ରେଲବାଇର ଆଧୁନିକୀକରଣ ନିମନ୍ତେ ଗତ କିଛିବର୍ଷ ମଧ୍ୟରେ ନିଆଯାଇଛି ଅଦ୍ଭୂତପୂର୍ବ ପଦକ୍ଷେପ: ପ୍ରଧାନମନ୍ତ୍ରୀ

January 17th, 02:36 pm

ନିକଟରେ ରେଳବାଇର ଭିତ୍ତିଭୂମି ବିକାଶ ଦିଗରେ କେତେକ ପରିବର୍ତ୍ତନ ଅଣା ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିବର୍ତ୍ତନ ଯୋଗୁ ଭାରତୀୟ ରେଳବାଇର ଆଧୁନିକୀକରଣରେ ଅସ୍ୱାଭାବିକ ପରିବର୍ତ୍ତନ ଆସିଥିବା ଶ୍ରୀ ମୋଦି କହିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରୁ ଗୁଜରାଟର କେଭାଡିଆକୁ ପତାକା ଦେଖାଇ ଆଠଟି ଟ୍ରେନ ଚଳାଚଳର ଆରମ୍ଭ, ଭିଡିଓ କନଫରେନ୍ସି ଜରିଆରେ କେତେକ ରେଳବାଇ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।

ଏକତାର ପ୍ରତିମୂର୍ତ୍ତି ସ୍ଥଳୀକୁ ରେଳ ସଂଯୋଗ ପର୍ଯ୍ୟଟକଙ୍କ ନିମନ୍ତେ ସୁବିଧା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

January 17th, 02:36 pm

ଦେଶର ବିଭିନ୍ନ ସ୍ଥାନରୁ କେଭାଡିଆ ସହ ରେଳ ସଂଯୋଗ ସମସ୍ତଙ୍କ ନିମନ୍ତେ ଏକ ଗୌରବର ସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଦେଶ ବିଭିନ୍ନ ସ୍ଥାନରୁ ଗୁଜରାଟର କେଭାଡିଆକୁ ଆଠଟି ଟ୍ରେନ ଭିଡିଓ କନ୍‌ଫରେନ୍ସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଶ୍ରୀମୋଦି ଏହା କହିଛନ୍ତି । ଏହାବ୍ୟତୀତ ସେ ଗୁଜରାଟରେ କେତେକ ରେଳବାଇ ସମ୍ପର୍କୀତ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କହିଛନ୍ତି।

ରେଳବାଇ ମାଧ୍ୟମରେ ଆମେ ପଛରେ ପଡ଼ିଯାଇଥିବା ଅଞ୍ଚଳଗୁଡ଼ିକୁ ଯୋଡ଼ୁଛୁ : ପ୍ରଧାନମନ୍ତ୍ରୀ

January 17th, 02:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ଯେଉଁ ସବୁ କ୍ଷେତ୍ର ଯୋଗାଯୋଗ ସୁବିଧାରୁ ବଞ୍ଚିତ ହୋଇ ରହିଥିଲା ଏବଂ ପଛରେ ପଡ଼ିଯାଇଥିଲା, ସେଗୁଡ଼ିକୁ ଆମେ ରେଳବାଇ ମାଧ୍ୟମରେ ଯୋଡ଼ିବା ଆରମ୍ଭ କରିଛୁ। ଶ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ କ୍ଷେତ୍ରକୁ ଗୁଜରାଟର କେଓ୍ବଡ଼ିୟା ସହ ଯୋଡ଼ୁଥିବା ଆଠଟି ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ରାଜ୍ୟରେ ରେଳବାଇ ସହ ଜଡ଼ିତ ଅନେକଗୁଡ଼ିଏ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି।

କେୱାଡିଆ ଆଜି ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳଭାବେ ଆତ୍ମପ୍ରକାଶ କରିଛି: ପ୍ରଧାନମନ୍ତ୍ରୀ

January 17th, 02:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢତାର ସହ କହିଛନ୍ତି ଯେ ଗୁଜରାଟର କେୱାଡିଆ ଆଉ ଏକ ଦୂରଦୂରାନ୍ତ ଅଗମ୍ୟ ଅଞ୍ଚଳ ହୋଇରହିନାହିଁ। ଏହା ଏବେ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । କେୱାଡିଆକୁ ଆଜି ଦେଶର ବିଭିନ୍ନ ଅଞ୍ଚଳରୁ 8ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ନୂଆ ଟ୍ରେନଗୁଡିକର ଚଳାଚଳ ଆରମ୍ଭ କରିବା ସହିତ ଗୁଜରାଟରେ ରେଳବାଇର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଛନ୍ତି ।

ଷ୍ଟାଚୁ ଅଫ୍‍ ୟୁନିଟି ନିକଟକୁ ବାଧାମୁକ୍ତ ରେଳ ସଂଯୋଗ ସୁବିଧା ନିମନ୍ତେ ଆଠଟି ଟ୍ରେନର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଅଭିଭାଷଣ

January 17th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାଚ୍ୟୁ ଅଫ୍‍ ୟୁନିଟ ସ୍ଥଳ ଗୁଜରାଟର କେୱାଡିଆକୁ ସିଧାସଳଖ ସଂଯୋଗ କରୁଥିବା 8ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଗୁଜରାଟରେ କେତେକ ନୂଆ ରେଳପ୍ରକଳ୍ପ ଉଦ୍‍ଘାଟିତ ହୋଇଛି । ଏହିସବୁ ପ୍ରକଳ୍ପଗୁଡିକ ହେଲା ଗେଜ ପରିବର୍ତ୍ତନ ହୋଇଥିବା ଚାନ୍ଦୋଡ ଲାଇନ, ଚାନ୍ଦୋଡ-କେୱାଡିଆ ନୂଆ ବ୍ରଡଗଜ ଲାଇନ, ବିଦ୍ୟୁତ୍‍ କରଣ ହୋଇଥିବା ପ୍ରତାପନଗର କେୱାଡିଆ ସେକ୍‍ସନ ଏବଂ ଡାଭୋଇ, ଚାନ୍ଦୋଡ ଓ କେୱାଡିଆର ନୂଆ ରେଳଷ୍ଟେସନ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ସିଧା ସଂଯୋଗ କରୁଥିବା 8ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 17th, 11:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାଚ୍ୟୁ ଅଫ୍‍ ୟୁନିଟ ସ୍ଥଳ ଗୁଜରାଟର କେୱାଡିଆକୁ ସିଧାସଳଖ ସଂଯୋଗ କରୁଥିବା 8ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ଗୁଜରାଟରେ କେତେକ ନୂଆ ରେଳପ୍ରକଳ୍ପ ଉଦ୍‍ଘାଟିତ ହୋଇଛି । ଏହିସବୁ ପ୍ରକଳ୍ପଗୁଡିକ ହେଲା ଗେଜ ପରିବର୍ତ୍ତନ ହୋଇଥିବା ଚାନ୍ଦୋଡ ଲାଇନ, ଚାନ୍ଦୋଡ-କେୱାଡିଆ ନୂଆ ବ୍ରଡଗଜ ଲାଇନ, ବିଦ୍ୟୁତ୍‍ କରଣ ହୋଇଥିବା ପ୍ରତାପନଗର କେୱାଡିଆ ସେକ୍‍ସନ ଏବଂ ଡାଭୋଇ, ଚାନ୍ଦୋଡ ଓ କେୱାଡିଆର ନୂଆ ରେଳଷ୍ଟେସନ । ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରାଣୀ ଉଦ୍ୟାନ ଉଦଘାଟି

October 30th, 06:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେୱଡିଆଠାରେ ସର୍ଦ୍ଦାର ବଲ୍ଲାଭବାଇ ପଟେଲ ପ୍ରାଣୀ ଉଦ୍ୟାନ ଓ ବୃତ ଗମ୍ଭୁଜ ପକ୍ଷୀଶାଳା (ଜିଓଡେସିକ ଆଭିଆରି ଡୋମ) ଉଦଘାଟନ କରିଛନ୍ତି । କେୱଡିଆ ସମନ୍ଵିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସେ 17ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ 4ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଭିଗେସନ ଚାନେଲ, ନୂତନ ଗୋରା ସେତୁ, ଗରୁଡେଶ୍ଵର ବନ୍ଧ, ସରକାରୀ ଆବାସ, ବସ ୱେ ଟର୍ମିନାଲ, ଏକତା ନର୍ସରୀ, ଖାଲୁୱାନି ପରିବେଶ ପର୍ଯ୍ୟଟନ, ଟ୍ରାଇବାଲ ହୋମ ଷ୍ଟେ ଇତ୍ୟାଦି ଅନ୍ତର୍ଭୁକ୍ତ । ସେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକତା କୃଜ ସେବାର ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

The full stress of our Government is on upliftment of poor: PM Modi

November 01st, 09:59 pm

PM Narendra Modi made a strong pitch for development saying it is the only way to solve the problems that India is facing and urged state governments and local governing bodies to work in tandem to make the country poverty-free. He also said skilled youth can pull themselves out of poverty and help fuel the engine of growth. He that skilled youth can pull themselves out of poverty and help fuel the engine of growth. He also said that states like Chhattisgarh, which have potential for ecotourism, can generate employment by investing little capital in its development.

ଛତିଶଗଡ ଗସ୍ତରେ ପ୍ରଧାନମନ୍ତ୍ରୀ; ଜଙ୍ଗଲ ସଫାରିକୁ କଲେ ଉଦ୍ଘାଟନ; ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ରାଜ୍ୟୋତ୍ସବର ଶୁଭାରମ୍ଭ

November 01st, 09:58 pm

PM Narendra Modi inaugurated a jungle safari, statue of Pandit Deendayal Upadhyaya and Naya Raipur BRTS project in Chhattisgarh. PM Modi added that despite several challenges the state has faced, Chhattisgarh has shown the way that it can lead when it comes to development. PM Modi also emphasized the extensive scope tourism has in Chhattisgarh.