ଗାନ୍ଧୀନଗରଠାରେ ଭାରତ-ଜାପାନ ବ୍ୟାପାର ନେତୃମଣ୍ଡଳୀ ସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ(ସେପ୍ଟେମ୍ବର 14, 2017)

September 14th, 05:04 pm

ମୁଁ ଏହା ଦେଖି ଖୁସି ଯେ ଜାପାନର ବହୁ ବନ୍ଧୁ ଖୁସିର ସହ ଗୁଜରାଟରେ ରହୁଛନ୍ତି ଏବଂ ବ୍ୟବସାୟ କରୁଛନ୍ତି । ମୁଁ ଏହା ମଧ୍ୟ ଦେଖି ଖୁସି ଯେ ଜାପାନୀ ଜୀବନ ଏବଂ କାର୍ଯ୍ୟ ଅଭିଜ୍ଞତାରେ ଉନ୍ନତି ଆଣିବା ଲାଗି ସମର୍ପିତ ସହରାଂଚଳ, କ୍ଲଷ୍ଟର ଏବଂ ଅନୁଷ୍ଠାନ ମୁଣ୍ଡ ଟେକିଛି । ଆଜି ମଧ୍ୟ ଏକ ଜାପାନୀ ଟାଉନସିପ୍ ଘୋଷଣା କରାଯାଇଛି । ଗୁଜରାଟ ସରକାର ଏବଂ ଉଦ୍ୟୋଗଜଗତ ଏବେ ସୁଦ୍ଧା ଆନନ୍ଦ ପ୍ରକାଶ କରି କହିଥାଏ ଯେ ଭାଏବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମରେ ଜାପାନ ପ୍ରଥମ ସହଭାଗୀ ରାଷ୍ଟ୍ର ଥିଲା । ଏହି ଭାଗିଦାରୀ କେବଳ ଯେ ଜାରି ରହି ନାହିଁ, ବରଂ ଆମର ସମ୍ପର୍କ ବିନିମୟ ଆହୁରି ବୃଦ୍ଧି ପାଇଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥା ଏବଂ ଜାପାନ ଉଦ୍ୟୋଗଜଗତ ମଧ୍ୟରେ ସମ୍ପର୍କକୁ ଆହୁରି ବ୍ୟାପକ ସ୍ତରକୁ ନେଇଯାଇଛି ।