ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
March 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।ଉତ୍ତରାଖଣ୍ଡର ଡେରାଡୁନରେ 38ତମ ଜାତୀୟ କ୍ରୀଡା ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 09:36 pm
ଦେବଭୂମି ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ଜୀ, ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଜୀ, ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଅଜୟ ଟମ୍ଟା ଜୀ, ରକ୍ଷା ଖଡ଼ସେ ଜୀ, ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ରିତୁ ଖଣ୍ଡୁରୀ ଜୀ, କ୍ରୀଡ଼ା ମନ୍ତ୍ରୀ ରେଖା ଆର୍ଯ୍ୟ ଜୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଭାପତି କ୍ରିସ୍ ଜେନକିନ୍ସ ଜୀ, ଆଇଓଏର ସଭାପତି ପି।ଟି ଉଷା ଜୀ, ସାଂସଦ ମହେନ୍ଦ୍ର ଭଟ୍ଟ ଜୀ, ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ ଖେଳାଳି ଏବଂ ଅନନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି!ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 09:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯୁବକମାନଙ୍କ ଶକ୍ତିରେ ଉତ୍ତରାଖଣ୍ଡ ଆଜି ଉଜ୍ଜ୍ୱଳ ହୋଇଉଠିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବା କେଦାରନାଥ, ବଦ୍ରିନାଥ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ ଆଜି ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେଉଛି। ଉତ୍ତରାଖଣ୍ଡ ଗଠନ ହେବାର ଏହା ୨୫ତମ ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ଦେଶର ଯୁବ କ୍ରୀଡ଼ାବିତମାନେ ଏହି ଯୁବ ରାଜ୍ୟରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ସ୍ଥାନୀୟ ଖେଳକୁ ସାମିଲ କରାଯାଇଛି ଏବଂ ଏହାର ବିଷୟବସ୍ତୁ ‘ସବୁଜ କ୍ରୀଡ଼ା’ ରଖାଯାଇଛି କାରଣ ଏଥିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯାଇଛି। ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ବର୍ଜ୍ୟବସ୍ତୁରୁ ଟ୍ରଫି ଏବଂ ପଦକ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ପ୍ରତ୍ୟେକ ପଦକ ବିଜେତାଙ୍କ ନାମରେ ଏକ ବୃକ୍ଷ ରୋପଣ କରାଯିବ, ଯାହା ଏକ ବଡ଼ ପଦକ୍ଷେପ। ଚମତ୍କାର ପ୍ରଦର୍ଶନ ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉତ୍ତରାଖଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।