ରାଜ୍ୟସଭା ଅଧ୍ୟକ୍ଷ ଥିରୁ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 01st, 11:15 am

ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି, ଏବଂ ଆଜି ଆମ ସମସ୍ତ ତଥା ଗୃହର ସମସ୍ତ ମାନନୀୟ ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆପଣଙ୍କୁ ସ୍ୱାଗତ କରିବା ଏବଂ ଆପଣଙ୍କ ମାର୍ଗଦର୍ଶନରେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଗୃହ ମାଧ୍ୟମରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଆପଣଙ୍କ ଅମୂଲ୍ୟ ମାର୍ଗଦର୍ଶନ ଗ୍ରହଣ କରିବା। ଏହା ଆମ ସମସ୍ତଙ୍କ ପାଇଁ ଏକ ମହାନ ସୁଯୋଗ। ଗୃହ ପକ୍ଷରୁ, ମୋ ପକ୍ଷରୁ, ମୁଁ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ଆଶ୍ୱସ୍ତି ଦେଉଛି ଯେ, ଏହି ଗୃହରେ ବସିଥିବା ସମସ୍ତ ମାନନୀୟ ସଦସ୍ୟ, ଉଚ୍ଚ ଗୃହର ମର୍ଯ୍ୟାଦା ବଜାୟ ରଖି, ସର୍ବଦା ଆପଣଙ୍କ ମର୍ଯ୍ୟାଦା ପ୍ରତି ସଚେତନ ରହିବେ ଏବଂ ସୌଜନ୍ୟ ବଜାୟ ରଖିବେ। ମୁଁ ଆପଣଙ୍କୁ ଏହା ଆଶ୍ୱସ୍ତି ଦେଉଛି।

ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

December 01st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ପ୍ରଥମ ଅଧ୍ୟକ୍ଷତା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ମାନ୍ୟବର ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ, ଏହି ଗୃହ ଏବଂ ମୋ ପକ୍ଷରୁ, ମୁଁ ଆପଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ, ଏହି ଉଚ୍ଚ ସଦନର ସମସ୍ତ ମାନ୍ୟବର ସଦସ୍ୟ ସର୍ବଦା ଏହି ମହାନ ଅନୁଷ୍ଠାନର ମର୍ଯ୍ୟାଦାକୁ ବଜାୟ ରଖିବେ ଏବଂ ନିଜର ମର୍ଯ୍ୟାଦାକୁ ବଜାୟ ରଖିବାରେ ସର୍ବଦା ସତର୍କ ରହିବେ। ଏହା ଆପଣଙ୍କ ପ୍ରତି ମୋର ଦୃଢ଼ ପ୍ରତିଶୃତି।

ଗୁଜରାଟର ଡେଡିଆପଡ଼ାରେ 'ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 15th, 03:15 pm

ମା’ ନର୍ମଦାର ଏହି ପବିତ୍ର ଭୂମି ଆଜି ପୁଣି ଥରେ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି। ଠିକ୍ ଅକ୍ଟୋବର ୩୧ ତାରିଖରେ ଆମେ ଏଠାରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ। ଆମର ଏକତା ଏବଂ ବିବିଧତାକୁ ପାଳନ ପାଇଁ ଭାରତ ପର୍ବ ଆରମ୍ଭ ହୋଇଛି ଏବଂ ଆଜି, ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଥିବା ଏହି ଭବ୍ୟ ସମାରୋହ ସହିତ, ଆମେ ଭାରତ ପର୍ବର ପୂର୍ଣ୍ଣତାର ସାକ୍ଷୀ ହୋଇ ରହିଛି । ଏହି ପବିତ୍ର ଅବସରରେ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଜନ ଜାତୀୟ କ୍ଷେତ୍ରରେ, ସ୍ୱାଧୀନତାର ଅଗ୍ନି ପ୍ରଜ୍ଵଳିତ କରିଥିବା ଗୋବିନ୍ଦ ଗୁରୁଙ୍କ ଆର୍ଶୀବାଦ ମଧ୍ୟ ଆମ ସମସ୍ତଙ୍କ ସହ ଯୋଡି ହୋଇଛି। ମୁଁ ଏହି ମଞ୍ଚରୁ ଗୋବିନ୍ଦ ଗୁରୁଙ୍କୁ ମଧ୍ୟ ପ୍ରଣାମ କରୁଛି। କିଛି ସମୟ ପୂର୍ବରୁ ମୋତେ ମଧ୍ୟ ଦେବମୋଗରା ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ମୁଁ ମା’ଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି। ଖୁବ ଲୋକ ଜାଣିଥିବେ, କାଶୀ ବିଶ୍ୱନାଥ କରିଡର, ଉଜ୍ଜୈନ ମହାକାଳ କରିଡର, ଅଯୋଧ୍ୟା ରାମ ମନ୍ଦିର, କେଦାରନାଥ ଧାମ ବିଷୟରେ ଆଲୋଚନା ହୋଇଥାଏ । ଗତ ଦଶନ୍ଧି ମଧ୍ୟରେ ଏଭଳି ଅନେକ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବିକଶିତ ହୋଇଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ୨୦୦୩ ମସିହାରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଝିଅମାନଙ୍କ ଶିକ୍ଷା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଲିଆ ପାଟନଙ୍କୁ ଆସିଥିଲି, ସେତେବେଳେ ମୁଁ ମା 'ଙ୍କୁ ପ୍ରଣାମ କରିବାକୁ ଆସିଥିଲି ଏବଂ ସେହି ସମୟରେ ଏମିତି ଅବସ୍ଥା ଥିଲା ଯେ ମୁଁ ଦେଖିଥିଲି, କେବଳ ଏକ ଛୋଟ ଝୁମ୍ପୁଡ଼ି ଭଳି ସ୍ଥାନ ଥିଲା। ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ଜୀବନରେ କରିଥିବା ସମସ୍ତ ପ୍ରମୁଖ ବିକାଶ କାର୍ଯ୍ୟ ମଧ୍ୟରେ ଦେବମୋଗରା ମାତାଙ୍କ ସ୍ଥାନରୁ ବିକାଶ କାର୍ଯ୍ୟ ସହିତ ଆରମ୍ଭ ହୋଇଥିଲା। ଏବଂ ଆଜି ଯେତେବେଳେ ମୁଁ ଏହି ସ୍ଥାନ ପରିଦର୍ଶନ କଲି, ସେତେବେଳେ ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଆମର ଆଦିବାସୀ ଭାଇ ଓ ଭଉଣୀମାନେ, ଏବେ ମା 'ଙ୍କ ପ୍ରତି ଅପାର ଭକ୍ତି ସହିତ ସେଠାକୁ ଆସୁଛନ୍ତି।

ଗୁଜୁରାଟ ଡେଡିଆପଡାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 15th, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଡେଡିଆପଡ଼ାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ, ସେ ୯,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମା’ ନର୍ମଦାର ପବିତ୍ର ଭୂମି ଆଜି ଆଉ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି ବୋଲି କହି ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଯେ, ୩୧ ଅକ୍ଟୋବରରେ, ଭାରତର ଏକତା ଏବଂ ବିବିଧତାକୁ ପାଳନ କରିବା ପାଇଁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସେହି ସ୍ଥାନରେ ପାଳନ କରାଯାଇଥିଲା, ଭାରତ ପର୍ବ ଆରମ୍ଭ ହୋଇଥିଲା। ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ମହାନ ଉତ୍ସବ ସହିତ, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଭାରତ ପର୍ବର ପରିଣାମ ଦେଖୁଛୁ। ଏହି ପବିତ୍ର ଅବସରରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଆଦିବାସୀ ଅଞ୍ଚଳରେ ସ୍ୱାଧୀନତାର ଭାବନା ଜାଗ୍ରତ କରିଥିବା ଗୋବିନ୍ଦ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ଏହି କାର୍ଯ୍ୟକ୍ରମ ସହିତ ଜଡିତ। ମଞ୍ଚ ଉପରୁ ସେ ଗୋବିନ୍ଦ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ କିଛି ସମୟ ପୂର୍ବରୁ ଦେବମୋଗ୍ରା ମାତାଙ୍କ ମନ୍ଦିରକୁ ଯିବାର ସୌଭାଗ୍ୟ ମିଳିଥିଲା ​​ଏବଂ ପୁଣି ଥରେ ତାଙ୍କ ପାଦ ତଳେ ପ୍ରଣାମ କରିଥିଲେ।

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଝାଡ଼ଖଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

November 15th, 08:22 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଝାଡ଼ଖଣ୍ଡର ସମସ୍ତ ଜନସାଧାରଣଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଥିଲେ ଯେ ଝାଡ଼ଖଣ୍ଡ ହେଉଛି ଜୀବନ୍ତ ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଏକ ଗୌରବମୟ ଭୂମି। ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ପବିତ୍ର ଭୂମିର ଇତିହାସ ସାହସ, ସଂଘର୍ଷ ଏବଂ ମର୍ଯ୍ୟାଦାର ପ୍ରେରଣାଦାୟୀ କାହାଣୀରେ ପରିପୂର୍ଣ୍ଣ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଝାଡ଼ଖଣ୍ଡର ରାଜ୍ୟପାଳ

November 10th, 06:43 pm

ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀ ସନ୍ତୋଷ ଗଙ୍ଗୱାର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ

October 26th, 11:30 am

ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।

ମନ୍ କୀ ବାତ୍ ସେପ୍ଟେମ୍ବର 2025

September 28th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।

Cabinet approves railway project in Bihar worth Rs. 2,192 crore

September 24th, 03:05 pm

The Cabinet Committee on Economic Affairs, chaired by PM Modi, has approved the doubling of the Bakhtiyarpur–Rajgir railway line in Bihar at a cost of ₹2,192 crore. This multi-tracking project, covering four districts of Bihar, will boost freight capacity, reduce congestion, and lower emissions. The project will support India’s journey toward becoming more efficient, sustainable, and Aatmanirbhar.

Cabinet approves a railway project connecting Bihar, Jharkhand and West Bengal worth Rs. 3,169 Crore

September 10th, 03:05 pm

The Cabinet Committee on Economic Affairs, chaired by PM Modi, has approved doubling the 177 km Bhagalpur–Dumka–Rampurhat railway line across Bihar, Jharkhand, and West Bengal at a cost of ₹3,169 crore. This multi-tracking will ease congestion, improve connectivity for people and goods, boost tourism, and support PM Modi’s vision of an Atmanirbhar Bharat by creating more employment and self-employment opportunities in the region.

ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୨ରେ ବିହାର ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ

August 20th, 03:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ସେ ବିହାରର ଗୟାଠାରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଦୁଇଟି ଟ୍ରେନର ଶୁଭାରମ୍ଭ କରିବେ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ଗଙ୍ଗା ନଦୀରେ ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପର ଉଦଘାଟନ କରିବାକୁ ସେଠାକୁ ଗସ୍ତ କରିବେ ।

ଶ୍ରୀ ଶିବୁ ସୋରେନ ଜୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

August 04th, 10:27 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଶିବୁ ସୋରେନ ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ଆଦିବାସୀ ସମୁଦାୟ, ଗରିବ ଏବଂ ବଂଚିତ ବର୍ଗଙ୍କୁ ସଶକ୍ତ କରିବା ଦିଗରେ ତାଙ୍କର ଉତ୍ସାହକୁ ପ୍ରଶଂସା କରିଛନ୍ତି ।

Prime Minister condoles the the loss of lives in the road accident in Deoghar, Jharkhand

July 29th, 10:34 am

Prime Minister Shri Narendra Modi today condoled the loss of lives the road accident in Deoghar, Jharkhand.

Cabinet approves two multitracking projects across Indian Railways covering various states

June 11th, 03:05 pm

The Cabinet Committee on Economic Affairs, chaired by PM Modi, has approved Koderma – Barkakana Doubling and Ballari – Chikjajur Doubling projects of Ministry of Railways with total cost of Rs. 6,405 crore. These initiatives will improve travel convenience, reduce logistic cost, decrease oil imports and contribute to lower CO2 emissions, supporting sustainable and efficient rail operations and generate employment.

In the past 10 years, India has moved beyond incremental change to witness impactful transformation: PM Modi on Civil Services Day

April 21st, 11:30 am

PM Modi addressed civil servants on Civil Services Day, celebrating 75 years of the Constitution and Sardar Patel’s 150th birth anniversary. Emphasizing holistic development and next-gen reforms, he urged officers to drive impactful change and build a Viksit Bharat. He also conferred the PM’s Awards for Excellence in Public Administration.

୧୭ତମ ପ୍ରଶାସନିକ ସେବା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

April 21st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17ତମ ପ୍ରଶାସନିକ ସେବା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାସନିକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷ ଏହି ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, କାରଣ ଏହା ସମ୍ବିଧାନର 75ତମ ବର୍ଷ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ବୋଲି ସେ ଉଲ୍ଲେଖ କରିଥିଲେ । ୨୧ ଏପ୍ରିଲ୍ ୧୯୪୭ରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ବକ୍ତବ୍ୟ, ଯେଉଁଥିରେ ସେ ସରକାରୀ କର୍ମଚାରୀମାନଙ୍କୁ 'ଭାରତର ଇସ୍ପାତ ସଂରଚନା' ବୋଲି କହିଥିଲେ, ତାହାକୁ ମନେ ପକାଇ, ଶ୍ରୀ ମୋଦୀ ପଟେଲଙ୍କର ଅମଲାତନ୍ତ୍ରକୁ ନେଇ ରହିଥିବା ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଶୃଙ୍ଖଳା, ସଚ୍ଚୋଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଦେଶକୁ ଅତ୍ୟନ୍ତ ସମର୍ପଣର ସହିତ ସେବା କରିବା ପାଇଁ କହିଥାଏ । ସେ ଭାରତକୁ ଏକ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଝାଡ଼ଖଣ୍ଡ ରାଜ୍ୟପାଳ

March 18th, 12:09 pm

ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀ ସନ୍ତୋଷ ଗଙ୍ଗୱାର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

November 28th, 07:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ଶ୍ରୀ ହେମନ୍ତ ସୋରେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ

November 26th, 05:21 pm

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଏବଂ ନବନିର୍ବାଚିତ ବିଧାୟକ ଶ୍ରୀମତୀ ସ୍ମୃତି କଳ୍ପନା ସୋରେନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

Maharashtra has witnessed the triumph of development, good governance, and genuine social justice: PM Modi

November 23rd, 10:58 pm

Prime Minister Narendra Modi addressed BJP workers at the party headquarters following the BJP-Mahayuti alliance's resounding electoral triumph in Maharashtra. He hailed the victory as a decisive endorsement of good governance, social justice, and development, expressing heartfelt gratitude to the people of Maharashtra for trusting BJP's leadership for the third consecutive time.