ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିତୀୟ ଇନଫିନିଟି ଫୋରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ପୋଷ୍ଟ: ପିଆଇବି ଦିଲ୍ଲୀ ଦ୍ୱାରା 09 ଡିସେମ୍ବର 2023 12:52 ଅପରାହ୍ନ
December 09th, 11:09 am
ଏଭଳି ସମୟରେ ଭାରତ ସ୍ଥିରତା ଓ ପ୍ରଗତିର ଏକ ବଡ଼ ଉଦାହରଣ ଭାବେ ଉଭା ହୋଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଗିଫ୍ଟ ସିଟିରେ ଏକବିଂଶ ଶତାବ୍ଦୀର ଅର୍ଥନୈତିକ ନୀତିର ବିଚାରବିମର୍ଶ ହେବା, ଗୁଜରାଟର ଗୌରବକୁ ବଢ଼ାଇବାକୁ ଯାଉଛି। ତେବେ ଆଜି ଆଉ ଗୋଟିଏ କଥା ପାଇଁ ମୁଁ ଗୁଜରାଟବାସୀଙ୍କୁ ଅଭିନନ୍ଦନ ଜଣାଉଛି । ନିକଟରେ ଗୁଜରାଟର ପାରମ୍ପରିକ ନୃତ୍ୟ ଗର୍ବାକୁ ୟୁନେସ୍କୋ ଦ୍ୱାରା ଅମୂର୍ତ୍ତିକ ସାଂସ୍କୃତିକ ଐତିହ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ନିଜେ ଏକ ବଡ଼ ସଫଳତା। ଗୁଜରାଟର ସଫଳତା ହେଉଛି, ଦେଶର ସଫଳତା।ଇନଫିନିଟି ଫୋରମ୍ ୨.୦କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
December 09th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ପ୍ଲାଟଫର୍ମ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି । ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ôଥକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍ଏସ୍ସିଏ) ଏବଂ ଗିଫ୍ଟ ସିଟିର ମିଳିତ ଆନୁକୂଲ୍ୟରେ 'ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍ - ୨୦୨୪' ର ଅଗ୍ରଦୂତ କାର୍ଯ୍ୟକ୍ରମ ଭାବେ ଦ୍ୱିତୀୟ ଇନଫିନିଟି ମଂଚ ଆୟୋଜନ କରାଯାଉଛି । ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ରହିଛି 'ଗିଫ୍ଟ - ଆଇଏଫ୍ଏସ୍ସି : ନର୍ଭ ସେଂଟର ଫର ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍' / ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର ।ଇନଫିନିଟି ଫୋରମ, ୨୦୨୧ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 03rd, 11:23 am
ପ୍ରଯୁକ୍ତି ଏବଂ ଆର୍ଥିକ ଜଗତର ମୋର ଦେଶବାସୀ, ୭୦ରୁ ଅଧିକ ଦେଶରୁ ଭାଗ ନେଇଥିବା ହଜାର ହଜାର ପ୍ରତିନିଧିଗଣ ।ଇନଫିନିଟି ମଞ୍ଚ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
December 03rd, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିନଟେକ ଇନଫିନିଟି ଫୋରମକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ।ଡିସେମ୍ବର ୩ ତାରିଖରେ ଇନଫିନିଟୀ ଫୋରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
November 30th, 11:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩, ୨୦୨୧ ପୂର୍ବାହ୍ନ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବିଚାର ନେତୃତ୍ୱ ମଞ୍ଚ ‘ଇନଫିନିଟୀ ଫୋରମ’କୁ ଉଦଘାଟନ କରିବେ।