ଆମ ଲୋକଙ୍କ ନମନୀୟତା ପାଇଁ ଗର୍ବିତ : ପ୍ରଧାନମନ୍ତ୍ରୀ

October 03rd, 08:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟଙ୍କ ନମନୀୟତାକୁ ପ୍ରଶଂସା କରିଛନ୍ତି । ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଲୋକଙ୍କ ସାହସ ଏବଂ ଭାବନା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

ଚେସ୍ ଅଲିମ୍ପିଆଡ୍ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

September 26th, 12:15 pm

ସାର, ପ୍ରଥମ ଥର ଭାରତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି ଏବଂ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ତାହା ଚମତ୍କାର ଥିଲା, ଅର୍ଥାତ୍ ବାଳକଙ୍କ ଦ୍ୱାରା ୨୨ ରୁ ୨୧ ପଏଣ୍ଟ ଏବଂ ବାଳିକାଙ୍କ ଦ୍ୱାରା ୨୨ ରୁ ୧୯ ପଏଣ୍ଟ, ଆମର ମୋଟ ୪୪ ରୁ ୪୦ ପଏଣ୍ଟ । ଏତେ ଭଲ, ଉତ୍ତମ ପ୍ରଦର୍ଶନ ପୂର୍ବରୁ କେବେ ହୋଇନଥିଲା

ପ୍ରଧାନମନ୍ତ୍ରୀ ମୋଦୀ ଆମ ଚେସ୍ ଚମ୍ପିଆନମାନଙ୍କୁ ଭେଟି ଉତ୍ସାହିତ କରିଛନ୍ତି

September 26th, 12:00 pm

ଐତିହାସିକ ଦ୍ବିତୀୟ ସ୍ୱର୍ଣ୍ଣ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଚେସ୍ ଦଳ ସହ ମତ ବିନିମୟ କରିଛନ୍ତି। ଆଲୋଚନାରେ ସେମାନଙ୍କ କଠିନ ପରିଶ୍ରମ, ଚେସ୍ ର ବଢୁଥିବା ଲୋକପ୍ରିୟତା, ଖେଳ ଉପରେ ଏଆଇର ପ୍ରଭାବ ଏବଂ ସଫଳତା ହାସଲ ରେ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

Paris Olympics: PM extends best wishes for Indian Contingent

July 26th, 10:50 pm

The Prime Minister Shri Narendra Modi today extended warm wishes to the Indian contingent in the Paris Olympics.

ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ-ପ୍ରତିଷ୍ଠା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା

January 12th, 11:00 am

ଆଜି ସମସ୍ତ ଭାରତୀୟ ଏବଂ ସାରା ବିଶ୍ୱରେ ବିସ୍ତାରିତ ଭଗବାନ ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ପବିତ୍ର ଅବସର । ସବୁଠି ଭଗବାନ ରାମଙ୍କ ପ୍ରତି ଭକ୍ତିର ଏକ ଆକର୍ଷଣୀୟ ବାତାବରଣ ଦେଖିବାକୁ ମିଳୁଛି । ପ୍ରଭୁ ରାମଙ୍କ ମଧୁର ଜପ, ସବୁ ଦିଗରେ ରାମ ଭଜନର ଉତ୍କୃଷ୍ଟ ସୌନ୍ଦର୍ଯ୍ୟ । ଜାନୁଆରୀ ୨୨, ସେହି ଐତିହାସିକ ପବିତ୍ର ମୁହୂର୍ତ୍ତକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆଉ ଏବେ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର ୧୧ ଦିନ ବାକି ରହିଛି । ମୋର ସୌଭାଗ୍ୟ ଯେ ମୋତେ ମଧ୍ୟ ଏହି ପୂଣ୍ଣ୍ୟ ଅବସରରେ ସାକ୍ଷୀ ହେବା ପାଇଁ ସୁଯୋଗ ମଳିଛି । ଏହା ମୋ ପାଇଁ କଳ୍ପନା ବାହାରେ ଅନୁଭବ କରିବାର ସମୟ ଅଟେ ।

ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଏଗାରଦିନିଆ ସ୍ୱତନ୍ତ୍ର ପୂଜାବିଧି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

January 12th, 10:31 am

): ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟା ଧାମରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗାରଦିନ ବ୍ୟାପୀ ସ୍ୱତନ୍ତ୍ର ବିଧିବିଧାନ ପାଳନ ଆରମ୍ଭ କରିଛନ୍ତି । ଏହା ଏକ ବିରାଟ ଦାୟିତ୍ୱ । ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ଭଗବାନଙ୍କ ଆରାଧନା ଓ ପୂଜା ନିମନ୍ତେ ଆମକୁ ନିଜ ମଧ୍ୟରେ ଦିବ୍ୟ ଚେତନା ଜାଗ୍ରତ କରାଇବାକୁ ପଡିବ । ସେଥିପାଇଁ ଧର୍ମଗ୍ରନ୍ଥରେ ଉପବାସ ଓ କଠିନ ନିୟମ ମାନ ଦର୍ଶାଯାଇଛି ଓ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେଗୁଡିକୁ ଅନୁସରଣ କରିବାକୁ ପଡିବ । ମୁଁ ଆଧ୍ୟାତ୍ମିକ ଯାତ୍ରାରେ ମହାନ୍ ବ୍ୟକ୍ତି ଓ କେତେକ ପବିତ୍ର ଆତ୍ମାମାନଙ୍କ ଠାରୁ ଯେଉଁ ମାର୍ଗଦର୍ଶନ ପାଇଛି ସେମାନଙ୍କ ଦ୍ୱାରା ପ୍ରସ୍ତାବିତ ‘ନିୟମ’ ଅନୁସାରେ ମୁଁ ଆଜିଠାରୁ ସ୍ୱତନ୍ତ୍ର ପୂଜା ବିଧିବିଧାନ ପାଳନ ଏଗାର ଦିନ ନିମନ୍ତେ ଆରମ୍ଭ କରିଛି ।