୧୭ତମ ଭାରତୀୟ ସମବାୟ କଂଗ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

୧୭ତମ ଭାରତୀୟ ସମବାୟ କଂଗ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

July 01st, 11:05 am

ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଶ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସମବାୟ ୟୁନିୟନର ସଭାପତି ଶ୍ରୀ ଅମିତ ସଂଘାନୀ, ଡକ୍ଟର ଚନ୍ଦ୍ରପାଲ ସିଂହ ଯାଦବ, ଦେଶର ବିଭିନ୍ନ କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ସମବାୟ ସଂଘର ସମସ୍ତ ସଦସ୍ୟ, ଆମର କୃଷକ ଭାଇ ଓ ଭଉଣୀମାନେ, ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ, ମହିଳାଏବଂ ଭଦ୍ର ବ୍ୟକ୍ତିମାନେ, ଆପଣ ସମସ୍ତଙ୍କୁ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ଅନେକ ଅନେକ ଅଭିନନ୍ଦନ । ମୁଁ ଆପଣ ସମସ୍ତଙ୍କୁ ଏହି ସମ୍ମିଳନୀକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ।

ନୂଆଦିଲ୍ଲୀରେ ୧୭ତମ ସମବାୟ କଂଗ୍ରେସକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ୧୭ତମ ସମବାୟ କଂଗ୍ରେସକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 01st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି “ଅମୃତ କାଳ : ଏକ ଉଜ୍ଜ୍ୱଳ ଭାରତ ପାଇଁ ସମବାୟ ଜରିଆରେ ସମୃଦ୍ଧି’’। ଶ୍ରୀ ମୋଦୀ ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି।

ଜୁଲାଇ ୧ତାରିଖରେ ୧୭ ତମ ଭାରତୀୟ ସମବାୟ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଜୁଲାଇ ୧ତାରିଖରେ ୧୭ ତମ ଭାରତୀୟ ସମବାୟ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

June 30th, 03:09 pm

“ସହକାର ସେ ସମୃଦ୍ଧି” ର ଦୃଷ୍ଟିକୋଣରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ବିଶ୍ୱାସ ଦ୍ୱାରା ସରକାର ଦେଶରେ ସମବାୟ ଆନ୍ଦୋଳନକୁ ବୃଦ୍ଧି କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ପ୍ରୟାସକୁ ବଳ ଦେବା ପାଇଁ ସରକାର ଏକ ପୃଥକ ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ହେଉଛି ଏହି ଦିଗରେ ଆଉ ଏକ ପଦକ୍ଷେପ ।