Our Government has always given priority towards welfare of farmers: PM Modi
January 02nd, 03:40 pm
PM Modi conferred Krishi Karman Awards and addressed a public meeting in Tumakuru, Karnataka today. He also released the 3rd installment of PM-KISAN of Rs 2000 for the period December 2019 - March 2020, which will benefit several farmers.କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
January 02nd, 03:39 pm
ଆଜି କର୍ଣ୍ଣାଟକର ତୁମକୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତିଶୀଳ ଚାଷୀମାନଙ୍କୁ କୃଷିମନ୍ତ୍ରୀଙ୍କ କୃଷି କର୍ମଣ ପୁରସ୍କାର ଏବଂ ବିଭିନ୍ନ ରାଜ୍ୟକୁ ପ୍ରଶଂସାମୂଳକ ପୁରସ୍କାର ପ୍ରଦାନ କରିଛନ୍ତି । ସେ ମଧ୍ୟ ଡିସେମ୍ବର 2019ରୁ ମାର୍ଚ୍ଚ 2020 ଅବଧି ଲାଗି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ)ର ତୃତୀୟ କିସ୍ତି ଆକାରରେ ହିତାଧିକାରୀମାନଙ୍କୁ 2 ହଜାର ଟଙ୍କା ଲେଖାଏଁ ସହାୟତା ଜାରି କରିଛନ୍ତି । ଏହାଦ୍ୱାରା ଦେଶର 6 କୋଟି ହିତାଧିକାରୀ ଲାଭାନ୍ୱିତ ହୋଇପାରିବେ । ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର କୃଷକମାନଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ବଣ୍ଟନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ 8ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପିଏମ କିସାନ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ତାମିଲନାଡ଼ୁର ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମାଛ ଧରା ଡଙ୍ଗାର ଚାବି ଏବଂ ମାଛ ଧରା ପୋତ ଟ୍ରାନ୍ସପୋଣ୍ଡର ବଣ୍ଟନ କରିଥିଲେ ।କୃଷିକର୍ମଣ ସମ୍ମାନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
January 01st, 07:21 pm
କର୍ଣ୍ଣାଟକର ଟୁମକୁରଠାରେ 2.1.2020 ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷିକର୍ମଣ ପୁରସ୍କାର ଏବଂ ପ୍ରଶଂସାଭାଜନ ସମ୍ମାନ ପ୍ରଦାନ କରିବେ । ଅଗ୍ରଣୀ ଚାଷୀମାନଙ୍କ ପାଇଁ କୃଷିମନ୍ତ୍ରୀଙ୍କ କୃଷିକର୍ମଣ ପୁରସ୍କାର ମଧ୍ୟ ସେ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ବାବଦକୁ 2000 ଟଙ୍କା ଲେଖାଏଁ ଦ୍ୱିତୀୟ କିସ୍ତି ଡିସେମ୍ବର 2019ରୁ ମାର୍ଚ୍ଚ 2020 ପର୍ଯ୍ୟନ୍ତ ଏହି ଅବସରରେ ପ୍ରଦାନ କରାଯିବ । ଏହା ପାଖାପାଖି 6 କୋଟି ହିତାଧିକାରୀଙ୍କୁ ଲାଭପ୍ରଦ ହେବ । 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପିଏମ କିଷାନ ଯୋଜନାରେ ହିତାଧିକାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ତାମିଲନାଡୁର କିଛି ବଛା ବଛା ଚାଷୀଙ୍କୁ ଗଭୀର ସମୁଦ୍ର ମାଛ ଧରା ପୋତ ଏବଂ ମାଛ ଧରା ପୋତ ଟ୍ରାନ୍ସପଣ୍ଡର ପ୍ରଦାନ କରିବେ । କର୍ଣ୍ଣାଟକର କେତେକ ବଛା ବଛା ଚାଷୀଙ୍କୁ ସେ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିବେ । ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀର ପରିଦର୍ଶନ କରିବା ସହିତ ସମବେତ ଜନତାଙ୍କୁ ମଧ୍ୟ ଉଦବୋଧନ ଦେବେ ।