ନୌସେନା ଦିବସରେ ଭାରତୀୟ ନୌସେନାର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 04th, 08:41 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆମ ନୌସେନା ଅସାଧାରଣ ସାହସ ଏବଂ ସଂକଳ୍ପର ପ୍ରତୀକ। ସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତି। ମୁଁ ଚଳିତ ବର୍ଷର ଦୀପାବଳିକୁ କେବେବି ଭୁଲି ପାରିବି ନାହିଁ, ଯାହା ମୁଁ ଆଇଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିଲି। ଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଜନସାଧାରଣଙ୍କ ସାମୂହିକ ପ୍ରୟାସକୁ ସାମ୍ନାକୁ ଆଣିବା ପାଇଁ 'ମନ୍ କୀ ବାତ୍' ଏକ ଉତ୍କୃଷ୍ଟ ପ୍ଲାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ

November 30th, 11:30 am

ଚଳିତ ମାସର ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସର ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସମ୍ବିଧାନ ଦିବସ ଉତ୍ସବ, ବନ୍ଦେ ମାତରମର 150ତମ ବାର୍ଷିକୀ, ଅଯୋଧ୍ୟାରେ ଧର୍ମ ଧ୍ୱଜ ଉତ୍ତୋଳନ, ଆଇଏନଏସ 'ମାହେ' ଅନ୍ତର୍ଭୁକ୍ତ ଏବଂ କୁରୁକ୍ଷେତ୍ରରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନ୍ତର୍ଭୁକ୍ତ । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ମହୁ ଉତ୍ପାଦନ, ଭାରତର କ୍ରୀଡା ସଫଳତା, ସଂଗ୍ରହାଳୟ ଓ ପ୍ରାକୃତିକ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କାଶୀ-ତାମିଲ ସଙ୍ଗମମର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 31st, 07:00 pm

ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳେ ଏବଂ ଯେବେ ଯେବେ ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି । ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ। ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।

କେଭାଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 31st, 09:00 am

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀର ଐତିହାସିକ ଅବସରରେ, ଏକତାନଗରର ଏହି ଦିବ୍ୟ ପ୍ରଭାତ, ଏହି ମନୋରମ ଦୃଶ୍ୟ, ସର୍ଦ୍ଦାର ସାହେବଙ୍କ ପାଦତଳେ ଆମର ଉପସ୍ଥିତି, ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସମଗ୍ର ଦେଶରେ ଚାଲିଥିବା ଏକତା ଦୌଡ଼, ରନ ଫର ୟୁନିଟି, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ଏକ ନୂତନ ଭାରତର ସଂକଳ୍ପ ଶକ୍ତିକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବର୍ତ୍ତମାନ ଏଠାରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି, ଗତକାଲି ସନ୍ଧ୍ୟାରେ ଯେଉଁସବୁ ଚମତ୍କାର ପ୍ରସ୍ତୁତି ହୋଇଛି, ସେଥିରେ ମଧ୍ୟ, ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ବୀରତ୍ଵ ଏବଂ ଭବିଷ୍ୟତର ସଫଳତାର ଝଲକ ମଧ୍ୟ ରହିଛି। ସର୍ଦ୍ଦାର ସାହେବଙ୍କ ଏକ ଶହ ପଚାଶତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଏବଂ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ଜାରି କରାଯାଇଛି। ସର୍ଦ୍ଦାର ସାହେବଙ୍କ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ଜଣାଉଛି।

ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଭାରତର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହିତ ଦେଶ ସାଲିସ କରିବ ନାହିଁ

October 31st, 08:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି।

ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ ୨୧ ଅକ୍ଟୋବର ୨୦୨୫: ପିଆଇବି ଦିଲ୍ଲୀ

October 21st, 09:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ସହିତ ଆଇଏନଏସ ବିକ୍ରାନ୍ତରେ ତାଙ୍କର ଦୀପାବଳି ଉତ୍ସବ ପାଳନର କିଛି ଝଲକ ଶେୟାର କରିଛନ୍ତି । ଏହାକୁ ଏକ ଉଲ୍ଲେଖନୀୟ ଦିନ, ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ଉଲ୍ଲେଖନୀୟ ଦୃଶ୍ୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଗୋଟିଏ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟ ପାର୍ଶ୍ଵରେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି । ସେ କହିଛନ୍ତି ଯେ, ଗୋଟିଏ ପାଖରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଦେଖାଯାଉଛି, ଅନ୍ୟ ପାର୍ଶ୍ଵରେ ଅସୀମ ଶକ୍ତିର ପ୍ରତୀକ ଆଇଏନ‌ଏସ ବିକ୍ରାନ୍ତର ବିଶାଳ ପରାକ୍ରମ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟମାଳା ସୃଷ୍ଟି କରିଥାଏ । ସେ କହିଥିଲେ ଯେ, ଭାରତୀୟ ନୌସେନାର ସାହସୀ ସୈନିକମାନଙ୍କ ସହିତ ତାଙ୍କୁ ଦୀପାବଳି ପାଳନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 20th, 10:30 am

ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20th, 10:00 am

ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।

ମନ୍ କୀ ବାତ୍ ସେପ୍ଟେମ୍ବର 2025

September 28th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।

India's coastlines will become gateways to the nation's prosperity: PM Modi in Bhavnagar

September 20th, 11:00 am

At the inauguration of ₹34,200 crore development works in Bhavnagar, PM Modi recalled India’s historic strength as a maritime power and shipbuilding hub. Blaming Congress for the collapse of shipbuilding ecosystem, he said that with the vision of self-reliance, the maritime sector is now advancing towards next-gen reforms. He noted that India accounts for 10% of global maritime trade and set a goal to triple this share by 2047.

ଗୁଜରାଟର ଭାବନଗରରେ 'ସମୁଦ୍ର ସେ ସମୃଦ୍ଧି' କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 20th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭାବନଗରରେ ୩୪,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମୁଦ୍ର ସେ ସମୃଦ୍ଧି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କୁ ପଠାଯାଇଥିବା ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଲୋକଙ୍କଠାରୁ ତାଙ୍କୁ ମିଳିଥିବା ସ୍ନେହକୁ ଶକ୍ତିର ଏକ ମହାନ ଉତ୍ସ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଦେଶ ବିଶ୍ୱକର୍ମା ଜୟନ୍ତୀରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ, ଅର୍ଥାତ୍ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପଖୱାଡା (ସେବା ପକ୍ଷ) ପାଳନ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଗତ ଦୁଇରୁ ତିନି ଦିନ ମଧ୍ୟରେ ଗୁଜରାଟରେ ଅନେକ ସେବାମୂଳକ କାର୍ଯ୍ୟକଳାପ ହୋଇଛି। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଶହ ଶହ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ଏକ ଲକ୍ଷ ଲୋକ ରକ୍ତଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ସହରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ଲକ୍ଷ ଲକ୍ଷ ନାଗରିକ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ରାଜ୍ୟବ୍ୟାପୀ ୩୦,୦୦୦ ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇଛି, ଯେଉଁଠାରେ ଜନସାଧାରଣ, ବିଶେଷକରି ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା କରାଯାଉଛି। ସେ ଦେଶବ୍ୟାପୀ ସେବା କାର୍ଯ୍ୟରେ ଜଡିତ ସମସ୍ତଙ୍କ ପ୍ରତି ତାଙ୍କର କୃତଜ୍ଞତା ଏବଂ କୃତଜ୍ଞତା ପ୍ରକାଶ କରିଛନ୍ତି।

ଫଳାଫଳ ତାଲିକା: ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

August 05th, 04:31 pm

ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୈତିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣାନାମା

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 05th, 11:06 am

ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି। ଆମର କୂଟନୈତିକ ସମ୍ପର୍କ ନୂତନ ହୋଇପାରେ, କିନ୍ତୁ ଆମର ସଭ୍ୟତାଗତ ସମ୍ପର୍କ ପ୍ରାଚୀନ ସମୟରୁ ରହିଆସିଛି। ଫିଲିପାଇନ୍ସର ରାମାୟଣ - ମହାରାଦିଆ ଲୱାନା - ଆମର ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ସାକ୍ଷ୍ୟ। ଉଭୟ ଦେଶର ଜାତୀୟ ଫୁଲକୁ ନେଇ ସଦ୍ୟ ଉନ୍ମୋଚିତ ଡାକଟିକଟ, ଆମ ବନ୍ଧୁତାର ସୁଗନ୍ଧକୁ ଦର୍ଶାଏ।

ଅପରେସନ ସିନ୍ଦୂର ନେଇ ଲୋକସଭାରେ ସ୍ୱତନ୍ତ୍ର ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

July 29th, 05:32 pm

ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଯେତେ ବେଳେ ମୁଁ ମିଡିଆ ବନ୍ଧୁମାନଙ୍କ ସହ କଥା ହେଉଥିଲି ସେତେବେଳେ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କହିଥିଲି । ତାହା ହେଲା ଏହା ହେଉଛି ଏମିତି ଏକ ସ୍ୱତନ୍ତ୍ର ଅଧିବେଶନ ଯେଉଁଠି ଭାରତର ବିଜୟୋତ୍ସବ ପାଳିତ ହେଉଛି । ଯେଉଁଠି ଭାରତର ଗୌରବ ଗାନ ହେଉଛି ।

ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ଲୋକସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 29th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଶକ୍ତିଶାଳୀ, ସଫଳ ଏବଂ ନିର୍ଣ୍ଣାୟକ ‘ଅପରେସନ୍ ସିନ୍ଦୂର’ ଉପରେ ଏକ ବିଶେଷ ଆଲୋଚନା ସମୟରେ ସମ୍ବୋଧନ କରିଥିଲେ। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅଧିବେଶନର ଆରମ୍ଭରେ ଗଣମାଧ୍ୟମ ସହ ନିଜର ଆଲୋଚନାକୁ ସ୍ମରଣ କରି କହିଥିଲେ ଯେ ସେ ସମସ୍ତ ମାନ୍ୟବର ସାଂସଦମାନଙ୍କୁ ଏହି ଅଧିବେଶନକୁ ଭାରତର ବିଜୟର ଉତ୍ସବ ଏବଂ ଭାରତର ଗୌରବର ଶ୍ରଦ୍ଧାଞ୍ଜଳି ଭାବେ ପାଳନ କରିବାକୁ ନିବେଦନ କରିଥିଲେ।

The history and legacy of the Chola Empire reflect the strength and true potential of our great nation: PM Modi

July 27th, 12:30 pm

In his address during the Aadi Thiruvathirai Festival at the Gangaikonda Cholapuram temple in Tamil Nadu, PM Modi said that the legacy of Rajaraja Chola and Rajendra Chola is synonymous with India's identity and pride. He remarked that the economic and strategic advancements achieved during the Chola era continue to inspire modern India. The PM affirmed his resolve to further strengthen the spirit of pride in India’s rich heritage.

ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 27th, 12:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ ପ୍ରଣାମ କରି, ରାଜରାଜା ଚୋଳଙ୍କ ପବିତ୍ର ଭୂମିରେ ଦିବ୍ୟ ଶିବ ଦର୍ଶନ ମାଧ୍ୟମରେ ଅନୁଭୂତ ଗଭୀର ଆଧ୍ୟାତ୍ମିକ ଶକ୍ତିକୁ ପ୍ରତିଫଳିତ କରି, ଶ୍ରୀ ଇଲୈୟାରାଜଙ୍କ ସଙ୍ଗୀତ ଏବଂ ଓଧୂବରମାନଙ୍କ ପବିତ୍ର ମନ୍ତ୍ର ସହିତ, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଧ୍ୟାତ୍ମିକ ପରିବେଶ ଆତ୍ମାକୁ ଗଭୀର ଭାବରେ ଆକର୍ଷିତ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

June 29th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।

Let this Yoga Day mark the beginning of Yoga for Humanity 2.0, where Inner Peace becomes Global Policy: PM Modi

June 21st, 07:06 am

PM Modi addressed the 11th International Day of Yoga event in Visakhapatnam, Andhra Pradesh and took part in the Yoga session. The PM recalled the moment when India proposed the idea of International Yoga Day at the UN. He noted that more than two crore people have joined the Yogandhra Abhiyan, reflecting a vibrant spirit of public participation. He remarked that Yoga transitions inpiduals from Me to We.

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

June 21st, 06:30 am

ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ଅବସରରେ, ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ଜାତୀୟ ସମାରୋହର ନେତୃତ୍ୱ ନେଇଥିଲେ । ସେ ପ୍ରାୟ ୫ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହିତ ବିଶାଖାପାଟଣାର ବେଳାଭୂମିରେ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦେଶକୁ ଏକ ସୁସଙ୍ଗତ ଯୋଗ ପ୍ରଦର୍ଶନରେ ନେତୃତ୍ୱ ଦେଇଥିଲେ । ସାରା ଭାରତରେ ୩.୫ ଲକ୍ଷରୁ ଅଧିକ ସ୍ଥାନରେ ଏକକାଳୀନ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ, ମାଇଗଭ୍‌ ଏବଂ ମାଇ ଭାରତ ଭଳି ପ୍ଲାଟଫର୍ମରେ ଯୋଗ ଅନପ୍ଲଗଡ୍‌ ଅଧୀନରେ ପରିବାର ସହିତ ଯୋଗ ଏବଂ ଯୁବ-କୈନ୍ଦ୍ରିକ ପଦକ୍ଷେପ ଭଳି ବିଶେଷ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯାହା ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରୁଛି ।