ଉତ୍ତର ପ୍ରଦେଶ ପ୍ରୟାଗରାଜରେ ମହିଳା-କୈନ୍ଦ୍ରିକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
December 21st, 04:48 pm
ପ୍ରୟାଗରାଜ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ମା, ଗଙ୍ଗା-ଯମୁନା-ସରସ୍ୱତୀଙ୍କ ମିଳନ ସ୍ଥଳ ରହିଛି। ଆଜି ଏହି ତୀର୍ଥ ନଗରୀ ନାରୀ-ଶକ୍ତିର ଏତେ ଅଦ୍ଭୁତ ସଂଗମର ମଧ୍ୟ ସଖୀ ହୋଇ ରହିଛି । ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆପଣମାନେ ସମସ୍ତେ ମୋତେ ଆପଣଙ୍କର ସ୍ନେହ ଏବଂ ଆଶୀର୍ବାଦ ନେବାକୁ ଆସିଛି । ମା-ଭଉଣୀମାନେ, ମୁଁ ମଞ୍ଚକୁ ଆସିବା ପୂର୍ବରୁ ମୁଁ ବ୍ୟାକିଂ ସଖୀମାନଙ୍କ ସହ, ସ୍ୱୟଂ ସହାୟତା ସମୂହମାନଙ୍କ ସହ ଜଡ଼ିତ ଭଉଣୀମାନଙ୍କ ସହ ଏବଂ କନ୍ୟା ସୁମଂଗଲ । ଯୋଜନାର ଲାଭାର୍ଥୀ କନ୍ୟାମାନଙ୍କ ସହ କଥା ହେଲି, ଏମିତି ଭାବ, ଏମିତି ଆତ୍ମବିଶ୍ୱାସପୂର୍ଣ୍ଣ କଥା! ମା ଓ ଭଉଣୀମାନେ, ଆମର ଏଠାରେ ଏକ ପ୍ରବାଦ- “ପ୍ରତ୍ୟେକ୍ଷ କିମ୍ ପ୍ରମାଣମ୍ ।”ଲକ୍ଷ ଲକ୍ଷ ମହିଳା ଅଂଶଗ୍ରହଣ କରିଥିବା କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
December 21st, 01:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି (୨୧.୧୨.୨୧ ) ପ୍ରୟାଗରାଜ ଗସ୍ତରେ ଯାଇ ବିଶେଷକରି ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧୬ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ । ଏହି ହସ୍ତାନ୍ତରଣ ଦିନ ଦୟାଲ ଅନ୍ତଦ୍ୟୋୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଜରିଆରେ ହେଉଛି । ଏହା ଦ୍ୱାରା ୮୦ହଜାର ଏସଏଚଜି ଗୋଷ୍ଠୀ ନିବେଶ ପାଣ୍ଠି (ଆଇଏଫ)ରେ ଏସଏଚଜି ପିଛା ୧.୧୦ଲକ୍ଷ ଟଙ୍କା ଓ ୬୦ହଜାର ଏସଏଚଜି ଚକ୍ରୀୟ ପାଣ୍ଠି ଜରିଆର ଏସଏଚଜି ପିଛା ୧୫ହଜାର ପାଇବେ ।