ରାମ ସମସ୍ତଙ୍କ ହୃଦୟରେ ଅଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
January 28th, 11:30 am
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦେଶର କୋଟି କୋଟି ଲୋକଙ୍କୁ ସତେ ଯେମିତି ଗୋଟିଏ ସୂତ୍ରରେ ବାନ୍ଧି ଦେଇଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କ ଭକ୍ତି ଏକ, ସମସ୍ତଙ୍କ ମୁଖରେ ରାମ, ସମସ୍ତଙ୍କ ହୃଦୟରେ ଥିଲେ ରାମ । ଦେଶର ଅନେକ ଲୋକ ଏହି ସମୟରେ ରାମଙ୍କ ଭଜନ ଗାନ କରି ତାହାକୁ ଶ୍ରୀ ରାମଙ୍କ ଚରଣରେ ସମର୍ପିତ କରିଥିଲେ । ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ପ୍ରଜ୍ଜ୍ୱଳିତ କରି ଦୀପାବଳୀ ପାଳନ କରିଥିଲା । ଏହି ସମୟରେ ଦେଶ ଏକତାର ଶକ୍ତି ଦେଖିଲା, ଯାହା ବିକଶିତ ଭାରତର ଆମର ସଂକଳ୍ପର ମଧ୍ୟ ଏକ ବଡ଼ ଆଧାର । ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ, ମକର ସଂକ୍ରାନ୍ତି ଠାରୁ ଜାନୁଆରୀ ୨୨ ଯାଏଁ ଏକ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉ । ଲକ୍ଷ ଲକ୍ଷ ଲୋକେ ସଶ୍ରଦ୍ଧ ଭାବରେ ଯୋଡ଼ିହୋଇ ନିଜ ନିଜ ଅଞ୍ଚଳରେ ଥିବା ଧାର୍ମିକ ସ୍ଥାନଗୁଡ଼ିକରେ ସଫେଇ ଅଭିଯାନ ଚଳାଇଥିବାରୁ ମୋତେ ଭଲ ଲାଗିଲା । ଅନେକ ଲୋକ ମୋତେ ଏହାର ଛବିଗୁଡ଼ିକ ପଠାଇଛନ୍ତି, ଭିଡିଓମାନ ପଠାଇଛନ୍ତି । ଏହି ଭାବନା ବାଧାପ୍ରାପ୍ତ ନ ହେଉ, ଏହି ଅଭିଯାନ ଅଟକି ନ ଯାଉ । ଏକତାର ଏହି ଶକ୍ତି, ଆମ ଦେଶକୁ ସଫଳତାର ନୂତନ ଶିଖରକୁ ପହଞ୍ଚାଇବ ।ତାମିଲନାଡୁର ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 19th, 06:33 pm
ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ. ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ. ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ଅନୁରାଗ ଠାକୁର, ଏଲ.ମୁରୁଗାନ ଏବଂ ନିଶିଥ ପ୍ରାମାଣିକ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଭାରତର କୋଣ ଅନୁକୋଣରୁ ଆସିଥିବା ମୋର ଯୁବ ସାଥିମାନେ।ତାମିଲନାଡୁର ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ ର ଉଦଘାଟନୀ ସମାରୋହକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 19th, 06:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଚେନ୍ନାଇଠାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ର ଉଦଘାଟନୀ ସମାରୋହକୁ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ବ୍ରଡକାଷ୍ଟିଂ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୫୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଉଦଘାଟନ ଅବସରରେ ସେ ଦୁଇ ଜଣ ଆଥଲେଟଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିବା କ୍ରୀଡ଼ାର ମଶାଲ ମଧ୍ୟ ରଖିଥିଲେ।