ରାଜସ୍ଥାନର ଭିଲୱାଡାରେ ଭଗବାନ ଶ୍ରୀ ଦେବନାରାୟଣ ଜୀଙ୍କର 1111ତମ ଅବତରଣ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 28th, 03:50 pm
ଆଜି ଏହି ପବିତ୍ର ଅବସରରେ ଭଗବାନ ଦେବ ନାରାୟଣ ଜୀଙ୍କର ଡାକରା ଆସିଲା ଆଉ ଯେତେବେଳେ ଭଗବାନ ଦେବ ନାରାୟଣ ଜୀଙ୍କର ଡାକରା ଆସିଥାଏ ସେତେବେଳେ କିଏ ହେଲେ ମଧ୍ୟ ସୁଯୋଗକୁ ହାତଛଡ଼ା କରିଥାଏ କି? ମୁଁ ମଧ୍ୟ ଆସି ପହଂଚିଗଲି । ଆଉ ଆପଣ ମନେ ରଖନ୍ତୁ, ଇଏ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଆସି ନାହାଁନ୍ତି । ମୁଁ ସମ୍ପୂର୍ଣ୍ଣ ଭକ୍ତିଭାବର ସହିତ ଆପଣମାନଙ୍କ ପାଖକୁ ଜଣେ ତୀର୍ଥଯାତ୍ରୀ ଭାବେ ଆଶୀର୍ବାଦ ନେବାକୁ ଆସିଛି । ଏବେ ମୋତ ଯଞ୍ଜଶାଳାରେ ପୂର୍ଣ୍ଣାହୁତି ଦେବାର ସୌଭାଗ୍ୟ ମଧ୍ୟ ମିଳିଲା । ମୋ ପାଇଁ ଏହା ମଧ୍ୟ ସୌଭାଗ୍ୟର ବିଷୟ ଯେ ମୋ ଭଳି ଏକ ସାଧାରଣ ବ୍ୟକ୍ତି ଆପଣମାନଙ୍କ ଗହଣକୁ ଆସି ଭଗବାନ ଦେବ ନାରାୟଣ ଜୀଙ୍କର ଆଉ ତାଙ୍କର ସମସ୍ତ ଭକ୍ତମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ପୁଣ୍ୟ ପ୍ରାପ୍ତ ହୋଇଛି । ଭଗବାନ ଦେବ ନାରାୟଣ ଜୀ ଏବଂ ଜନତା ଜନାର୍ଦ୍ଦନ, ଦୁହିଁଙ୍କର ଦର୍ଶନ କରି ମୁଁ ଆଜି ଧନ୍ୟ ହୋଇଗଲି । ସାରା ଦେଶରୁ ଏଠାକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଭଳି, ଅନବରତ ରାଷ୍ଟ୍ରସେବା ପାଇଁ, ଗରୀବଙ୍କ କଲ୍ୟାଣ ପାଇଁ ମୁଁ ଭଗବାନ ଦେବ ନାରାୟଣ ଜୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି ।ରାଜସ୍ଥାନର ଭିଲୱାରା ଠାରେ ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କର ୧୧୧୧ ତମ "ଅବତରଣ ମହୋତ୍ସବ” ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଭିଲୱାରା ଠାରେ ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କର ୧୧୧୧ ତମ ଅବତରଣ ମହୋତ୍ସବ” ଅବସରରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ଦିର ଦର୍ଶନ ଏବଂ ପରିକ୍ରମା କରିଥିଲେ ଏବଂ ଏକ ନୀମ ଚାରା ରୋପଣ କରିଥିଲେ । ସେ ଯଜ୍ଞ ଶାଳାରେ ଚାଲିଥିବା ବିଷ୍ଣୁ ମହାଯଜ୍ଞରେ ମଧ୍ୟ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କୁ ରାଜସ୍ଥାନର ଲୋକମାନେ ପୂଜା କରନ୍ତି ଏବଂ ତାଙ୍କର ଅନୁଗାମୀମାନେ ଦେଶର ସବୁ ସ୍ଥାନରେ ରହିଛନ୍ତି । ଜନସେବା ପ୍ରତି ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ବିଶେଷ ସମ୍ମାନ ଦିଆଯାଏ ।ପିଏମ- କିଷାନ ଯୋଜନା ଅଧୀନରେ ୧୦ମ କିସ୍ତିର ଅର୍ଥିକ ସହାୟତା ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 01st, 12:31 pm
ଉପସ୍ଥିତ ସମସ୍ତ ଆଦରଣୀୟ ମହାନୁଭବ, ସର୍ବପ୍ରଥମେ ମୁଁ ମାତା ବୈଷ୍ଣୋଦେବୀ ପରିସରରେ ହୋଇଥିବା ଦୁଃଖଦ ଘଟଣା ଉପରେ ଶୋକ ବ୍ୟକ୍ତ କରୁଛି । ଯେଉଁ ଲୋକମାନେ ଦଳାଚକଟାରେ, ନିଜର ଲୋକମାନଙ୍କୁ ହରାଇଛନ୍ତି, ଯେଉଁ ଲୋକମାନେ ଆହତ ହୋଇଛନ୍ତି, ମୋର ସମବେଦନା ସେମାନଙ୍କ ସହିତ ରହିଛି । କେନ୍ଦ୍ର ସରକାର, ମୁଁ ଜମ୍ମୁ- କଶ୍ମୀର ପ୍ରଶାସନର ସମ୍ପର୍କରେ କ୍ରମାଗତ ଭାବେ ରହିଛି। ଉପ-ରାଜ୍ୟପାଳ ମନୋଜ ସିହ୍ନା ମହାଶୟଙ୍କ ସହିତ ମଧ୍ୟ କଥା ହୋଇଥିଲି। ଉଦ୍ଧାର କାର୍ଯ୍ୟର, ଆହତମାନଙ୍କର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖା ଯାଉଛି।ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
January 01st, 12:30 pm
ନିଜର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପକୁ ବଜାୟ ରଖି କୃଷକମାନଙ୍କୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୧.୨୦୨୨) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପି.ଏମ୍-କିଷାନ) ଯୋଜନା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଦଶମ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପହଂଚିବ । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟି ଟଙ୍କାର ଅଂଶଧନ ବାବଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏଥିପାଇଁ ୧. ୨୪ ଲକ୍ଷ କୃଷକ ଉପକୃତ ହେବେ । ଏହି ଅବରସରେ ପ୍ରଧାନମନ୍ତ୍ରୀ କୃଷକ ସଂଗଠନମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ ରାଜ୍ୟର କୃଷିମନ୍ତ୍ରୀ ଓ କୃଷକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।ମଥୁରାରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 11th, 01:01 pm
ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ଆହ୍ଲାଦିନୀ ଶକ୍ତି ଶ୍ରୀରାଧାଙ୍କ ଜନ୍ମର ସାକ୍ଷୀ ପବିତ୍ର ବ୍ରଜଭୂମିର ପବିତ୍ର ମାଟିକୁ ପ୍ରଣାମ କରୁଛି । ଏଠାକୁ ଆସିଥିବା ସମସ୍ତ ବ୍ରଜବାସୀଙ୍କୁ ମୋର ରାଧେ ରାଧେ ।ଜାତୀୟ ପଶୁ ରୋଗ ନିୟନ୍ତ୍ରଣ ଓ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 11th, 01:00 pm
ଦେଶରେ ପଶୁସମ୍ପଦଙ୍କ ମଧ୍ୟରେ ପାଦ ଓ ମୁଖ ରୋଗ (ଏଫଏମଡି) ଓ ବ୍ରୁସେଲୋସିସ ଦୂରୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାଠାରେ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏସିଡିପି)ର ଶୁଭାରମ୍ଭ କରିଛନ୍ତି ।Dhule has the potential of becoming an industrial city: PM Modi
February 16th, 03:31 pm
Addressing a gathering in Maharashtra's Dhule, PM Narendra Modi remembered the valour of our Jawans martyred in Pulwama. PM Modi said, It has been a policy of India that we don’t poke anyone. But if someone teases New India, it does not let it go unpunished. Mentioning about the projects launched today, PM Modi said that Dhule had the potential of becoming an industrial city. Many large national highways pass through here. Today, the strengthening of connectivity here has laid the foundation stone of two railway lines, the PM noted.ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ରର ଧୁଲେ ଗସ୍ତ; ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ
February 16th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଧୁଲେ କ୍ଷେତ୍ର ଗସ୍ତ କରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ବିବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି ବିଦ୍ୟାସାଗର ରାଓ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ସୁଭାଷ ଭାମ୍ରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରମୁଖ ଉପସ୍ଥିତ ଥିଲେ ।ଉତ୍ତରପ୍ରଦେଶର ଝାଂସୀଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 15th, 02:16 pm
ଆଜି ଦେଶ ବହୁତ ଉତ୍ତେଜିତ ଏବଂ ଦୁଃଖୀ । ଏଠାକୁ ଆସିଥିବା ଆପଣ ସମସ୍ତଙ୍କ ଭାବନାକୁ ମଧ୍ୟ ମୁଁ ଭଲଭାବେ ଅନୁଭବ କରିପାରୁଛି । ପୁଲୱାମାଠାରେ ଆତଙ୍କବାଦୀମାନେ ଯେଉଁ ଆକ୍ରମଣ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି । ଆମ ବୀର ଜବାନମାନେ ଦେଶର ସୁରକ୍ଷା ପାଇଁ ନିଜର ପ୍ରାଣବଳୀ ଦେଇଛନ୍ତି, ସେମାନଙ୍କ ବଳିଦାନ ବ୍ୟର୍ଥ ହେବନାହିଁ । ଝାଂସୀ ଭୂମିରୁ, ବୀରମାନେ ଏବଂ ବୀରାଙ୍ଗନାମାନଙ୍କ ଭୂମିରୁ ମୁଁ 130 କୋଟି ହିନ୍ଦୁସ୍ଥାନୀଙ୍କୁ ଏହି ଭରସା ଦେବାକୁ ଚାହୁଁଛି ।ପ୍ରଧାନମନ୍ତ୍ରୀଙ୍କ ଝାନସୀ ଗସ୍ତ
February 15th, 02:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାନସୀ ଗସ୍ତ କରିଥିଲେ । ସେ ଝାନସୀରେ ପ୍ରତିରକ୍ଷା କରିଡର ପାଇଁ ଶିଳାନ୍ୟାସ କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।ଏନଡିଏ ସରକାର ଦେଶରେ କାର୍ଯ୍ୟ କରିବାର ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି : ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ
February 07th, 01:41 pm
ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ,'' ଏନଡିଏ ସରକାର ଦେଶରେ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି । ପ୍ରକଳ୍ପକୁ କେବଳ ଭଲ ଭାବେ ବିଚାର କରାଯାଉନାହିଁ ବରଂ ସମୟରେ ମଧ୍ୟ କାର୍ଯ୍ୟାନ୍ୱୟନ କରାଯାଉଛି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 01:40 pm
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଲେ ,'' ଏନଡିଏ ସରକାର ଦେଶରେ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି । ପ୍ରକଳ୍ପକୁ କେବଳ ଭଲ ଭାବେ ବିଚାର କରାଯାଉନାହିଁ ବରଂ ସମୟରେ ମଧ୍ୟ କାର୍ଯ୍ୟାନ୍ୱୟନ କରାଯାଉଛି ।''