
ମିଳିତ ବିବୃତି: ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ବାର୍ଷିକ ଶିଖର ସମ୍ମିଳନୀ
November 19th, 11:22 pm
୧୯ନଭେମ୍ବର ୨୦୨୪ରେ ରିଓ ଡି ଜେନେରିଓ ଠାରେ ଗ୍ରୁପ୍ ଅଫ୍ ୨୦ (ଜି-୨୦) ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କ ଉପସ୍ଥିତିରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୨୦୨୫ରେଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ପଞ୍ଚମ ବାର୍ଷିକୀ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଅକ୍ଷୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ଶିକ୍ଷା ଏବଂ ଗବେଷଣା,ଦକ୍ଷତା, ଗତିଶୀଳତା, ବିଜ୍ଞାନ ଏବଂପ୍ରଯୁକ୍ତି ବିଦ୍ୟା ଏବଂବହୁପାକ୍ଷିକ ସହଯୋଗ ଭଳି ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଥିଲେ ।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 26th, 01:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଅଲ୍ବାନିଜ୍ ସହ କଥା ହୋଇଛନ୍ତି । ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବା ସହ କ୍ୱାଡ୍ ସମେତ ଅନ୍ୟ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ଆଲୋଚନା କରିଥିଲେ ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ ବିବୃତ୍ତି
May 24th, 06:41 am
ଅଷ୍ଟ୍ରେଲିଆ ଗସ୍ତ ସମୟରେ ମୋତେ ଏବଂ ମୋର ପ୍ରତିନିଧିମାନଙ୍କୁ ଦିଆଯାଇଥିବା ଆତିଥ୍ୟ ଏବଂ ଆଦର-ସତ୍କାର ପାଇଁ ମୁଁ ଅଷ୍ଟ୍ରେଲିଆର ଲୋକମାନଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି । ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଭାରତ ଗସ୍ତର ଦୁଇ ମାସ ମଧ୍ୟରେ ମୁଁ ଏଠାକୁ ଆସିଛି । ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଆମର ଷଷ୍ଠ ସାକ୍ଷତ ବୈଠକ।