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରୁ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଓ ଶତକଡା ଦଶଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ନିଷ୍ପତିକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।ମେଡିକାଲ ଶିକ୍ଷାରେ ଭାରତ ସରକାରଙ୍କ ଐତିହାସିକ ନିଷ୍ପତ୍ତି
July 29th, 03:38 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସର୍ବଭାରତୀୟ କୋଟା ଯୋଜନା(AIQ schme)ରେ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଓ ଶତକଡା ୧୦ଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ଠାରୁ ଏହା ସ୍ନାତ୍ତକ ଓ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ଯଥା ଏମବିବିଏସ, ଏମ.ଡି / ଏମ୍ଏସ / ଡିପ୍ଲୋମା / ବିଡିଏସ / ଏମଡିଏସ୍ ନିମନ୍ତେ ଲାଗୁ ହେବ ।