ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟରେ ତିନୋଟି ପ୍ରମୁଖ ପ୍ରକଳ୍ପ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 24th, 10:49 am

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ନିତିନ ପଟେଲ ମହାଶୟ, ଗୁଜରାଟ ଭାଜପା ପ୍ରଦେଶ ଅଧ୍ୟକ୍ଷ ଏବଂ ସାଂସଦ, ଶ୍ରୀ ସି. ଆର. ପାଟିଲ ମହାଶୟ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ମୋର କୃଷକ ସାଥୀମାନେ, ଗୁଜରାଟର ସମସ୍ତ ଭାଇ ଓ ଭଉଣୀମାନେ!

ଗୁଜରାଟରେ 3ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

October 24th, 10:48 am

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଗୁଜରାଟର ଚାଷୀମାନଙ୍କ ପାଇଁ କିଷାନ ସୂର୍ଜ୍ୟୋଦୟ ଯୋଜନା ଉଦ୍ଘାଟିତ ହୋଇଛି । ଏହି ଯୋଜନାରେ ଚାଷୀମାନଙ୍କୁ 16 ଘଣ୍ଟା ପର୍ଯ୍ୟନ୍ତ ଦୈନିକ ବିଜୁଳି ଯୋଗାଇ ଦିଆଯିବ । ସେ ମଧ୍ୟ ୟୁଏନ୍‌ ମେହେତା ହୃଦ୍‌ରୋଗ ଓ ଗବେଷଣା ପ୍ରତିଷ୍ଠାନ ସହିତ ସଂଯୁକ୍ତ ଥିବା ଏକ ଶିଶୁ ହୃଦ୍‌ ଚିକିତ୍ସାଳୟକୁ ଉଦ୍ଘାଟନ କରିଛନ୍ତି । ଏହା ସହିତ ଟେଲି କାର୍ଡିଓଲଜି ସେବା ଯୋଗାଣ ପାଇଁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଏକ ମୋବାଇଲ ଆପ୍ଳିକେସନର ଶୁଭାରମ୍ଭ କରିଛନ୍ତି । ଏହାଛଡା ଗିରନାରଠାରେ ନବନିର୍ମିତ ଏକ ରଜୁପଥ ବା ରୋପୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ।