ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା
September 22nd, 12:11 pm
ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରାଷ୍ଟ୍ରପତି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଯାହା ଜୁନ୍ ୨୦୨୩ ରେ ସେମାନଙ୍କର ବୈଠକ ପରେ ଜାରି ମିଳିତ ବିବୃତ୍ତିରେ ପରିଲକ୍ଷିତ ହୋଇଥିଲା, ତାହାକୁ ପୂରଣ କରିବା ନିମନ୍ତେ ଜୁଲାଇ ୨୦୨୪ ରେ ଏକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।ତଥ୍ୟ ପତ୍ର:୨୦୨୪ କ୍ୱାଡ ନେତୃବୃନ୍ଦଙ୍କ ସମ୍ମିଳନୀ
September 22nd, 12:06 pm
୨୧ ସେପ୍ଟେମ୍ବର ୨୦୨୪ରେ ରାଷ୍ଟ୍ରପତି ଯୋଶେଫ ଆର.ବାଇଡେନଙ୍କ ଅଧ୍ୟକ୍ଷତାରେ ୱିଲମନ୍ଟନ୍, ଡେଲୱେୟାରଠାରେ ଅନୁଷ୍ଠିତ ଚତୁର୍ଥ କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ କିସିଦା ଫୁମିଓ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା
September 22nd, 12:00 pm
ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।The Wilmington Declaration Joint Statement from the Leaders of Australia, India, Japan, and the United States
September 22nd, 11:51 am
PM Modi joined leaders from the U.S., Australia, and Japan for the fourth Quad Leaders Summit in Wilmington, Delaware. The Quad reaffirmed its commitment to a free, open, and inclusive Indo-Pacific, opposing destabilizing actions and supporting regional peace, security, and sustainable development. The leaders emphasized respect for international law, democratic values, and regional institutions like ASEAN and the Pacific Islands Forum.କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
September 22nd, 06:25 am
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନ୍ଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ସୁଲଭ, ସୁଗମ ଏଂବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମର ଦୃଢ଼ ସହଭାଗିତାକୁ ପ୍ରତିଫଳିତ କରୁଛି । କୋଭିଡ୍ ମହାମାରୀ ସମୟରେ, ଆମେ ଇଣ୍ଡୋ-ପାସିଫିକ୍ ପାଇଁ “କ୍ୱାଡ ଭ୍ୟାକ୍ସିନ୍ ଇନିସିଏଟିଭ୍” (କ୍ୱାଡ୍ ଟିକା ପଦକ୍ଷେପ) ଗ୍ରହଣ କରିଥିଲୁ ଏବଂ ମୁଁ ଖୁସି ଯେ କ୍ୱାଡରେ ଆମେ ଗର୍ଭାଶୟ କର୍କଟ ପରି ଆହ୍ୱାନକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଛୁ ।PM Modi attends Quad Cancer Moonshot event
September 22nd, 06:10 am
Prime Minister Narendra Modi participated in the Quad Cancer Moonshot event hosted by President Joseph R Biden Jr., on the sidelines of the Quad Leaders’ Summit in Wilmington, Delaware. Speaking on the occasion, the Prime Minister deeply appreciated this thoughtful initiative of President Biden aimed at preventing, detecting and treating cervical cancer.ୱିଲିମଙ୍ଗଟନ୍, ଡେଲାୱେୟାରଠାରେ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
September 22nd, 05:21 am
୨୧ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱିଲିମଙ୍ଗଟନ୍ , ଡେଲୱେୟାରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନମନ୍ତ୍ରୀ ଶ୍ରୀ ଯୋଶେଫ ଆର. ବାଇଡେନଙ୍କ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିସିଦା ଉପସ୍ଥିତ ଥିଲେ ।କ୍ୱାଡ୍ ନେତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ
September 22nd, 02:30 am
ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆଜି କ୍ୱାଡ୍ ଶିଖର ସମ୍ମିଳନୀରେ ବନ୍ଧୁମାନଙ୍କ ସହ ଅଂଶଗ୍ରହଣ କରି ମୁଁ ବହୁତ ଆନନ୍ଦିତ । କ୍ୱାଡର ବିଂଶ ବାର୍ଷିକୀ ପାଳନ କରିବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ନିଜ ସହର ୱିଲମିଂଟନ ଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରେ ନାହିଁ । ଆମଟ୍ରାକ୍ ଜୋ ଙ୍କ ଭଳି, ଆପଣ ଯେଉଁଭଳି ଏହି ସହର ଏବଂ ଡେଲାୱେର ସହିତ ଜଡିତ ଅଛନ୍ତି, ସେହିଭଳି ଏକ ସମ୍ପର୍କ ଆପଣଙ୍କର କ୍ୱାଡ୍ ସହିତ ରହିଛି।ଡେଲାୱେରର ୱିଲମିଙ୍ଗଟନରେ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 22nd, 02:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେଲାୱେରଠାରେ କ୍ୱାଡ୍ ଶିଖର ସମ୍ମିଳନୀ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ବାଇଡେନଙ୍କ ସହ ସାକ୍ଷାତ କରିଥିଲେ । ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ରାଷ୍ଟ୍ରପତି ବାଇଡେନ ୱିଲମିଙ୍ଗଟନରେ ଥିବା ତାଙ୍କ ବାସଭବନରେ ଏହି ବୈଠକର ଆୟୋଜନ କରିଥିଲେ ।ଫିଲାଡେଲ୍ଫିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
September 21st, 09:16 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଫିଲାଡେଲଫିଆରେ ପହଞ୍ଚିଛନ୍ତି । ପ୍ରବାସୀ ଭାରତୀୟମାନେ ତାଙ୍କୁ ହୃଦୟସ୍ପର୍ଶୀ ସ୍ୱାଗତ କରିଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଡେଲାୱେରର ୱିଲ୍ମିଙ୍ଗଟନରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀରେ ରହିଛି ।ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
September 21st, 04:15 am
ରାଷ୍ଟ୍ରପତି ବାଇଡେନ୍ଙ୍କ ଦ୍ୱାରା ତାଙ୍କ ନିଜ ସହର ୱିଲମିଙ୍ଗଟନ୍ରେ ଆୟୋଜିତ ହେବାକୁ ଯାଉଥିବା କ୍ୱାଡ୍ ସମ୍ମିଳନୀରେ ଅଂଶଗ୍ରହଣ କରିବା ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭବିଷ୍ୟତ ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ଆଜି ମୁଁ ଏକ ତିନି ଦିନିଆ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଯାଉଛି ।ସେପ୍ଟେମ୍ବର 21 ରୁ 23 ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
September 19th, 03:07 pm
ସେପ୍ଟେମ୍ବର 21 ରୁ 23 ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଡେଲାୱେରର ୱିଲ୍ମିଙ୍ଗଟନରେ ଚତୁର୍ଥ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ସେପ୍ଟେମ୍ବର 23 ରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ 'ସମିଟ୍ ଅଫ୍ ଦି ଫ୍ୟୁଚର' କୁ ସମ୍ବୋଧିତ କରିବେ ।ରାଷ୍ଟ୍ରପତି ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
August 26th, 10:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ଆର ବାଇଡେନଙ୍କ ଠାରୁ ଏକ ଟେଲିଫୋନ୍ କଲ୍ ଆସିଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା
June 17th, 07:44 pm
ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ମହାମହିମ ଶ୍ରୀ ଜେକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ପୁନର୍ବାର ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
June 05th, 11:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ମହାମହୀମ ଶ୍ରୀ ଯୋଶେଫ୍ ଆର. ବାଇଡେନଙ୍କ ଠାରୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।ଆମେରିକାର ବୈଦେଶିକ ଏବଂ ପ୍ରତିରକ୍ଷା ସଚିବଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
November 10th, 08:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ବୈଦେଶିକ ସଚିବ ମହାମହିମ ଶ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ମହାମହିମ ଶ୍ରୀ ଲଏଡ୍ ଅଷ୍ଟିନ ସାକ୍ଷାତ କରିଛନ୍ତି ।ବିଶ୍ୱ ଭିତ୍ତିଭୂମି ଓ ନିବେଶ ଏବଂ ଭାରତ-ମଧ୍ୟ-ପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ
September 09th, 09:40 pm
ନୂଆଦିଲ୍ଲୀରେ ୯ ସେପ୍ଟେମ୍ବର ୨୦୨୩ରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, ମହାମହିମ ଶ୍ରୀ ଜୋ ବାଇଡେନ୍ ବିଶ୍ୱ ଭିତ୍ତିଭୂମି ଏବଂ ନିବେଶ (ପିଜିଆଇଆଇ) ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ ।ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ (ପିଜିଆଇଆଇ) ଏବଂ ଭାରତ ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ପାଇଁ ଭାଗିଦାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 09th, 09:27 pm
ଏହି ବିଶେଷ ଆୟୋଜନରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ବାଗତ। ମୋର ମିତ୍ର ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସହିତ ଏହି ଆୟୋଜନରେ ସହ ଅଧ୍ୟକ୍ଷତା କରିଥିବାରୁ ମୁଁ ଆନ୍ତରିକ ଖୁସୀ ଅନୁଭବ କରୁଛି। ଆଜି ଆମେ ସମସ୍ତେ ଗୋଟିଏ ମହତ୍ବପୂର୍ଣ୍ଣ ଐତିହାସିକ ବୁଝାମଣା ସମ୍ପନ୍ନ ହୋଇଥିବା ଦେଖୁଛୁ। ଆଗାମୀ ସମୟରେ ଏହା ଭାରତ, ପଶ୍ଚିମ ଏସିଆ ଏବଂ ୟୁରୋପ ମଧ୍ୟରେ ଅର୍ଥନୈତିକ ଏକୀକରଣର ପ୍ରଭାବଶାଳୀ ମାଧ୍ୟମ ହେବ। ଏହା ସମଗ୍ର ବିଶ୍ବରେ ସଂଯୋଗୀକରଣ ଏବଂ ବିକାଶକୁ ଏକୀକରଣର ଦିଗ ପ୍ରଦାନ କରିବ।ଭାରତ ଓ ଆମେରିକା ପକ୍ଷରୁ ମିଳିତ ବିବୃତି
September 08th, 11:18 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋସେଫ ଆର୍. ବାଇଡେନ୍ ଜୁନିଅରଙ୍କୁ ଆଜି ଭାରତକୁ ସ୍ୱାଗତ କରି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଘନିଷ୍ଠ ଓ ଦୀର୍ଘସ୍ଥାୟୀ ଭାଗିଦାରୀକୁ ପୁନଃସ୍ଥାପିତ କରିଛନ୍ତି । ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ୱାଶିଂଟନ ଗସ୍ତର ଅଭୂତପୂର୍ବ ସଫଳତାଗୁଡିକର କାର୍ଯ୍ୟାନ୍ୱୟନ ପାଇଁ ଜାରି ଥିବା ପର୍ଯ୍ୟାପ୍ତ ଅଗ୍ରଗତିକୁ ନେଇ ଉଭୟ ନେତା ନିଜର ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି ।ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 08th, 09:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋଶେଫ୍ ଆର. ବାଇଡେନଙ୍କୁ ନୂଆଦିଲ୍ଲୀ ଠାରେ (ସେପ୍ଟେମ୍ବର ୦୯ ଓ ୧୦, ୨୦୨୩) ଦିନ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ଶ୍ରୀ ବାଇଡେନ ପ୍ରଥମ ଥର ନିମନ୍ତେ ଭାରତ ପରିଦର୍ଶନରେ ଆସିଛନ୍ତି। ସେ ନୂଆଦିଲ୍ଲୀ ଠାରେ ୦୯-୦୯-୨୦୨୩ ଦିନ ହେବାକୁ ଥିବା ଜି-୨୦ ଶିଖର ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି।