ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ କୋଷ୍ଟା
June 24th, 08:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନଠାରେ ଏକ ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲ - ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବର ଶୁଭାରମ୍ଭ କରିଛନ୍ତି । ଷ୍ଟାର୍ଟ-ଅପ ଇଣ୍ଡିଆ ଦ୍ୱାରା ଏହି ଉଦ୍ୟମକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଷ୍ଟାର୍ଟ-ଅପ ପର୍ତ୍ତୁଗାଲ ଏହାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ରାଷ୍ଟ୍ରଙ୍କ ପାରସ୍ପରିକ ସହଯୋଗକ୍ଷମ ଉଦ୍ୟୋଗ ସହଭାଗୀତା ସୃଷ୍ଟି କରିବାରେ ସହାୟକ ହେବ ।ପର୍ତ୍ତୁଗାଲ ଗସ୍ତ (ଜୁନ 24, 2017) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
June 24th, 08:15 pm
ମହାନୁଭବ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା, ବିଶିଷ୍ଟ ପ୍ରତିନିଧିଗଣ ଏବଂ ଗଣମାଧ୍ୟମର ସଦସ୍ୟବୃନ୍ଦ, ପ୍ରଥମେ, ଗତ ସପ୍ତାହରେ ପର୍ତ୍ତୁଗାଲରେ ସଂଘଟିତ ଭୟାବହ ବନାଗ୍ନିରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ମୁଁ ଗଭୀର ଶୋକ ଓ ସମବେଦନା ଜଣାଉଛି । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହ ଆମେ ସମଦୁଃଖୀ । ବନ୍ଧୁଗଣ, ଆମ ଦୁଇ ଦେଶ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କ ଏବଂ ସୁଦୃଢ଼ ଆର୍ଥିକ ତଥା ଜନ ସମ୍ପର୍କ ରହିଛି । ତେଣୁ ମୋତେ ଏକଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଗସ୍ତ କାହିଁକି ଘଟିନଥିଲା ।