ଡିସେମ୍ବର ୧୧ ରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

December 09th, 07:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଡିସେମ୍ବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ଯୁବ ଉଦ୍ଭାବକମାନଙ୍କ ସହ ଆଲୋଚନା କରିବେ । ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ମଧ୍ୟପ୍ରଦେଶରେ ସ୍ୱାମୀତ୍ୱ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 06th, 12:31 pm

ସ୍ୱାମୀତ୍ୱ ଯୋଜନା ଦ୍ୱାରା ଯେଉଁ ଆତ୍ମବିଶ୍ୱାସ, ଯେଉଁ ଭରସା ଗାଁଗୁଡିକରେ ଆସିଛି, ତାହା ହିତାଧିକାରୀମାନଙ୍କ ସହ କଥାବାର୍ତାରେ ସ୍ପଷ୍ଟ ଭାବେ ଝଲସୁଛି ଏବଂ ମୁଁ ଆଜି ଏଠାରେ ମଧ୍ୟ ଦେଖୁଛି ଯେ ଆପଣମାନେ ମତେ ଆପଣମାନଙ୍କର ବାଉଁଶରେ ତିଆରି ଚୌକି ତ ଦେଖାଇଲେ କିନ୍ତୁ ମୋ ନଜର ତ ଅନେକ ଦୂର ପର୍ଯ୍ୟନ୍ତ ଏହି ଯେଉଁ ଜନତା ଜନାର୍ଦ୍ଦନ, ସେମାନଙ୍କର ଯେଉଁ ଉତ୍ସାହ, ଉମଙ୍ଗ ରହିଛି, ତାରି ଉପରେ ଲାଖି ରହିଛି । ଜନତା ଜନାର୍ଦ୍ଦନଙ୍କର ଏତେ ଭଲ ପାଇବା, ଏତେ ଆଶୀର୍ବାଦ ମିଳୁଛି, ସେମାନଙ୍କୁ କେତେ ସୁଫଳ ମିଳୁଥିବ, ମୁଁ ସେସବୁ ସଂପୂର୍ଣ୍ଣ ଭାବରେ ଅନୁମାନ କରିପାରୁଛି । ଏହି ଯୋଜନା କେତେ ବଡ ଶକ୍ତି ଭାବେ ଉଭା ହେଉଛି, ଏହି ଅନୁଭବ ଏବେ ଯେଉଁ ସାଥୀମାନଙ୍କ ସହ କଥା ହେବାର ମାତେ ସୁଯୋଗ ମିଳିଲା, ସେମାନେ ମତେ ଏସବୁ ବିସ୍ତୃତ ଭାବରେ ଜଣାଇଛନ୍ତି । ସ୍ୱାମୀତ୍ୱ ଯୋଜନା ପରେ ଲୋକମାନଙ୍କୁ ବ୍ୟାଙ୍କରୁ ଋଣ ମିଳିବା ଆହୁରି ଅଧିକ ସହଜ ହୋଇଛି ।

ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲେ ଭାବ ବିନିମୟ

October 06th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏହି ଯୋଜନା ଅଧୀନରେ ଉପକୃତ ହୋଇଥିବା ପ୍ରାୟ ୧,୭୧,୦୦୦ ଲାଭାର୍ଥମାନଙ୍କୁ ସେ ଇ- ପ୍ରପର୍ଟି କାର୍ଡ଼ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ, ବିଭିନ୍ନ ଲାଭାର୍ଥୀ, ଗାଁ, ଜିଲ୍ଲା ଏବଂ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଶିକ୍ଷକ ପର୍ବ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ପ୍ରଦତ୍ତ ଅଭିଭାଷଣ

September 07th, 10:31 am

ଶିକ୍ଷକ ପର୍ବର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅବସରରେ ଆମ ସହିତ ସଂଯୁକ୍ତ ହୋଇଥିବା କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଜୀ, ଡକ୍ଟର ସୁଭାଷ ସରକାରଜୀ, ଡକ୍ଟର ରାଜକୁମାର ରଂଜନ ସିଂହଜୀ, ଦେଶର ଭିନ୍ନ ଭିନ୍ନ ରାଜ୍ୟର ମାନନୀୟ ଶିକ୍ଷାମନ୍ତ୍ରୀଗଣ, ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସ୍ୱରୂପ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଟିର ଅଧ୍ୟକ୍ଷ ଡକ୍ଟର କସ୍ତୁରୀରଙ୍ଗନଜୀ, ତାଙ୍କର ଟିମ୍‌ର ସମସ୍ତ ମ।।ନନୀୟ ସମ୍ମାନିତ ସଦସ୍ୟଗଣ, ସମଗ୍ର ଦେଶରୁ ଆମ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ବିଦ୍ୱାନ ପ୍ରାଚାର୍ଯ୍ୟଗଣ, ଶିକ୍ଷକଗଣ, ଏବଂ ପ୍ରିୟ ଶିକ୍ଷାର୍ଥୀଗଣ!

ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ

September 07th, 10:30 am

ସେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ଶୁଭାରମ୍ଭ କରିଥିଲେ। ଏହା ଶ୍ରବଣବାଧିତଙ୍କ ଅଧ୍ୟୟନ ପାଇଁ ଏକ ୟୁନିଭର୍ସାଲ ଡିଜାଇନ ସୁବିଧା ଥିବା ଅଡିଓ ଏବଂ ଟେକ୍ସଟ ଆଧାରିତ ସାଙ୍କେତିକ ଭାଷାର ଭିଡିଓ। ସେହିପରି ଦୃଷ୍ଟି ବାଧିତଙ୍କ ପାଇଁ ଅଡିଓ ପୁସ୍ତିକା ‘ଟକିଂ ବୁକ୍ସ’, ସିବିଏସଇର ବିଦ୍ୟାଳୟ ଗୁଣବତ୍ତା ସୁନିଶ୍ଚିତତା ଏବଂ ଆକଳନ ଫ୍ରେମଓ୍ବର୍କ, ନିପୁଣ ଭାରତ ପାଇଁ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ବିଦ୍ୟାଞ୍ଜଳି ପୋର୍ଟାଲର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ। ବିଦ୍ୟାଞ୍ଜଳି ଅର୍ନ୍ତଗତ ବିଦ୍ୟାଳୟର ବିକାଶ ପାଇଁ ଶିକ୍ଷା ସ୍ବେଚ୍ଛାସେବୀ, ଦାତା, ସିଏସଆର ଯୋଗଦାନ ନିମନ୍ତେ ସୁବିଧା କରାଯିବ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ

August 15th, 03:02 pm

ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

August 15th, 07:38 am

ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଭାରତ 75 ତମ ସ୍ୱାଧୀନତା ଦିବସ ପାଳନ କରିଛି

August 15th, 07:37 am

ଭାରତ 75ତମ ସ୍ୱାଧୀନତା ଦିବସ ପାଳନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ ସଫଳତାର ତାଲିକା ଉଲ୍ଲେଖ କରିଛନ୍ତି ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କର ଲୋକପ୍ରିୟ ସ୍ଲୋଗାନ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସରେ ଯୋଗ କରିଛନ୍ତି ସବକା ପ୍ରୟାସ ।

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ସମ୍ମିଳନୀ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 11th, 06:52 pm

ଭାରତର ପ୍ରଗତିକୁ ତ୍ୱରାନ୍ୱିତ କରୁଥିବା ଶିଳ୍ପଜଗତର ସମସ୍ତ ମହାନ୍ ବ୍ୟକ୍ତିମାନଙ୍କୁ, ସିଆଇଆଇର ସମସ୍ତ ସଦସ୍ୟବୃନ୍ଦଙ୍କୁ ମୋର ନମସ୍କାର । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀଗଣ, ସିଆଇଆଇର ସଭାପତି ଶ୍ରୀ ଟି . ବି. ନରେନ୍ଦ୍ରନ ମହୋଦୟ, ଉଦ୍ୟୋଗ ଜଗତର ସମସ୍ତ ନେତୃବୃନ୍ଦ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ଦେଶର କୂଟନୀତିଜ୍ଞଗଣ, ବିଭିନ୍ନ ଦେଶରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତମାନେ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାମାନେ!

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 11th, 04:30 pm

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର 75ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 07th, 10:55 am

ମଧ୍ୟପ୍ରଦେଶର ରାଜ୍ୟପାଳ ଏବଂ ମୋର ବହୁତ ପୁରୁଣା ପରିଚିତ ଶ୍ରୀ ମଙ୍ଗୁଭାଇ ପଟେଲ, ଯିଏ ନିଜର ସମ୍ପୂର୍ଣ୍ଣ ଜୀବନ ଆଦିବାସୀମାନଙ୍କର କଲ୍ୟାଣରେ, ଜନଜାତୀୟ ସମାଜର ଉତ୍କର୍ଷ ପାଇଁ ସେ ନିଜର ସାରା ଜୀବନ ବିତାଇଦେଇଛନ୍ତି, ଏଭଳି ଲୋକ ହେଉଛନ୍ତି ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ। ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ, ରାଜ୍ୟ ସରକାରଙ୍କର ସମସ୍ତ ଅନ୍ୟ ମନ୍ତ୍ରିଗଣ, ସାଂସଦଗଣ, ବିଧାୟକ ସାଥୀ ଏବଂ ମଧ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଭାଗରୁ ଯୋଡି ହୋଇଥିବା ସମସ୍ତ ଭଉଣୀ ଓ ଭାଇମାନେ!

ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ) ହିତାଧିକାରୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 07th, 10:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ)ର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ୟାପକ ପ୍ରଚାରପ୍ରସାର କରାଯାଇଥିଲା, ଯାହାଫଳରେ କେହି ଯୋଗ୍ୟ ବ୍ୟକ୍ତି ବାଦ୍ ପଡ଼ିବେ ନାହିଁ। 7 ଅଗଷ୍ଟ 2021କୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦିବସ ଭାବେ ପାଳନ କରୁଛନ୍ତି। ମଧ୍ୟପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ। ମଧ୍ୟପ୍ରଦେଶରେ ପାଖାପାଖି 5 କୋଟି ହିତାଧିକାରୀ ଏହି ଯୋଜନା ଦ୍ବାରା ଲାଭାନ୍ବିତ ହେଉଛନ୍ତି।

ଇ-ରୁପୀ ଡିଜିଟାଲ ଦେୟ ବ୍ୟବସ୍ଥାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 02nd, 04:52 pm

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାରା ଦେଶରୁ ସାମିଲ ହୋଇଥିବା ସମସ୍ତ ରାଜ୍ୟପାଳ ମହୋଦୟ, ଉପରାଜ୍ୟପାଳଗଣ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀଗଣ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ରାଜ୍ୟଗୁଡିକର ମୁଖ୍ୟ ସଚିବ, ଭିନ୍ନ ଭିନ୍ନ ଶିଳ୍ପ ସଂଘ ସହିତ ସଂଶ୍ଳିଷ୍ଟ ବନ୍ଧୁଗଣ, ଷ୍ଟାର୍ଟ ଅପ୍‌, ଫିନଟେକ୍‌ର ଦୁନିଆରୁ ସାମିଲ ମୋର ଯୁବ ସାଥୀ, ବ୍ୟାଙ୍କ ଗୁଡିକର ବରିଷ୍ଠ ଅଧିକାରୀଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 02nd, 04:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ଏକ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ଅର୍ଥପଇଠ ବ୍ୟବସ୍ଥା। ଇ-ରୁପି ହେଉଛି ଡିଜିଟାଲ ଅର୍ଥପଇଠ ପାଇଁ ଏକ ନଗଦମୁକ୍ତ ଓ ସ୍ପର୍ଶବିହୀନ ଉପକରଣ।

ଭିଭାଟେକ୍‌ର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ମୂଳ ଭାଷଣର ବିଷୟବସ୍ତୁ

June 16th, 04:00 pm

ଏହି ମଞ୍ଚ ଫ୍ରାନ୍ସର ବୈଷୟିକ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି । ଭାରତ ଓ ଫ୍ରାନ୍ସ ବିଭିନ୍ନ କ୍ଷେତ୍ରରେ ମିଳିତଭାବେ କାମ କରିଆସୁଛନ୍ତି । ସେଥିମଧ୍ୟରୁ ଟେକ୍‌ନୋଲୋଜି ଓ ଡିଜିଟାଲ ଦୁଇଟି କ୍ଷେତ୍ର ଯାହା ଦୁଇଦେଶକୁ ମିଳିତଭାବେ କାମ କରିବାର ନୂଆ ସୁଯୋଗ ଦେଇଛି । ଏହି ସହଯୋଗ ଆହୁରୀ ଦୃଢୀଭୂତ ହୋଇ ଆଗକୁ ବଢୁ ଏହା ସମୟର ଆହ୍ୱାନ । ଏହା କେବଳ ଆମ ଦୁଇଦେଶ ନୁହେଁ, ସମଗ୍ର ବିଶ୍ୱକୁ ସାହାଯ୍ୟ କରିବ ।

ଭିଭା ଟେକ୍‍ର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

June 16th, 03:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମୋଡ଼ରେ ଭିଭା ଟେକ୍‍ର ପଞ୍ଚମ ସଂସ୍କରଣ ସମାରୋହରେ ଉଦ୍‍ବୋଧନ ଦେଇଛନ୍ତି । ଭିଭା ଟେକ ୨୦୨୧ରେ ସମ୍ମାନନୀୟ ଅତିଥି ଭାବେ ଆମନ୍ତ୍ରିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ମୁଖ୍ୟ ଭାଷଣ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା । ଭିଭା ଟେକ୍‍ ୟୁରୋପର ସର୍ବବୃହତ୍‍ ଡିଜିଟାଲ ଏବଂ ଷ୍ଟାର୍ଟ ଅପ୍‍ ସମାରୋହମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ୨୦୧୬ ମସିହା ଠାରୁ ଏହି ସମ୍ମିଳନୀ ପ୍ରତିବର୍ଷ ପ୍ୟାରିସଠାରେ ଅନୁଷ୍ଠିତ ହୋଇଆସୁଛି ।

କୁଳପତିମାନଙ୍କର ଜାତୀୟ ସମ୍ମିଳନୀ ଏବଂ ଏଆଇୟୁର 95ତମ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 14th, 10:25 am

ଏହି କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଦେଶର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଶିକ୍ଷାମନ୍ତ୍ରୀ ଶ୍ରୀ ଭୂପେନ ସିଂହ ମହାଶୟ, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି ସିଂହ ମହାଶୟ, ବାବା ସାହେବ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମି ଉପାଧ୍ୟାୟ ମହାଶୟ, ଭାରତୀୟ ବିଶ୍ବବଦ୍ୟାଳୟ ମହାସଂଘ(ଏଆଇୟୁ)ର ସଭାପତି ପ୍ରଫେସର ତେଜପ୍ରତାପ ମହାଶୟ, ସମସ୍ତ ଉପସ୍ଥିତ ମହାନୁଭବ ଏବଂ ସାଥୀଗଣ!

ଭାରତୀୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ୯୫ତମ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 14th, 10:24 am

ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୪୫ତମ ବାର୍ଷିକ ସମ୍ମିଳନୀକୁ ଏବଂ କୁଳପତିମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ସମ୍ପର୍କୀତ ଚାରିଖଣ୍ଡ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଗୁଡିକର ଲେଖକ ହେଉଛନ୍ତି କିଶୋର କୁମାର ମକ୍‌ୱାନା । ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଗୁଜରାତର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅହମ୍ମଦାବାଦର ଡକ୍ଟର ବାବାସାହେବ ଆମ୍ବେଦରକର ମୁକ୍ତ ବିଶ୍ୱବିଦ୍ୟାଳୟ ଆୟୋଜନ କରିଥିଲା । କୃତଜ୍ଞ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଥିବା ଅବସରେ ତାଙ୍କ ଜୟନ୍ତୀ ପାଳନ ନୂଆ ଉନ୍ମାଦନା ଆଣିଦେଇଛି ।

ଶ୍ରୀ ଗୁରୁ ତେଗ୍ ବାହାଦୂର ଜୀଙ୍କର 400 ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ)କୁ ସ୍ମରଣୀୟ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 08th, 01:31 pm

କମିଟିର ସମସ୍ତ ସମ୍ମାନୀତ ସଦସ୍ୟଗଣ ଏବଂ ସାଥୀଗଣ! ଗୁରୁ ତେଗ୍ ବାହାଦୂର ଜୀଙ୍କର ଚାରିଶହ ପ୍ରକାଶ ପର୍ବର ଏହି ଅବସର ହେଉଛି ମଧ୍ୟ ଏକ ଆଧ୍ୟାତ୍ମିକ ସୌଭାଗ୍ୟ ମଧ୍ୟ ଏବଂ ହେଉଛି ଏକ ଜାତୀୟ କର୍ତ୍ତବ୍ୟ ମଧ୍ୟ । ଏଥିରେ ଆମେ ନିଜର କିଛି ଯୋଗଦାନ କରିପାରିବା, ଏହି ଗୁରୁକୃପା ଆମ ସମସ୍ତଙ୍କ ଉପରେ ହୋଇଛି । ମୁଁ ଖୁସି ଯେ ଆମେ ସମସ୍ତେ ଦେଶର ସମସ୍ତ ନାଗରିକଙ୍କୁ ସାଙ୍ଗରେ ନେଇ ଏହି ପ୍ରୟାସକୁ ଆଗେଇ ନେଉଛୁ ।

ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କର ୪୦୦ ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ) ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ କମିଟି ବୈଠକ

April 08th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କର ୪୦୦ ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ) ପାଳନ ପାଇଁ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆୟୋଜନ କରାଯାଇଥିଲା ।