ସୋସିଆଲ ମିଡିଆ କର୍ଣ୍ଣର 13 ଏପ୍ରିଲ 2017
April 13th, 08:06 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ମୁମ୍ବାଇଠାରେ IMC ମହିଳା ଶାଖାର 50ତମ ବାର୍ଷିକୀ ଉତ୍ସବକୁ ଭିଡିଓ କନଫେରେନ୍ସିଙ୍ଗ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 13th, 05:56 pm
ମୁଁ ଭାରତୀୟ ବଣିକ ଚାମ୍ବର ମହିଳା ପ୍ରକୋଷ୍ଠକୁ 50ବର୍ଷ ପୂର୍ତ୍ତି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । କୌଣସି ସଂସ୍ଥା ପାଇଁ 50 ବର୍ଷ ଅତିକ୍ରମ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହା ଏପରି ସମୟ ହୋଇଥାଏ କି ବ୍ୟକ୍ତି ହେଉ ଅବା ସଂସ୍ଥା, ତାହା ସୁନା ଭଳି ନିଆଁରୁ ତରଳି ବାହାରିଥାଏ, ଚମକିବାରେ ଲାଗିଥାଏ, ଆଉ ବୋଧହୁଏ ଏଥିପାଇଁ 50 ବର୍ଷ ସଂପୂର୍ଣ୍ଣ ହେବାକୁ ସୁବର୍ଣ୍ଣ ଜୟନ୍ତୀ ମଧ୍ୟ କହନ୍ତି । ଆପଣ ଯେଉଁ ସଂସ୍ଥାର ଅଂଶ ଅଟନ୍ତି ତାହାର ଏକ ଗୌରବଶାଳୀ ଇତିହାସ ରହିଛି । ସ୍ୱଦେଶୀ ଆନ୍ଦୋଳନର ପୃଷ୍ଠଭୁମିରେ ଏହା ସ୍ଥାପନ ହୋଇଥିଲା । ଆପଣମାନେ ମଧ୍ୟ ବିଗତ 50ବର୍ଷ ମହିଳାମାନଙ୍କ ପାଇଁ କାମ କରି, କିଛି ନା କିଛି ଯୋଗଦାନ ଦେଇଛନ୍ତି; ଆଉ ଏଥିପାଇଁ ଆପଣଙ୍କ ସଂସ୍ଥା ପ୍ରଶଂସାର ପାତ୍ର ଅଟେ । ଆଉ ବିଗତ 50ବର୍ଷରେ ଯେଉଁ ଯେଉଁ ଲୋକମାନେ ଏହାର ନେତୃତ୍ୱ ନେଇଛନ୍ତି, ଏହାକୁ ଆଗକୁ ବଢାଇଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ ।