ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ
August 11th, 04:50 pm
ପ୍ରାକୃତିକ ଚାଷ ପ୍ରତି କୃଷକମାନଙ୍କର ଆଗ୍ରହ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ଚାଷୀମାନଙ୍କର ଅନୁଭୂତି ଶୁଣିବା ସହ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।୧୦୯ ଟି ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ
August 11th, 02:00 pm
ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ।ଅଗଷ୍ଟ ୧୧ରେ ପ୍ରଧାନମନ୍ତ୍ରୀ ୧୦୯ ହାଇୟଲ୍ଡିଙ୍ଗ (ଅଧିକ ଉତ୍ପାଦନକ୍ଷମ), ପରିବେଶ ଅନୁକୂଳ ଏବଂ ପୋଷକ ଭିତ୍ତିକ ଶସ୍ୟର ଉନ୍ମୋଚନ କରିବେ
August 10th, 02:07 pm
ପ୍ରଧାନମନ୍ତ୍ରୀ ୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କରିବେ ଯାହା ମଧ୍ୟରେ ୩୪ କ୍ଷେତ୍ର ଫସଲ ଏବଂ ୨୭ଟି ଉଦ୍ୟାନ ଫସଲ ରହିଛି । କ୍ଷେତ୍ର ଫସଲ ମଧ୍ୟରେ ବାଜରା, ଗୋଖାଦ୍ୟ ଫସଲ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ଆଖୁ, କପା, ତନ୍ତୁ ଏବଂ ଅନ୍ୟାନ୍ୟ ସମ୍ଭାବିତ ଫସଲ ଭଳି ଡାଲି ଜାତୀୟ ଫସଲ ଉନ୍ମୋଚନ ହେବ । ଉଦ୍ୟାନ ଶସ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ, ଆଳୁ ଜାତୀୟ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଉନ୍ମୋଚନ ହେବ ।