କ୍ୟାବିନେଟ ମେସର୍ସ ଚେନାବ୍ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ 540 ମେଗାୱାଟ ଯୁକ୍ତ କୋୱାର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣର ମଞ୍ଜୁରି ପ୍ରଦାନ କରିଛନ୍ତି
April 27th, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାରର ମନ୍ତ୍ରୀମଣ୍ଡଳ ସମିତି ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଚେନାବ ନଦୀ ଉପରେ 540 ମେଗାୱାଟର କୋୱାର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ 4526.12 କୋଟି ଟଙ୍କା ନିବେଶର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର କାର୍ଯ୍ୟାନ୍ବୟନ ମେସର୍ସ ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପ୍ରା.ଲି. (ମେସର୍ସ ସିଭିପିପିଏଲ୍) କରିବ ଯାହା ଏନଏଚପିସି ଏବଂ ଜେକେଏସଡିପିସିର ସଂଯୁକ୍ତ ଉପକ୍ରମ କମ୍ପାନୀ ଅଟେ। ଏଥିରେ 27 ଏପ୍ରିଲ୍ 2022 ହିସାବ ଅନୁସାରେ ଉଭୟ କମ୍ପାନୀ ଯଥାକ୍ରମେ 51 ପ୍ରତିଶତ ଓ 49 ପ୍ରତିଶତର ଇକ୍ୟୁଟି ଯୋଗଦାନ ରହିବ।