ପ୍ରଧାନମନ୍ତ୍ରୀ ଏସୀୟ ଦିବ୍ୟାଙ୍ଗ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ନଭେମ୍ବର ପହିଲା ଦିନ କଥାବାର୍ତ୍ତା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ
October 31st, 05:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ପହିଲା ୨୦୨୩ ଦିନ ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ପାରା ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍ସ-୨୦୨୨ରେ ଅଂଶଗ୍ରହଣ କରି ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତ୍ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଭବିଷ୍ୟତ ପ୍ରତିଯୋଗିତା ପାଇଁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏସୀୟ ପାରା ଗେମ୍ସ୍ -୨୦୨୨ରେ ଭାରତ ୨୯ଟି ସ୍ୱର୍ଣ୍ଣପଦକ ସମେତ ମୋଟ ୧୧୧ଟି ପଦକ ବିଜୟୀ ହୋଇଛି । ପୂର୍ବ ଏସୀୟ ପାରା ଗେମ୍ସ-୨୦୧୮ ତୁଳନାରେ ଏଥର ପଦକ ସଂଖ୍ୟା ଶତକଡା ୫୪ଭାଗ ବୃଦ୍ଧି ଘଟିଛି ଓ ୨୦୧୮ରେ ଜିତିଥିବା ସ୍ୱର୍ଣ୍ଣପଦକ ତୁଳନାରେ ଏହା ଦୁଇଗୁଣ ଅଧିକ ।୧୦ ଅକ୍ଟୋବରରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
October 09th, 01:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଅକ୍ଟୋବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ ।