ଯୁକ୍ତରାଷ୍ଟ୍ର ଆମେରିକାର ୨୪୬ ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 04th, 11:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ୨୪୬ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ଏବଂ ଆମେରିକାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦ୍ବିତୀୟ ବିଶ୍ବ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

May 12th, 08:58 pm

କୋଭିଡ ମହାମାରୀ ଆମ ଜୀବନଧାରା ଏବଂ ଯୋଗାଣ ଶୃଙ୍ଖଳକୁ ବାଧିତ କରିଛି । ମୁକ୍ତ ସମାଜ ଭାବେ ଆମ ସହନଶୀଳତାର ପରୀକ୍ଷା ନେଉଛି । ମହାମାରୀ ବିରୋଧରେ ଆମେ ଏକ ଜନକୈନ୍ଦ୍ରିକ ରଣନୀତି ଆପଣାଇଛୁ । ଆମ ବଜେଟ୍‌ରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସର୍ବକାଳୀନ ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି ।

ଦ୍ବିତୀୟ ବିଶ୍ବ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

May 12th, 06:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ବିଶ୍ବ କୋଭିଡ୍‌ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ‘ମହାମାରୀ କ୍ଲାନ୍ତି ନିରାକରଣ ଏବଂ ପ୍ରସ୍ତୁତିକୁ ପ୍ରାଥମିକତା’ ବିଷୟବସ୍ତୁକୁ ନେଇ ଆୟୋଜିତ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନରେ ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କ ସହିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରାରମ୍ଭିକ ଟିପ୍ପଣୀ

September 24th, 02:15 am

ସର୍ବପ୍ରଥମେ, ମୋତେ ଏବଂ ମୋ ସହିତ ଆସିଥିବା ପ୍ରତିନିଧି ଦଳକୁ ସହୃଦୟତାର ସହିତ ସ୍ୱାଗତ କରିବା ଲାଗି ମୁଁ ଆପଣଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। କିଛି ମାସ ପୂର୍ବରୁ ଆପଣଙ୍କ ସହିତ ଟେଲିଫୋନରେ ବିସ୍ତୃତ ଭାବେ ଆଲୋଚନା କରିବା ସୁଯୋଗ ମୋତେ ମିଳିଥିଲା। ଅତ୍ୟନ୍ତ ଆତ୍ମୀୟତାପୂର୍ଣ୍ଣ ଏବଂ ଅତି ସ୍ୱାଭାବିକ ଭାବେ ଆପଣଙ୍କ ସହିତ କଥାବାର୍ତ୍ତା କରିବାର ଯେଉଁ ସୁଯୋଗ ମୋତେ ମିଳିଲା ତାହା ମୋର ସବୁଦିନ ମନେ ରହିବ ଏବଂ ମୁଁ ଏଥିପାଇଁ ଆପଣଙ୍କ ନିକଟରେ କୃତଜ୍ଞ। ଏପରି ଏକ ସମୟ ଥିଲା ଯେତେବେଳେ ଭାରତ କୋଭିଡର ଦ୍ୱିତୀୟ ଲହରୀରେ ପୀଡ଼ିତ ହୋଇ, ସଙ୍କଟରେ ଥିଲା। କିନ୍ତୁ ସେ ସମୟରେ ଯେପରି ଭାବେ ଆତ୍ମୀୟତା ପ୍ରକଟ କରି ଆପଣ ଭାରତ ବିଷୟରେ ଚିନ୍ତା କଲେ, ଯାହା କହିଲେ ଏବଂ ଯେଉଁ ସହାୟତାର ହାତ ବଢ଼ାଇଲେ, ସେଥିପାଇଁ ମୁଁ ପୁଣିଥରେ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ଜଣେ ସଚ୍ଚୋଟ ମିତ୍ର ଭାବେ ଆପଣ ଅତ୍ୟନ୍ତ ସମ୍ବେଦନଶୀଳ ବାର୍ତ୍ତା ଏବଂ ସହଯୋଗ ଯୋଗାଇ ଦେଇଥିଲେ। ସେ ସମୟରେ ଆମେରିକା ସରକାର, କମ୍ପାନୀ ଏବଂ ଭାରତୀୟ ସମୁଦାୟ ସମସ୍ତେ ମିଶି, ଭାରତର ସହାୟତା କରିବା ଲାଗି ଏକଜୁଟ ହୋଇଯାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ମଧ୍ୟରେ ବୈଠକ

September 24th, 02:14 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍ଟେମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି।

ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

September 22nd, 10:37 am

ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣରେ ୨୦୨୧ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବି ।

ଶ୍ରୀମତୀ କମଳା ହାରିସଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

January 21st, 09:19 am

ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀମତୀ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

November 17th, 11:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 08th, 10:23 am

ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।