ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର

April 30th, 11:32 am

ପ୍ରତ୍ୟେକ ଥର ମନ କି ବାତ୍ ପୂର୍ବରୁ ଦେଶର କୋଣ ଅନୁକୋଣରୁ, ସବୁ ବୟସର ଲୋକମାନଙ୍କଠାରୁ, ମନ କି ବାତକୁ ନେଇ ଅନେକଗୁଡ଼ିଏ ପରାମର୍ଶ ଆସେ । ଆକାଶବାଣୀ ମାଧ୍ୟମରେ ଆସେ, Narendra Modi App ରେ ଆସେ, My Gov ଜରିଆରେ ଆସେ, ଫୋନ ଦ୍ୱାରା ଆସେ । Recorded Message ଦ୍ୱାରା ଆସେ ଏବଂ ଯେତେବେଳେ ସମୟ ବାହାର କରି ମୁଁ ସେଗୁଡ଼ିକୁ ଦେଖେ, ତାହା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ହୋଇଥାଏ । ସେଥିରୁ ବିବିଧତା ପୂର୍ଣ୍ଣ ସୂଚନା ମିଳେ । ଦେଶର ପ୍ରତିଟି କୋଣରେ ଶକ୍ତିର ଭଣ୍ଡାର ରହିଛି । ଜଣେ ସାଧକ ଭଳି ସମାଜରେ ରହିଥିବା ଲୋକମାନଙ୍କର ବିପୁଳ ଯୋଗଦାନ, ଅନ୍ୟପକ୍ଷରେ ସମସ୍ୟାଗୁଡ଼ିକର ଭଣ୍ଡାର ମଧ୍ୟ ଦେଖିବାକୁ ମିଳେ ଯେଉଁ ଦିଗକୁ ହୁଏତ ସରକାରଙ୍କ ଦୃଷ୍ଟି ମଧ୍ୟ ଯାଏନି । ବୋଧହୁଏ ଶାସନ ବ୍ୟବସ୍ଥା ଏଥିସହିତ ଅଭ୍ୟସ୍ତ ହୋଇପଡ଼ିଛି, ଲୋକେ ମଧ୍ୟ ଅଭ୍ୟସ୍ତ ହୋଇପଡ଼ିଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଏଥିରେ ପିଲାଙ୍କ ଜିଜ୍ଞାସା, ଯୁବଗୋଷ୍ଠୀର ମହତ୍ୱାଂକାଂକ୍ଷା, ବୟସ୍କମାନଙ୍କ ଅନୁଭୂତିର ସାରମର୍ମ, ଭଳିକି ଭଳି କଥା ସାମନାକୁ ଆସେ ।

India gave the message of good governance, non violence & Satyagraha: PM

April 29th, 01:13 pm

While addressing a programme to mark Basava Jayanthi, PM Modi said India’s history is not only about defeat, poverty or colonialism but it gave the message of good governance, non-violence and Satyagraha. He expressed confidence that reformers would emerge from within the Muslim community itself, to put an end to the pain suffered by some Muslim women, because of the practice of “triple talaq.” He urged the Muslim community not to look at this issue through a political lens.

ବାସବ ସମିତିର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ବାସବ ଜୟନ୍ତୀ ୨୦୧୭ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 29th, 01:08 pm

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ବାସବ ଜୟନ୍ତୀ ୨୦୧୭ ଏବଂ ବାସବ ସମିତିର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ସହ ବାସବାନ୍ନାଙ୍କ ପବିତ୍ର ବଚନର ୨୩ଟି ଭାଷାରେ ଅନୁବାଦକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉନ୍ମୋଚନ କରିଥିଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଇତିହାସରେ କେବଳ ପରାଜୟ, ଦାରିଦ୍ର୍ୟ ଏବଂ ଉପନିବେଶବାଦ ନାହିଁ । ଭାରତ ଉତ୍ତମ ପ୍ରଶାସନ, ଅହିଂସା ଏବଂ ସତ୍ୟାଗ୍ରହର ବାର୍ତ୍ତା ଦେଇଛି ।