ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ସଫଳ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 25th, 04:56 am

ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ସଫଳ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଆରମ୍ଭ 2020ରେ ପ୍ରଶାସନିକ ସେବା ଶୀକ୍ଷାନବିସଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 31st, 12:01 pm

ବନ୍ଧୁଗଣ, ଗୋଟିଏ ବର୍ଷ ପୂର୍ବରୁ ଯେଉଁ ସ୍ଥିତି ଥିଲା, ଆଜିର ସ୍ଥିତି ମଧ୍ୟରେ ଖୁବ ଫରକ ରହିଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଦେଶ, ଦେଶର ବ୍ୟବସ୍ଥା ଯେପରି ଭାବେ କାମ କରିଛି, ସେଥିରୁ ଆପଣମାନେ ଅନେକ କିଛି ଶିଖିଥିବେ । ଯଦିଓ ଆପଣମାନେ ସବୁକିଛି ଦେଖି ନାହାନ୍ତି, କେବଳ ଅନୁଭବ କରିଛନ୍ତି ତଥାପି ଆପଣମାନେ କିଛି ଶିକ୍ଷା ଲାଭ କରିଥିବେ ନିଶ୍ଚୟ । କରୋନା ମୁକାବିଲା କରିବାରେ ସହାୟକ ଏପରି କିଛି ସାମଗ୍ରୀ, ଯାହାପାଇଁ ଦେଶ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲା, ଆଜି ଭାରତ ସେଥିମଧ୍ୟରୁ ଅନେକଗୁଡ଼ିଏ ସାମଗ୍ରୀ ରପ୍ତାନି କରିବାର ସ୍ଥିତିକୁ ଆସିଯାଇଛି । ସଂକଳ୍ପରୁ ସିଦ୍ଧିର ଏହା ହେଉଛି ଅତ୍ୟନ୍ତ ଚମତ୍କାର ଉଦାହରଣ ।

ସମନ୍ୱିତ ସଂସ୍ଥାପନା ପାଠ୍ୟକ୍ରମ ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣରେ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

October 31st, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡିଆରୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଜି ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ଏହି କାର୍ଯ୍ୟକ୍ରମଟି 2019ରେ ପ୍ରଥମଥର ଆରମ୍ଭ ହୋଇଥିବା ସମନ୍ୱିତ ପ୍ରତିଷ୍ଠାନ ପାଠ୍ୟକ୍ରମ (ଇଣ୍ଟିଗ୍ରେଟେଡ ଫାଉଣ୍ଡେସନ କୋର୍ସ) ‘ଆରମ୍ଭ’ର ଦ୍ୱିତୀୟ ସଂସ୍କରଣ ।