ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 29th, 11:30 am

ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।

ଜାତି ଉଦ୍ଦେଶ୍ୟରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 17th, 06:08 pm

ଆଜି ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ । ଏହି ଦିନ ଆମର ପାରମ୍ପରିକ କାରିଗର ଏବଂ ଶିଳ୍ପକାରମାନଙ୍କୁ ସମର୍ପିତ । ବିଶ୍ୱକର୍ମା ଜୟନ୍ତୀ ଅବସରରେ ମୁଁ ଦେଶର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ଆନନ୍ଦିତ ଯେ ଆଜିର ଦିନରେ ମୋତେ ସାରା ଦେଶର ଲକ୍ଷ ଲକ୍ଷ ବିଶ୍ୱକର୍ମା ବନ୍ଧୁଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳିଛି । କିଛି ଦିନ ତଳେ ମୁଁ ମୋର ଅନେକ ବିଶ୍ୱକର୍ମା ଭାଇ ଭଉଣୀଙ୍କ ସହ କଥା ବାର୍ତ୍ତା ମଧ୍ୟ କରିଥିଲି । ଏଠାରେ ପହଞ୍ଚିବାରେ ମୋର ବିଳମ୍ବର କାରଣ ହେଉଛି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବାରେ ମଗ୍ନ ହୋଇଯାଇଥିଲି, ଏବଂ ତଳେ ପ୍ରଦର୍ଶନୀ ହୋଇଛି ତାହା ମଧ୍ୟ ଏତେ ଚମତ୍କାର ଯେ, ସେଠାରୁ ବାହାରିବାକୁ ଇଚ୍ଛା କରୁନଥିଲି ଏବଂ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଆପଣମାନେ ନିଶ୍ଚିତ ଭାବେ ଏହାକୁ ପରିଦର୍ଶନ କରନ୍ତୁ । ମୋତେ କୁହାଯାଇଛି ଯେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଚାଲିବ, ତେଣୁ ମୁଁ ବିଶେଷ ଭାବରେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହାକୁ ନିଶ୍ଚିତ ଭାବେ ପରିଦର୍ଶନ କରନ୍ତୁ।

ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର-‘ଯଶୋଭୂମି’ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

September 17th, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ 'ଯଶୋଭୂମି'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । 'ଯଶୋଭୂମି'ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ।

୨୩ତମ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

July 04th, 12:30 pm

ଆଜି ୨୩ତମ ଏସସିଓ ଶିଖର ସମ୍ମିଳନୀରେ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏସସିଓ ସମଗ୍ର ଏସୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପରେ ଉଭା ହୋଇଛି । ଏହି କ୍ଷେତ୍ର ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ ରହିଛି । ଆମ ସହଭାଗୀ ଐତିହ୍ୟ ଏହାର ଜୀବନ୍ତ ପ୍ରମାଣ। ଆମେ ଏହି କ୍ଷେତ୍ରକୁ କେବଳ ‘‘ସମ୍ପ୍ରସାରିତ ପଡ଼ୋଶୀ’’ ବୋଲି ଗ୍ରହଣ କରି ନାହୁଁ ବରଂ ଆମେ ଏହାକୁ ‘‘ବଡ଼ ପରିବାର’’ ଭଳି ଦେଖୁଛୁ ।

ଗୋଆ ଠାରେ ଆୟୋଜିତ ୫୩ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ପୁରସ୍କାରପ୍ରାପ୍ତ ତେଲୁଗୁ ଅଭିନେତା ଚିରଞ୍ଜିବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 21st, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ଠାରେ ଆୟୋଜିତ ୫୩ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ ଦ ଇୟର ପୁରସ୍କାରପ୍ରାପ୍ତ ତେଲୁଗୁ ଅଭିନେତା ଚିରଞ୍ଜିବୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Prime Minister Narendra Modi extends best wishes for IFFI 53

November 18th, 06:15 pm

The Prime Minister of India Narendra Modi has said that IFFI, the International Film Festival of India, promotes an invigorating synergy between delegates from different nations and societies, united by cinema. Describing IFFI as the biggest film festival of India, the Prime Minister expressed confidence that “the interactions within this mini-world congregating at Goa will facilitate deeper understanding and new learnings in the world of art”.