କାଶୀ ସାଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ର ସମାପନୀ ସମାରୋହ ଏବଂ ବାରାଣସୀରେ ଅଟଳ ଆବାସିକ ବିଦ୍ୟାଳୟର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 23rd, 08:22 pm

ଉତ୍ତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଜୀ, ମଞ୍ଚରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥି, କାଶୀ ସାଂସଦ ସାଂସ୍କୃତିକ ମହୋତ୍ସବର ସମସ୍ତ ଅଂଶଗ୍ରହଣକାରୀ ଏବଂ ରୁଦ୍ରାକ୍ଷ କେନ୍ଦ୍ରରେ ଉପସ୍ଥିତ କାଶୀର ମୋର ପ୍ରିୟ ବାସିନ୍ଦା!

କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ ଉଦଯାପିତ

September 23rd, 04:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୩-୦୯-୨୦୨୩) ଉତ୍ତର ପ୍ରଦେଶର ବାରଣାସୀର ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ ଅଧିବେଶନ କେନ୍ଦ୍ରରେ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧୧୫ କୋଟି ଟଙ୍କା ବ୍ୟୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ୧୬ଟି ଅଟଳ ଆବାସୀୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ କାଶୀ ସଂସଦ ଖେଳ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି । କାଶୀ ସଂସଦ ସାଂସ୍କୃତିକ ମହୋତ୍ସବର ବିଜେତାଗଣଙ୍କୁ ମଧ୍ୟ ସେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆଗରୁ ପ୍ରଧାନମନ୍ତ୍ରୀ ଅଟଳ ଆବାସୀୟ ବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ ।

23 ସେପ୍ଟେମ୍ବରରେ ବାରଣାସୀ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

September 21st, 10:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ସେପ୍ଟେମ୍ବର, 2023 ରେ ବାରାଣାସୀ ଗସ୍ତ କରିବେ। ପ୍ରାୟ 1:30 ସମୟରେ ପ୍ରଧାନମନ୍ତ୍ରୀ ବାରଣାସୀରେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ। ପୂର୍ବାହ୍ନ 3:15 ସମୟରେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ଇଣ୍ଟରନାସନାଲ୍ କୋପରେସନ ଆଣ୍ଡ କନଭେନ୍‌ସନ ସେଣ୍ଟରରେ ପହଞ୍ଚି କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ 2023 ର ଉଦଯାପନୀ ସମାରୋହରେ ଅଂଶଗ୍ରହଣ କରିବେ।