'ମନ୍ କୀ ବାତ୍' ଜନ ଭାଗିଦାରୀର ପରିପ୍ରକାଶର ଏକ ଅଦ୍ଭୁତ ମାଧ୍ୟମ ପାଲଟିଛି: ପ୍ରଧାନମନ୍ତ୍ରୀ ମୋଦୀ

February 26th, 11:00 am

ଆପଣମାନଙ୍କର ମନେଥିବ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅର୍ଥାତ ଏକତା ଦିବସ ଅବସରରେ ‘ମନ୍ କି ବାତ୍‌’ରେ ଆମେ ତିନୋଟି ପ୍ରତିଯୋଗିତା କଥା କହିଥିଲୁ । ଏହି ପ୍ରତିଯୋଗିତାଗୁଡ଼ିକ ଦେଶଭକ୍ତି ଗୀତ ରଚନା, ନାନାବାୟା ଗୀତ ରଚନା ଏବଂ ରଙ୍ଗୋଲି ଅଙ୍କନ ଉପରେ ଆଧାରିତ ଥିଲା । ଏ କଥା କହିବାରେ ମୋତେ ଖୁସି ଲାଗୁଛି ଯେ, ସମଗ୍ର ଦେଶର ୭୦୦ରୁ ଅଧିକ ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଲୋକେ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ପିଲା, ବୟସ୍କ ବ୍ୟକ୍ତି, ବରିଷ୍ଠ ଲୋକେ, ସମସ୍ତେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ୨୦ରୁ ଅଧିକ ଭାଷାରେ ନିଜର କୃତିମାନ ପଠାଇଛନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଜଣେ ଜଣେ ଚମ୍ପିଆନ୍‌, କଳାର ସାଧକ । ନିଜ ଦେଶର ବିବିଧତା ଏବଂ ସଂସ୍କୃତି ପ୍ରତି ଆପଣମାନଙ୍କ ହୃଦୟରେ କେତେ କେତେ ପ୍ରେମ ଭରି ରହିଛି, ତାହା ଆପଣମାନେ ଦର୍ଶାଇଛନ୍ତି ।