ଜର୍ମାନୀ ବାଣିଜ୍ୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ(ମେ 30,2017)

May 30th, 06:17 pm

ଉଭୟ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପରିଦୃଶ୍ୟରେ ଭାରତର ପ୍ରମୁଖ ଭାଗିଦାର ରାଷ୍ଟ୍ର ତାଲିକାରେ ଜର୍ମାନୀ ରହିଛି । ଭାରତର ଅଭିବୃଦ୍ଧି କାହାଣୀରେ ଜର୍ମାନୀ କମ୍ପାନୀଗୁଡ଼ିକର ଭଗିଦାରୀରେ ମୁଁ ଅତ୍ୟନ୍ତ ଖୁସି । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖିଥିବା ଦେଖି ମଧ୍ୟ ସେତିକି ଉତ୍ସାହିତ । ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଜର୍ମାନୀର ମାନ୍ୟତା ସପ୍ତମ ସ୍ଥାନରେ ରହିଛି । ଜର୍ମାନୀରୁ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରବାହକୁ ଆକର୍ଷିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ, କେମିକାଲସ୍ ଓ ସେବା ।