ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ- ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଉଦ୍ୟୋଗ ମୁଖ୍ୟଙ୍କ ପ୍ରଶଂସା

October 15th, 02:23 pm

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆଜି ଅନୁଷ୍ଠିତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ (ITU-WTSA) ୨୦୨୪ରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଜାତିସଂଘର ଏକ ସଂସ୍ଥା ଏବଂ ଏହାର ମାନକୀକରଣ କାର୍ଯ୍ୟ ପାଇଁ ଡବ୍ଲୁଟିଏସଏ ପ୍ରଶାସନିକ ସଭା ଭାବେ କାର୍ଯ୍ୟ କରେ । ଏହା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଥର ପାଇଁ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ITU-WTSA ଅନୁଷ୍ଠିତ ହେଉଛି । ଟେଲିକମ୍‌, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩୦୦୦ ରୁ ଅଧିକ ଉଦ୍ୟୋଗ ମୁଖ୍ୟ, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ।

ଆଇଟିୟୁ-ବିଶ୍ୱ ଦୂରସଂଚାର ମାନକୀକରଣ ସଭା ୨୦୨୪ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 15th, 10:05 am

ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଚନ୍ଦ୍ରଶେଖର, ଆଇଟିୟୁର ମହାସଚିବ, ବିଭିନ୍ନ ଦେଶର ମନ୍ତ୍ରୀଗଣ, ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ମନ୍ତ୍ରୀଗଣ, ଶିଳ୍ପନେତାଗଣ, ଟେଲିକମ୍ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଦୁନିଆର ମୋର ପ୍ରିୟ ଯୁବକଗଣ, ଦେଶ ଓ ବିଶ୍ୱରୁ ଆସିଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ମାନେ ।

ନୂଆଦିଲ୍ଲୀରେ ଆଇଟିୟୁ ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 15th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକ ସମାବେଶ (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ଅକ୍ଟୋବର 15 ରେ ନୂଆଦିଲ୍ଲୀରେ ଆଇଟିୟୁ ବିଶ୍ୱ ଦୂରସଂଚାର ମାନକୀକରଣ ସଭା 2024 କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 14th, 05:31 pm

14.10.2024 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆନ୍ତର୍ଜାତିକ ଦୂରସଂଚାର ସଂଘ - ବିଶ୍ୱ ଦୂରସଂଚାର ମାନକ ସଭା (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିବେ ।

ଇଣ୍ଡିଆ ମୋବାଇଲ କଂଗ୍ରେସ ସପ୍ତମ ସଂସ୍କରଣର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 27th, 10:56 am

ଇଣ୍ଡିଆ ମୋବାଇଲ କଂଗ୍ରେସର ଏହି ସପ୍ତମ ସଂସ୍କରଣରେ ଆପଣ ସମସ୍ତଙ୍କ ଗହଣକୁ ଆସିବା ନିଜକୁ ନିଜ ମଧ୍ୟରେ ହେଉଛି ଏକ ସୁଖଦ ଅନୁଭବ । ଏକବିଂଶ ଶତାବ୍ଦୀର ଦ୍ରୁତଗତିରେ ବଦଳୁଥିବା ବିଶ୍ୱରେ ଏହି ଆୟୋଜନ କୋଟି- କୋଟି ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଛି । ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ଭବିଷ୍ୟତର କଥା କହୁଥିଲେ, ସେତେବେଳେ ଏହାର ଅର୍ଥ ଆଗାମୀ ଦଶକ, ଅବା 20-30 ବର୍ଷ ପରର ସମୟ, ଅବା ପୁଣି ଆଗାମୀ ଶତାବ୍ଦୀ ହେଉ ଥିଲା । କିନ୍ତୁ ଆଜି ପ୍ରତ୍ୟେକ ଦିନ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନର କାରଣରୁ ଆମେ କହୁଛୁ ଯେ, ‘ଭବିଷ୍ୟତ ହେଉଛି ଏଠାରେ ଏବଂ ବର୍ତମାନ’, ଏବେ କିଛି ମିନିଟ ପୂର୍ବେ, ମୁଁ ଏଠାରେ ଲାଗିଥିବା ପ୍ରଦର୍ଶନୀର କିଛି ଷ୍ଟଲସବୁ ବୁଲି ଦେଖିଲି । ଏହି ପ୍ରଦର୍ଶନୀରେ ମୁଁ ସେହି ଭବିଷ୍ୟତର ଝଲକ ଦେଖିବାକୁ ପାଇଲି । ସେ ଟେଲିକମ୍ ହେଉ, ପ୍ରଯୁକ୍ତିବିଦ୍ୟା ହେଉ ଅବା ପୁଣି ଯୋଗାଯୋଗ, 6-G ହେଉ, ଏଆଇ ହେଉ, ସାଇବର ନିରାପତ୍ତା ହେଉ, ସେମିକଣ୍ଡକ୍ଟଟର ହେଉ, ଡ୍ରୋନ ଅବା ମହାକାଶ କ୍ଷେତ୍ର ହେଉ, ଗଭୀର ସମୁଦ୍ର ହେଉ, ଗ୍ରୀନ୍ ଟେକ୍ ହେଉ ଅବା ପୁଣି ଅନ୍ୟାନ୍ୟ କ୍ଷେତ୍ର, ଆଗାମୀ ସମୟ ହିଁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବାକୁ ଯାଉଛି । ଆଉ ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ଆମ ଯୁବ ପିଢୀ ଦେଶର ଭବିଷ୍ୟତର ନେତୃତ୍ୱ ନେଉଛି, ଆମର ପ୍ରଯୁକ୍ତି ବିପ୍ଳବର ନେତୃତ୍ୱ ନେଉଛନ୍ତି।

ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍ ସି)କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

October 27th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ଟେକ୍ନୋଲୋଜି ଫୋରମ୍ ଯାହା ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ 'ଗ୍ଲୋବାଲ୍ ଡିଜିଟାଲ୍ ଇନୋଭେସନ୍' ଶୀର୍ଷକରେ ଆୟୋଜିତ ହେବ। ଆଇଏମସି ୨୦୨୩ ର ଲକ୍ଷ୍ୟ ହେଉଛି ପ୍ରମୁଖ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକାରୀ, ନିର୍ମାତା ଏବଂ ରପ୍ତାନିକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ଟି '୫ଜି ୟୁଜ୍ କେସ୍ ଲ୍ୟାବ୍' ପ୍ରଦାନ କରିଥିଲେ।

The digital potential of our nation is unparalleled, perhaps even in the history of mankind: PM

December 08th, 11:00 am

PM Modi addressed India Mobile Congress via video conferencing. PM Modi said it is important to think and plan how do we improve lives  with the upcoming technology revolution. Better healthcare, Better education, Better information and opportunities for our farmers, Better market access for small businesses are some of the goals we can work towards, he added.

ଇଣ୍ଡିଆ ମୋବାଇଲ କଂଗ୍ରେସ 2020ର ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

December 08th, 10:59 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି) 2020ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି । ଚଳିତବର୍ଷ ଆଇଏମ୍‌ସିର ବାର୍ତ୍ତା ହେଉଛି- ‘ଇନ୍‌କ୍ଳୁସିଭ ଇନୋଭେସନ- ସ୍ମାର୍ଟ, ସିକିଓର, ସସ୍‌ଟେନେବୁଲ’ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଯେଉଁ ଡିଜିଟାଲ ସମାବେଶୀତା, ନିରନ୍ତର ବିକାଶ, ଉଦ୍ୟମୀତା ଓ ନବସୃଜନର ଯେଉଁ ଲକ୍ଷ୍ୟ ରହିଛି ତାହାକୁ ପ୍ରୋତ୍ସାହିତ କରିବା ପାଇଁ ମୋବାଇଲ କଂଗ୍ରେସ ପକ୍ଷରୁ ଏହି ବାର୍ତ୍ତା ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟ ଟେଲିକମ୍‌ କ୍ଷେତ୍ରରେ ବିଦେଶୀ ଓ ସ୍ଥାନୀୟ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ସହ ଏ କ୍ଷେତ୍ରରେ ଗବେଷଣା ଓ ଉନ୍ନୟନକୁ ପ୍ରୋତ୍ସାହିତ କରିବାକୁ ଅଭିପ୍ରେତ ।

PM to address India Mobile Congress 2020 on 8th December 2020

December 07th, 03:18 pm

Prime Minister Shri Narendra Modi will give the inaugural address at the virtual India Mobile Congress (IMC) 2020 on 08 December 2020 at 10:45 AM.