ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ, ଦସ୍ତାବିଜ ବିନିମୟ ଏବଂ ଘୋଷଣାର ତାଲିକା
April 02nd, 01:02 pm
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଦେଉବାଙ୍କ ଦ୍ୱାରା ଚାରୋଟି ପ୍ରମୁଖ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏଥିରେ ନେପାଳରେ ରୁପେ କାର୍ଡ ଉନ୍ମୋଚନ ଅନ୍ତର୍ଭୁକ୍ତ ଥିଲା । ପଡ଼ୋଶୀ ରାଷ୍ଟ୍ର ମଧ୍ୟ ଆନ୍ତର୍ଜାତୀୟ ସୌର ମିଳିତ ମଞ୍ଚରେ ଯୋଗ ଦେଇଥିଲେ।ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ :ଜନକପୁଠାରେ ପ୍ରଧାନମନ୍ତ୍ରୀ
May 11th, 12:25 pm
ନେପାଳର ଜନକପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଶୀର୍ଷରେ ଅଛି । ସେ କହିଛନ୍ତି ଯେ ପ୍ରାଚୀନ କାଳରୁ ଭାରତ ଓ ନେପାଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ 5ଟି -ଟ୍ରାଡିସନ (ପରମ୍ପରା),ଟ୍ରେଡ (ବ୍ୟବସାୟ),ଟ୍ରାନ୍ସପୋର୍ଟ(ପରିବହନ),ଟୁରିଯମ(ପର୍ଯ୍ୟଟନ) ଏବଂ ଟ୍ରେଡ (ବ୍ୟାପାର) ଉପରେ ଗୁରୁତ୍ୱ ଦେଇଆସିଛନ୍ତି ।ନର୍ମଦା ଆନିକଟ ପ୍ରକଳ୍ପର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ; ଭାରୁଚ ଜନସଭାରେ ଦେଲେ ଉଦ୍ବୋଧନ
October 08th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନର୍ମଦା ନଦୀ ଉପରେ ଭଦଭୂତ ଆନିକଟ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭାରୁଚଠାରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଉଧନା (ସୁରତ, ଗୁଜରାଟ)ରୁ ଜୟନଗର (ବିହାର) ପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଏକ୍ସପ୍ରେସ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗୁଜରାଟ ନର୍ମଦା ସାର ନିଗମ ଲିଃର ବିଭିନ୍ନ ପ୍ଲାଂଟ ଉଦଘାଟନ ଏବଂ ଶିଳାନ୍ୟାସ ପାଇଁ ଫଳକ ଉନ୍ମୋଚନ କରିଥିଲେ ।