ଗୁଜରାଟର ଜାମ୍ବୁଘୋଡାଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 01st, 01:12 pm
ଆଜି ଗୁଜରାଟ ଏବଂ ଦେଶର ଆଦିବାସୀ ସମାଜ ପାଇଁ, ନିଜର ଜନଜାତୀୟ ସମୁହଙ୍କ ପାଇଁ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ । ଏବେ କିଛି ସମୟ ପୂର୍ବରୁ ମାନଘର ଧାମରେ ଥିଲି, ଆଉ ମାନଘର ଧାମରେ ଗୋବିନ୍ଦ ଗୁରୁଙ୍କ ସମେତ ହଜାର ହଜାର ସହିଦ ଆଦିବାସୀ ଭାଇ- ଭଉଣୀମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି, ସେମାନଙ୍କୁ ପ୍ରଣାମ କରି ଆଜାଦୀର ଅମୃତ ମହୋତ୍ସବରେ ଆଦିବାସୀମାନଙ୍କର ମହାନ ବଳିଦାନ ଗାଥାକୁ ପ୍ରଣାମ କରିବାକୁ ମୋତେ ସୁଯୋଗ ମିଳିଲା । ଆଉ ଏବେ ଆପଣମାନଙ୍କ ଜାମ୍ବୁଘୋଡ଼ାକୁ ଆସିଗଲି, ଆଉ ଆମର ଏହି ଜାମ୍ବୁଘୋଡ଼ା ଆମର ଆଦିବାସୀ ସମାଜର ମହାନ ବଳିଦାନର ସାକ୍ଷୀ ରହିଛି । ଶହୀଦ ଜୋରିୟା ପରମେଶ୍ୱର, ରୂପ ସିଂହ ନାୟକ, ରଜବିନ୍ଦା ନାୟକ ଏବଂ ବାବରିୟା ଗଲ୍ମା ନାୟକଙ୍କ ଭଳି ଶହୀଦମାନଙ୍କୁ ଆଜି ପ୍ରଣାମ କରିବାର ସୁଯୋଗ ମିଳିଛି । ମୁଣ୍ଡ ନୁଆଁଇବାର ସୁଯୋଗ ମିଳିଛି ।ଗୁଜୁରାଟର ଜାମ୍ବୁଘୋଡା ଠାରେ ପ୍ରାୟ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
November 01st, 01:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ପଞ୍ଚମାହାଲ ସ୍ଥିତି ଜାମ୍ବୁଘୋଡା ଠାରେ ପ୍ରାୟ ୮୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉତ୍ସର୍ଗ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।