ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ପ୍ରଧାନମନ୍ତ୍ରୀ ଦେଇଥିବା ପୂର୍ଣ୍ଣାଙ୍ଗ ବାର୍ତ୍ତା

December 11th, 04:40 pm

ତାଙ୍କର କବିତା, ତାଙ୍କ ଦର୍ଶନ ଓ ତାଙ୍କ ଜୀବନୀ ଦେଖିଲେ ଜଣେ ଆଶ୍ଚର୍ଯ୍ୟାନ୍ୱିତ ହୁଏ । ବାରାଣସୀ ସହିତ ତାଙ୍କ ନିବିଡ ସଂପର୍କ ଥିଲା । ଏବେ ସେହି ଆସନରୁ ପାର୍ଲାମେଣ୍ଟକୁ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ଏବେ ଦେଖିବାକୁ ପାଇଲି ତାଙ୍କର ରଚନାଗୁଡିକ ସଂଗୃହୀତ ହୋଇ 16 ଖଣ୍ଡରେ ପ୍ରକାଶିତ ହୋଇଛି । ମାତ୍ର 39 ବର୍ଷର ଏକ କ୍ଷୁଦ୍ର ଜୀବନରେ ସେ ଅନେକ କିଛି ଲେଖିଯାଇଛନ୍ତି । ସେ ଅନେକ କିଛି କାମ କରିଯାଇଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଛନ୍ତି । ଏକ ଗୌରବମୟ ଭବିଷ୍ୟତ ଆଡକୁ ଯିବା କ୍ଷେତ୍ରରେ ତାଙ୍କ ଲେଖା ଆମ ପାଇଁ ଏକ ଆଲୋକବର୍ତ୍ତିକା ହୋଇ ରହିବ ।

ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧ

December 11th, 04:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ଉଦ୍‌ବୋଧନ ଦେବା ସହିତ ପ୍ରଖ୍ୟାତ୍‌ ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣ୍ୟ ଭାରତୀ (ଭାରତୀୟାର)ଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଉତ୍ସବ ବନବିଲ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ମହାକବି ସୁବ୍ରମଣ୍ୟ ଭାରତୀଙ୍କ 138ତମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଛି । ଏହି ଅବସରରେ ଚଳିତବର୍ଷର ସମ୍ମାନଜନକ ଭାରତୀ ପୁରସ୍କାର ପାଇଥିବା ବିଶିଷ୍ଟ ବିଦ୍ୱାନ ଶ୍ରୀ ସିନି ବିଶ୍ୱନାଥନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ବିଶ୍ୱନାଥନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।