ଗୁଜରାଟର ଦାହୋଡ ଠାରେ ବହୁବିଧ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 20th, 09:49 pm
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ୍, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ, ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ମନ୍ତ୍ରୀପରିଷଦର ସହଯୋଗୀ ଦର୍ଶନା ବେନ୍ ଜରଦୋଷ, ସଂସଦରେ ମୋର ବରିଷ୍ଠ ସହଯୋଗୀ, ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍. ପାଟିଲ୍, ଗୁଜରାଟ ରାଜ୍ୟ ସରକାରଙ୍କର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଏବଂ ବହୁତ ସଂଖ୍ୟାରେ ଏଠାରେ ଉପସ୍ଥିତ, ମୋର ପ୍ରିୟ ଆଦିବାସୀ ଭାଇ ଏବଂ ଭଉଣୀମାନେ ।ଗୁଜୁରାଟର ଦାହୋଡ ଏବଂ ପଞ୍ଚମାହଲରେ ୨୨୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ
April 20th, 04:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାହୋଡରେ ଥିବା ଆଦିବାସୀ ମହା ସମ୍ମେଳନରେ ଯୋଗ ଦେଇ ସେଠାରେ ପ୍ରାୟ ୨୨,୦୦୦ କୋଟି ଟଙ୍କାର ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ସହିତ ଉଦ୍ଘାଟନ କରିଛନ୍ତି । ୧୪୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ସେ ପ୍ରାୟ ୮୪୦ କୋଟି ଟଙ୍କା ମୂଲ୍ୟର ନର୍ମଦା ନଦୀ ଅବବାହିକାରେ ର୍ନିମିତ ଦାହୋଡ ଜିଲ୍ଲା ଦକ୍ଷିଣ କ୍ଷେତ୍ର ଆଞ୍ଚଳିକ ଜଳ ଯୋଗାଣ ଯୋଜନାର ଉଦଘାଟନ କରିଛନ୍ତି । ଏହା ଦାହୋଡ ଜିଲ୍ଲା ଏବଂ ଦେବଗଡ ବାରିଆ ସହରର ପ୍ରାୟ ୨୮୦ ଗାଁର ଜଳ ଯୋଗାଣ ଆବଶ୍ୟକତାକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ ପ୍ରାୟ ୩୩୫ କୋଟି ଟଙ୍କା ମୂଲ୍ୟର ଦାହୋଡ ସ୍ମାର୍ଟ ସିଟିର ପାଞ୍ଚଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ସୌଧ, ବୋହି ଯାଉଥିବା ଜଳ ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ କାର୍ଯ୍ୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଏବଂ ବର୍ଷା ଜଳ ଅମଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୧୨୦କୋଟି ଟଙ୍କା ମୂଲ୍ୟର ସୁବିଧା ପଞ୍ଚମହଲ ଏବଂ ଦାହୋଡ ଜିଲ୍ଲାର ୧୦,୦୦୦ ଆଦିବାସୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଅନ୍ୟଗୁଡିକ ମଧ୍ୟରେ ୬୬ କେଭି ଘୋଡିଅଳ ସବଷ୍ଟେସନ୍, ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦି ଉଦଘାଟନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଏପ୍ରିଲ ୧୮ରୁ ୨୦ଯାଏ ଗୁଜରାଟ ଗସ୍ତରେ ଯିବେ
April 16th, 02:36 pm
ପ୍ରଧାନମନ୍ତୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। ଏପ୍ରିଲ ୧୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ସ୍କୁଲ ସମୂହ ପାଇଁ ନିର୍ମିତ ‘କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର’କୁ ବୁଲି ଦେଖିବେ । ଏପ୍ରିଲ ୧୯ତାରିଖ ପୂର୍ବାହ୍ନ ପ୍ରାୟ୯ଟା ୪୦ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ବନାସକାଣ୍ଠା ଜିଲ୍ଲାର ଦିୟୋଦରଠାରେ ‘ବନାସ ଡେରୀ ସଂକୁଳ’ ର ବିବିଧ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭ ଦେବେ । ଏହାପରେ ସେଦିନ ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧର ବୈଶ୍ୱିକ କେନ୍ଦ୍ରର ଶୁଭ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।