ଜଳ ଜୀବନ ମିଶନ ଉପରେ ଗ୍ରାମ ପଂଚାୟତ ଓ ଜଳ ସମିତି ମାନଙ୍କ ସହିତ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 02nd, 02:57 pm
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଶ୍ରୀ ପହ୍ଲାଦ ସିଂହ ପଟେଲ ମହାଶୟ, ଶ୍ରୀ ବିଶ୍ୱେଶ୍ୱର ଟୁଡୁ ମହାଶୟ, ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟମାନଙ୍କର ମନ୍ତ୍ରୀଗଣ, ସାରା ଦେଶର ପଂଚାୟତ ଗୁଡିକର ସଦସ୍ୟ, ଜଳ ସମିତି ସହିତ ସାମିଲ ସଦସ୍ୟ ଏବଂ ଦେଶର କୋଣ ଅନୁକୋଣରୁ ଭର୍ଚ୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିବା ମୋର କୋଟି କୋଟି ଭାଇ ଓ ଭଉଣୀମାନେ।ଜଳ ଜୀବନ ମିଶନ ଉପରେ ଗ୍ରାମ ପଞ୍ଚାୟତ ଏବଂ ପାଣି ସମିତି ମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
October 02nd, 01:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମ ପଞ୍ଚାୟତ ଏବଂ ପାଣି ସମିତି/ ଗ୍ରାମ ଜଳ ଏବଂ ପରିମଳ ସମିତି ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଜଳ ଜୀବନ ମିଶନ ଉପରେ ଆଲୋଚନା କରିଛନ୍ତି। ସେ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତାରେ ସୁଧାର ଆଣିବା ଏବଂ ମିଶନ ଅଧୀନରେ ଜାରି ରହିଥିବା ଯୋଜନାଗୁଡ଼ିକରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବା ଲାଗି ଜଳ ଜୀବନ ମିଶନ ଆପ୍ର ଲୋକାର୍ପଣ କରିଥିଲେ। ସେ ମଧ୍ୟ ରାଷ୍ଟ୍ରୀୟ ଜଳ ଜୀବନ କୋଷର ଶୁଭାରମ୍ଭ କରିଥିଲେ। ଗ୍ରାମୀଣ ପରିବାର, ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଆଶ୍ରମଶାଳା ଏବଂ ଅନ୍ୟ ସର୍ବସାଧାରଣ ପ୍ରତିଷ୍ଠାନରେ ଟ୍ୟାପ ପାଣି ଯୋଗାଇ ଦେବା ଲାଗି କୌଣସି ବ୍ୟକ୍ତିବିଶେଷ, ସଂସ୍ଥାନ, କର୍ପୋରେସନ କିମ୍ବା ସମାଜସେବୀ, ଭାରତ କିମ୍ବା ଭାରତ ବାହାରେ ଥିଲେ ମଧ୍ୟ ଏହି କୋଷରେ ଅର୍ଥ ଦାନ କରିପାରିବେ। ଗ୍ରାମ ପଞ୍ଚାୟତ ଏବଂ ପାଣି ସମିତିଗୁଡ଼ିକର ସଦସ୍ୟମାନଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ, ଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ଶ୍ରୀ ବିଶ୍ବେଶ୍ବର ଟୁଡୁ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଅକ୍ଟୋବର ୨ରେ ଗ୍ରାମ ପଞ୍ଚାୟତ ଓ ପାଣି ସମିତିଗୁଡିକ ସହ ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ ସମ୍ପର୍କରେ ଆଲୋଚନା
October 01st, 12:23 pm
ଅକ୍ଟୋବର ୨, ୨୦୧୧ ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମ ପଞ୍ଚାୟତ ଓ ପାଣି ସମିତି/ଗ୍ରାମ୍ୟ ଜଳ ଓ ସ୍ୱଚ୍ଛତା ସମିତି (ଭିଡବ୍ଲୁଏସସି)ଗୁଡିକ ସହିତ ଜଳ ଜୀବନ ମିଶନ ସମ୍ପର୍କରେ ଆଲୋଚନା କରିବେ ।