ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 18th, 11:52 am
ଏହି ଅବସରରେ ଆମ ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଏବଂ ନୂଆ ଗୃହରେ ପ୍ରବେଶ କରିବା ପୂର୍ବରୁ ସେହି ପ୍ରେରଣାଦାୟକ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇବା ପାଇଁ ଆମେ ଏହି ଐତିହାସିକ କୋଠାକୁ ବିଦାୟ ଦେଉଛୁ। ସ୍ୱାଧୀନତା ପୂର୍ବରୁ ଏହି ଗୃହକୁ ଇମ୍ପେରିଆଲ୍ ଲେଜିସଲେଟିଭ୍ କାଉନସିଲ୍ କୁହାଯାଉଥିଲା। ସ୍ୱାଧୀନତା ପରେ ଏହା ସଂସଦ ଭବନ ନାମରେ ପରିଚିତ ଥିଲା । ଏହା ସତ ଯେ ଏହି କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ବିଦେଶୀ ସାଂସଦମାନେ ନେଇଥିଲେ, କିନ୍ତୁ ଆମେ କେବେ ବି ଏହି କଥାକୁ ଭୁଲି ପାରିବୁ ନାହିଁ ଏବଂ ଗର୍ବର ସହ କହିପାରିବା ଯେ ଏହି ଭବନ ନିର୍ମାଣରେ ମୋର ଦେଶବାସୀଙ୍କ ପରିଚୟ ଲାଗି, ମୋର ସାଥୀ ଦେଶବାସୀଙ୍କ କଠିନ ପରିଶ୍ରମ ଏଥିରେ ନିୟୋଜିତ ହୋଇଥିଲା ଏବଂ ଅର୍ଥ ମଧ୍ୟ ମୋ ଦେଶର ଲୋକମାନଙ୍କର ଥିଲା।ଲୋକସଭାରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 18th, 11:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୦୯-୨-୨୩) ସଂସଦର ସ୍ବତନ୍ତ୍ର ଅଧିବେଶନ ଅବସରରେ ଲୋକସଭାରେ ନିଜର ଅଭିଭାଷଣ ରଖିଛନ୍ତି। ସେପ୍ଟେମ୍ବର ୧୮ରୁ ୨୨, ୨୦୨୩ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଧିବେଶନ ବସୁଛି। ଗୃହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତି ରୋମନ୍ଥନର କ୍ଷଣ। ପୁରୁଣା ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ସ୍ବାଧୀନତା ପୂର୍ବରୁ ରାଜକୀୟ ଆଇନ ପ୍ରଣୟନ ପରିଷଦ ଥିବାବେଳେ, ସ୍ବାଧୀନତା ପରେ ଏହା ଭାରତର ସଂସଦ ଭାବେ ପରିଚୟ ଲାଭ କରିଥିଲା। ବିଦେଶୀ ଶାସକଙ୍କ ଦ୍ବାରା ଏହି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ ପାଇଁ ଏହାର ବିକାଶ ଘଟିଥିଲା। ୭୫ ବର୍ଷର ଯାତ୍ରାରେ ଏହି ସଦନ ଅତ୍ୟନ୍ତ ଉତ୍ତମ ପ୍ରଥା ଓ ପରମ୍ପରା ସୃଷ୍ଟି କରିଛି ଯାହା ଅନ୍ୟମାନଙ୍କ ଅବଦାନ ଓ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଛି। “ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ହେଲେ ଏହି ଭବନ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 18th, 10:15 am
ଚନ୍ଦ୍ର ଅଭିଯାନର ସଫଳତା ପରେ ଚନ୍ଦ୍ରଯାନ-୩ରେ ଆମର ତ୍ରିରଙ୍ଗା ପତାକା ଉଡ଼ୁଛି। ଶିବଶକ୍ତି ପଏଣ୍ଟ ନୂତନ ପ୍ରେରଣାର କେନ୍ଦ୍ର ପାଲଟିଛି ଏବଂ ତ୍ରିରଙ୍ଗା ପଏଣ୍ଟ ଆମକୁ ଗର୍ବରେ ଭରି ଦେଇଛି। ଯେତେବେଳେ ସମଗ୍ର ବିଶ୍ବରେ ଏଭଳି ସଫଳତା ଘଟେ, ସେତେବେଳେ ତାହାକୁ ଆଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହ ମିଶାଇ ଦେଖିବାକୁ ହୋଇଥାଏ। ଆଉ ଯେତେବେଳେ ଏହି ସାମର୍ଥ୍ୟକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରାଯାଏ, ସେତେବେଳେ ଏହା ଭାରତ ପାଇଁ ଅନେକ ସମ୍ଭାବନା, ଅନେକ ସୁଯୋଗ ଆମ ସମ୍ମୁଖରେ ଆସି ଠିଆ ହୋଇ ଯାଇଥାଏ। ଜି-୨୦ର ଅଭୂତପୂର୍ବ ସଫଳତା, ୬୦ରୁ ଅଧିକ ସ୍ଥାନରେ ବିଶ୍ୱର ସମସ୍ତ ନେତାମାନଙ୍କୁ ସ୍ୱାଗତ କରିବା, ବିଚାରବିମର୍ଶ ଅଧିବେଶନ, ପ୍ରକୃତ ଭାବନାରେ ସଂଘୀୟ ଢାଞ୍ଚାର ଜୀବନ୍ତ ଅନୁଭବ, ଭାରତର ବିବିଧତା, ଭାରତର ବିଶେଷତା, ସ୍ବତନ୍ତ୍ରତାର ଉତ୍ସବରେ ପରିଣତ ହୋଇଥିଲା। ଜି-୨୦ରେ ଭାରତ ଏଥିପାଇଁ ସବୁବେଳେ ଗର୍ବ ଅନୁଭବ କରିବ ଯେ ଗ୍ଲୋବାଲ ସାଉଥର ଆମେ ସ୍ବର ହୋଇପାରିବୁ। ଆଫ୍ରିକୀୟ ସଂଘର ସ୍ଥାୟୀ ସଦସ୍ୟତା ଏବଂ ସର୍ବସମ୍ମତିକ୍ରମେ ଜି-୨୦ ଘୋଷଣାନାମା ଭଳି ଘଟଣା ଏହି ସମସ୍ତ କଥା ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଉଛି।ଜାତି ଉଦ୍ଦେଶ୍ୟରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 17th, 06:08 pm
ଆଜି ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ । ଏହି ଦିନ ଆମର ପାରମ୍ପରିକ କାରିଗର ଏବଂ ଶିଳ୍ପକାରମାନଙ୍କୁ ସମର୍ପିତ । ବିଶ୍ୱକର୍ମା ଜୟନ୍ତୀ ଅବସରରେ ମୁଁ ଦେଶର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ଆନନ୍ଦିତ ଯେ ଆଜିର ଦିନରେ ମୋତେ ସାରା ଦେଶର ଲକ୍ଷ ଲକ୍ଷ ବିଶ୍ୱକର୍ମା ବନ୍ଧୁଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳିଛି । କିଛି ଦିନ ତଳେ ମୁଁ ମୋର ଅନେକ ବିଶ୍ୱକର୍ମା ଭାଇ ଭଉଣୀଙ୍କ ସହ କଥା ବାର୍ତ୍ତା ମଧ୍ୟ କରିଥିଲି । ଏଠାରେ ପହଞ୍ଚିବାରେ ମୋର ବିଳମ୍ବର କାରଣ ହେଉଛି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବାରେ ମଗ୍ନ ହୋଇଯାଇଥିଲି, ଏବଂ ତଳେ ପ୍ରଦର୍ଶନୀ ହୋଇଛି ତାହା ମଧ୍ୟ ଏତେ ଚମତ୍କାର ଯେ, ସେଠାରୁ ବାହାରିବାକୁ ଇଚ୍ଛା କରୁନଥିଲି ଏବଂ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଆପଣମାନେ ନିଶ୍ଚିତ ଭାବେ ଏହାକୁ ପରିଦର୍ଶନ କରନ୍ତୁ । ମୋତେ କୁହାଯାଇଛି ଯେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଚାଲିବ, ତେଣୁ ମୁଁ ବିଶେଷ ଭାବରେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହାକୁ ନିଶ୍ଚିତ ଭାବେ ପରିଦର୍ଶନ କରନ୍ତୁ।ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର-‘ଯଶୋଭୂମି’ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
September 17th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ 'ଯଶୋଭୂମି'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । 'ଯଶୋଭୂମି'ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ।ସେପ୍ଟେମ୍ବର ୧୭ ତାରିଖରେ ନୂଆଦିଲ୍ଲୀର ଦ୍ୱାରକା ଠାରେ 'ଯଶୋଭୂମି' ନାମକ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଏବଂ ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
September 15th, 04:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭, ୨୦୨୩ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ଦ୍ୱାରକାଠାରେ 'ଯଶୋଭୂମି' ନାମକ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର (ଆଇଆଇସିସି)ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ଦ୍ୱାରକା ସେକ୍ଟର ୨୧ରୁ ଏକ ନୂତନ ମେଟ୍ରୋ ଷ୍ଟେସନ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫'କୁ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିବେ ।