ଭିଡିଓ କନଫରେନସିଂ ମାଧ୍ୟମରେ ହାଓଡ଼ାରୁ ନ୍ୟୁ ଜଳପାଇଗୁଡ଼ିକୁ ସଂଯୋଗ କରୁଥିବା ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଏବଂ କୋଲକାତା ମେଟ୍ରୋର ପର୍ପଲ ଲାଇନର ଜୋକା-ତାରାତେଲା ଖଣ୍ଡର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 30th, 11:50 am

ଆଜି ମୋତେ ଆପଣ ସମସ୍ତଙ୍କ ସମ୍ମୁଖକୁ ଆସିବାର ଥିଲା, କିନ୍ତୁ ମୋର ବ୍ୟକ୍ତିଗତ କାରଣ ଯୋଗୁ ମୁଁ ଆପଣ ସମସ୍ତଙ୍କ ମଧ୍ୟକୁ ଆସିପାରିଲି ନାହିଁ, ଏଥିପାଇଁ ମୁଁ ଆପଣଙ୍କୁ, ବଙ୍ଗଳାକୁ କ୍ଷମା ମାଗୁଛି । ବଙ୍ଗଳାର ପୁଣ୍ୟ ଧରିତ୍ରୀକୁ, କଲିକତାର ଐତିହାସିକ ଧରିତ୍ରୀକୁ ଆଜି ମୋ ପାଇଁ ପ୍ରଣାମ କରିବାର ଅବସର ଅଟେ । ବଙ୍ଗଳାର କୋଣ ଅନୁକୋଣରେ ସ୍ୱାଧୀନତାର ଆଂଦୋଳନର ଇତିହାସ ସମାହିତ ହୋଇ ରହିଛି । ଯେଉଁ ମାଟିରୁ ବଂଦେ ମାତରମର ଜୟଘୋଷ ହୋଇଥିଲା, ସେଠାରେ ବର୍ତ୍ତମାନ ବଂଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଗଲା । ଆଜି ୩ଠ ଡିସେମ୍ବରର ତାରିଖର ଇତିହାସରେ ମଧ୍ୟ ନିଜସ୍ୱ ବହୁତ ମହତ୍ୱ ରହିଛି । ୩ଠ ଡିସେମ୍ବର, ୧୯୪୩, ସେହି ଦିନ ନେତାଜୀ ସୁଭାଷ ଆଣ୍ଡାମାନରେ ତ୍ରିରଙ୍ଗା ଉଡ଼ାଇ ଭାରତର ସ୍ୱାଧୀନତାର ବିଗୁଲ ଫୁଙ୍କିଥିଲେ ।

PM flags off Vande Bharat Express connecting Howrah to New Jalpaiguri via video conferencing

December 30th, 11:25 am

PM Modi flagged off the Vande Bharat Express, connecting Howrah to New Jalpaiguri as well as inaugurated other metro and railway projects in West Bengal via video conferencing. The PM linked reforms and development of Indian Railways with the development of the country. He said that the central government was making record investments in the modern railway infrastructure.