୫ମ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ ୨୦୨୫ରେ ଅଂଶଗ୍ରହଣ କରୁଥିବା ଆଥ୍‌ଲେଟ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

୫ମ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ ୨୦୨୫ରେ ଅଂଶଗ୍ରହଣ କରୁଥିବା ଆଥ୍‌ଲେଟ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

January 23rd, 07:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୫ମ ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ ୨୦୨୫ରେ ଅଂଶଗ୍ରହଣ କରୁଥିବା ସମସ୍ତ ଆଥ୍‌ଲେଟ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 13th, 12:30 pm

ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ମୋ କ୍ୟାବିନେଟ୍‌ର ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ଶ୍ରୀ ଜିତେନ୍ଦ୍ର ସିଂ ଜୀ, ଅଜୟ ଟମ୍ଟା ଜୀ, ଡେପୁଟି ସିଏମ ସୁରେନ୍ଦ୍ର କୁମାର ଚୌଧୁରୀ ଜୀ, ବିରୋଧୀ ଦଳ ନେତା ସୁନୀଲ ଶର୍ମା ଜୀ, ସମସ୍ତ ସାଂସଦ, ବିଧାୟକ ଏବଂ ଜମ୍ମୁ ଓ କଶ୍ମୀରର ମୋର ପ୍ରିୟ ଭାଇ ଭଉଣୀ ।

ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 13th, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।

Prime Minister Narendra Modi to visit J&K and inaugurate Sonamarg Tunnel project

January 11th, 05:41 pm

PM Modi will visit Sonamarg, J&K, on 13th January to inaugurate the 12 km Sonamarg Tunnel, built at a cost of over Rs 2,700 crore. The tunnel ensures all-weather connectivity between Srinagar and Sonamarg, boosting tourism and defense logistics in Ladakh. PM will also meet the workers who contributed to this engineering marvel.

ପାଞ୍ଚଟି ନୂଆ ଜିଲ୍ଲା ଗଠନ ପାଇଁ ଲଦାଖର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 26th, 12:54 pm

ପାଞ୍ଚଟି ନୂତନ ଜିଲ୍ଲା ଗଠନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଦାଖର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଜାନସ୍କର, ଡ୍ରାସ, ଶ୍ୟାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗର ନୂଆ ଜିଲ୍ଲାଗୁଡିକ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯିବ ଯାହା ଦ୍ୱାରା ସେଠାକାର ଲୋକମାନଙ୍କ ପାଇଁ ସେବା ଓ ସୁଯୋଗ ଅଧିକ ନିକଟତର କରାଯାଇ ପାରିବ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର

August 19th, 05:48 pm

ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଗେଡିୟର (ଡ.) ବି.ଡି. ମିଶ୍ର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପାଞ୍ଚ ବର୍ଷ ତଳେ ହୋଇଥିବା ଧାରା ୩୭୦ ଏବଂ ୩୫(କ) ଉଚ୍ଛେଦ ନିଷ୍ପତ୍ତିକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

August 05th, 03:27 pm

ସଂସଦରେ ପାଞ୍ଚ ବର୍ଷ ତଳେ ହୋଇଥିବା ଧାରା ୩୭୦ ଏବଂ ୩୫(କ) ଉଚ୍ଛେଦ ନିଷ୍ପତ୍ତିକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି । ଜମ୍ମୁ ଏବଂ କାଶ୍ମୀର ଓ ଲଦାଖର ବିକାଶ ଓ ସମୃଦ୍ଧି ଦିଗରେ ଏକ ନୂତନ ଯୁଗ ସୃଷ୍ଟି ପାଇଁ ଏହା ଐତିହାସିକ କ୍ଷଣ ଥିଲା ବୋଲି ସେ କହିଛନ୍ତି ।

In Kargil, we didn't just win a war; we showcased the incredible strength of truth, restraint, and capability: PM Modi in Ladakh

July 26th, 09:30 am

PM Modi paid homage to the bravehearts who made the supreme sacrifice in the line of duty on the occasion of 25th Kargil Vijay Diwas in Ladakh. “In Kargil, we not only won the war, we presented an incredible example of 'truth, restraint and strength”, Prime Minister Modi remarked.

କାର୍ଗିଲ ବିଜୟ ଦିବସରେ ଲଦାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

July 26th, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା କାର୍ଗିଲ ଯୁଦ୍ଧ ସମ୍ପର୍କରେ ଗୌରବଗାଥାର ସୂଚନା ଶୁଣିଥିଲେ ଏବଂ ଅମର ସସ୍ମରଣ: ସ୍ମାରକୀ କୁଟୀର ପରିଦର୍ଶନ କରିଥିଲେ । ସେ ବୀର ଭୂମି ମଧ୍ୟ ପରିଦର୍ଶନ କରିଥିଲେ।

୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ୨୬ ଜୁଲାଇରେ କାର୍ଗିଲ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ

July 25th, 10:28 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ୨୬ ଜୁଲାଇ ୨୦୨୪ ରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ସକାଳ ପ୍ରାୟ ୯:୨୦ ସମୟରେ କାର୍ଗିଲ ଯୁଦ୍ଧ ମେମୋରିଆଲ୍ ପରିଦର୍ଶନ କରିବେ ଏବଂ ନିଜର କର୍ତ୍ତବ୍ୟର ପାଳନ କରିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ପ୍ରଥମ ବିସ୍ଫୋରଣ କରିବେ ।

ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ: ପ୍ରଧାନମନ୍ତ୍ରୀ

December 11th, 12:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଐତିହାସିକ ଏବଂ ଏହା ୫ ଅଗଷ୍ଟ ୨୦୧୯ରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି ।

140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

November 26th, 11:30 am

ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।

ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଗ୍ରୀନ୍ ଏନର୍ଜି କରିଡର (ଜିଇସି) ଦ୍ୱିତୀୟ ପର୍ଯ୍ୟାୟ - ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ (ଆଇଏସ୍‌ଟିଏସ)କୁ କ୍ୟାବିନେଟ୍ ମଞ୍ଜୁରି

October 18th, 03:27 pm

୨୦୨୯-୩୦ ସୁଦ୍ଧା ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଅଟକଳ ୨୦,୭୭୩.୭୦ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପକୁ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) ବାବଦରେ ପ୍ରକଳ୍ପ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥାତ୍ ୮,୩୦୯.୪୮ କୋଟି ଟଙ୍କା ପ୍ରଦାନ କରାଯିବ।

ଲଦାଖର କାଠ ଖୋଦେଇ କାମକୁ ଜିଆଇ ଟ୍ୟାଗ ମିଳିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

April 05th, 10:57 am

“ଏହା ଲଦାଖର ସାଂସ୍କୃତିକ ପରମ୍ପରାକୁ ଆହୁରି ଲୋକପ୍ରିୟ କରିବ ଓ କାରିଗରମାନଙ୍କୁ ଲାଭାନ୍ୱିତ କରିବ ।”

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଲଦାଖ ଉପରାଜ୍ୟପାଳ ବ୍ରିଗେଡିୟର ବି.ଡି.ମିଶ୍ର (ଅବସରପ୍ରାପ୍ତ)

March 13th, 06:13 pm

ଲଦାଖ ଉପରାଜ୍ୟପାଳ ବ୍ରିଗେଡିୟର ବି.ଡି. ମିଶ୍ର (ଅବସରପ୍ରାପ୍ତ) ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଲଦାଖବାସୀଙ୍କ ଜୀବନକୁ ସହଜ କରିବା ପାଇଁ ଆମେ ସମସ୍ତ ଉଦ୍ୟମ କରୁଛୁ: ପ୍ରଧାନମନ୍ତ୍ରୀ

February 19th, 10:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲଦାଖବାସୀଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ ଲଦାଖ ଲୋକସଭା ସାଂସଦ ଜମୟାଙ୍ଗ ସେରିଂ ନାମଗ୍ୟାଲଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି, ଯେଉଁଥିରେ ସାଂସଦ ଲଦାଖବାସୀଙ୍କୁ ସବୁ ଋତୁରେ ସଡକ ଯୋଗାଯୋଗ ପ୍ରଦାନ ପାଇଁ ୪.୧ କିଲୋମିଟର ଦୀର୍ଘ ଶିକୁନ ଏଲଏ ନିର୍ମାଣ ଉଦ୍ଦେଶ୍ୟରେ ୧୬୮୧.୫୧ କୋଟି ଟଙ୍କା ମଞ୍ଜୁରୀକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ରୋଜଗାର ମେଳାରେ ପ୍ରାୟ ୭୧,ଠଠଠ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

November 22nd, 10:31 am

ରୋଜଗାର ମେଳାରେ ଯୋଡ଼ି ହୋଇଥିବା ମୋର ଯୁବ ସାଥୀମାନେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଦେଶର ୪୫ଟି ସହରରେ ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଉଛି । ଅର୍ଥାତ, ଆଜି ଏକା ସହିତ ହଜାର ହଜାର ଘରେ ଖୁସିର ଏକ ନୂଆ ମାହୋଲ ଆରମ୍ଭ ହୋଇଯାଇଛି । ଗତ ମାସରେ ଆଜିର ଦିନରେ ଧନତେରସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଆଜିର ଏହି ବିଶାଳ ରୋଜଗାର ମେଳା ଦର୍ଶାଉଛି ଯେ ସରକାର କେଉଁଭଳି ଭାବରେ ସରକାରୀ ନିଯୁକ୍ତି ଦେବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି ।

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର

November 22nd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୨.୧୧.୨୦୨୨ ) ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍‌ପ୍ରେରକ ଭାବେ କର୍ମନିଯୁକ୍ତି ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ ।

ସ୍ୱଚ୍ଛ ଭାରତ ପ୍ରତି ସେମାନଙ୍କର ଉତ୍ସାହ ଏବଂ ଦୂରଦୃଷ୍ଟି ପାଇଁ ଲଦାଖର ତୁରତୁକ୍‍ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 03rd, 10:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ପ୍ରତି ଥିବା ଉତ୍ସାହ ଏବଂ ଦୂରଦୃଷ୍ଟି ପାଇଁ ଲଦାଖର ତୁରତୁକ୍‍ ବ।।ସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସିମଲା ଠାରେ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 31st, 11:01 am

ହିମାଚଳ ପ୍ରଦେଶ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଜୀ, ଏଠିକାର ଲୋକପ୍ରିୟ ତଥା କର୍ମଠ ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀ ଜୟରାମ ଠାକୁର ଜୀ, ରାଜ୍ୟ ସଭାପତି, ଆମର ପୁରୁଣା ସହକର୍ମୀ ଶ୍ରୀ ସୁରେଶ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସହକର୍ମୀ, ସାଂସଦ ଗଣ, ବିଧାୟକ ଗଣ, ହିମାଚଳର ସମସ୍ତ ଲୋକ ପ୍ରତିନିଧି ଗଣ । ଆଜି ମୋ ଜୀବନରେ ଏକ ବିଶେଷ ଦିନ ଏବଂ ଏହି ବିଶେଷ ଦିନରେ ମୁଁ ଏହି ଦେବଭୂମିକୁ ପ୍ରଣାମ କରିବାର ସୁଯୋଗ ପାଇଛି । ଜୀବନରେ ଏହା ଠାରୁ ବଡ଼ ସୌଭାଗ୍ୟ କ’ଣ ହୋଇପାରେ । ଆପଣ ଆଜି ଏତେ ସଂଖ୍ୟାରେ ଏଠାକୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।