ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୟୁପିଆଇ-ପେନାଓ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଛନ୍ତି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
February 21st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ମେନନ୍ ନିଜ ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ପରସ୍ପର ମଧ୍ୟରେ ସୀମା ପାର ଅର୍ଥ କାରବାର କରିଥିଲେ ।21 ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ‘ରିୟଲ ଟାଇମ୍ ପେମେଣ୍ଟ ସିଷ୍ଟମ ଲିଙ୍କେଜ’ ର ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ ଭାରତ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ
February 20th, 12:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସିନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ 21 ଫେବୃଆରୀ 2023 ସକାଳ 11 ଟା (ଆଇଏସଟି) ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରସ ବର୍ଡ଼ର କନେକ୍ଟିଭିଟି ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ। ଏହି ଶୁଭାରମ୍ଭ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ ଏବଂ ମନିଟାରି ଅଥୋରିଟି ଅଫ୍ ସିଙ୍ଗାପୁର (ଏମଏଏସ) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବି ମେନନ୍ କରିବେ ।India regards Singapore as an essential ally in the implementation of our Look and Act East Policy: PM at Singapore
November 24th, 03:48 pm