ବିଶ୍ୱ ଶାନ୍ତିପାଇଁ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 03rd, 07:48 pm

କୃଷ୍ଣଗୁରୁ ସେବାଶ୍ରମ ଠାରେ ଏକତ୍ରିତ ହୋଇଥିବା ସମସ୍ତ ସାଧୁ-ସନ୍ଥମାନେ ଏବଂ ଭକ୍ତମାନଙ୍କୁ ମୋର ସାଦର ପ୍ରଣାମ। କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନର ଏହି ଆୟୋଜନ ଗତ ଏକ ମାସ ଧରି ଚାଲିଛି । ମୋତେ ଖୁସି ଲାଗୁଛି ଯେ ଜ୍ଞାନ, ସେବା ଏବଂ ମାନବତାର ଯେଉଁ ପ୍ରାଚୀନ ଭାରତୀୟ ପରମ୍ପରାକୁ କୃଷ୍ଣଗୁରୁ ଜୀ ଆଗକୁ ବଢ଼ାଇଥିଲେ, ସେ ଆଜି ମଧ୍ୟ ନିରନ୍ତର ଗତିମାନ ଅଟନ୍ତି । ଗୁରୁକୃଷ୍ଣ ପ୍ରେମାନନ୍ଦ ପ୍ରଭୂ ଭକ୍ତମାନଙ୍କର ପ୍ରୟାସ ଦ୍ୱାରା ଏହି କାର୍ଯ୍ୟକ୍ରମରେ ସେହି ଦିବ୍ୟତା ସ୍ୱଚ୍ଛ ଭାବରେ ଦେଖାଯାଉଛି । ମୋର ଇଚ୍ଛା ଥିଲା ଯେ ମୁଁ ଏହି ଅବସରରେ ଆସାମ ଆଜି ଆପଣ ସମସ୍ତଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି । ମୁଁ କୃଷ୍ଣଗୁରୁ ଜୀଙ୍କର ପାବନ ତପୋସ୍ଥଳୀରେ ଆସିବା ପୂର୍ବରୁ ଅନେକଥର ପ୍ରୟାସ କରିଛି । କିନ୍ତୁ ବୋଧହୁଏ ମୋର ପ୍ରୟାସରେ କୌଣସି ଅଭାବ ରହି ଯାଇଥିଲା ଯେ ଇଚ୍ଛା ଥିବା ସତ୍ତ୍ୱେ ମଧ୍ୟ ଏଠାକୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିପାରି ନ ଥିଲି । ମୋର ଏତିକି କାମନା ଯେ କୃଷ୍ଣଗୁରୁଙ୍କ ବନରେ ଏଠାକୁ ଆସି ଆପଣ ସମସ୍ତଙ୍କୁ ପ୍ରଣାମ କରିବି, ଆପଣଙ୍କ ଦର୍ଶନ କରିବି ।

ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତୀ

February 03rd, 04:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆସାମର ବାରପେଟା ସ୍ଥିତ କୃଷ୍ଣଗୁରୁ ସେବାଶ୍ରମ ଠାରେ ଆୟୋଜିତ ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନକୁ ସମ୍ବୋଧିତ କରିଛନ୍ତି । ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନ ଏକ ମାସ ବ୍ୟାପୀ କୀର୍ତ୍ତନ ଯାହା ଜାନୁଆରୀ ୬ ତାରିଖରୁ କୃଷ୍ଣଗୁରୁ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଫେବୃୟାରୀ ୩ରେ ବିଶ୍ୱ ଶାନ୍ତି ପାଇଁ ଆୟୋଜିତ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ

February 01st, 10:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଫେବୃୟାରୀ ୩, ୨୦୨୩ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର ବରପେଟା ଠାରେ ଥିବା କୃଷ୍ଣଗୁରୁ ସେବାଶ୍ରମରେ ବିଶ୍ୱ ଶାନ୍ତି ପାଇଁ ଆୟୋଜିତ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ଭାଗ ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣାଗୁରୁ ସେବାଶ୍ରମର ଶ୍ରଦ୍ଧାଳୁମାନଙ୍କୁ ସମ୍ବୋଧିତ କରିବେ ।