ଟାୟାର- 2 ଓ ଟାୟାର- 3 ସହର ଆର୍ଥିକ ଗତିବିଧିର ନୂଆ କେନ୍ଦ୍ର କିଭଳି ହେଉଛି ? ଅଧିକ ପଢ଼ନ୍ତୁ !

February 13th, 04:04 pm

ଟାଇମ୍ସ ନାଓ ସମ୍ମିଳନୀରେ ,ଟାୟାର- 2 ଓ ଟାୟାର- 3 ସହରମାନଙ୍କର ବିକାଶ ଉପରେ ଆଲୋକପାତ କରି ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଏହି ସହରଗୁଡ଼ିକ ଆର୍ଥିକ ଗତିବିଧିର ନୂଆ କେନ୍ଦ୍ର ହେଉଛି ,ଯାହା ଡିଜିଟାଲ ଦେଣନେଣରେ ବୃଦ୍ଧି ଏବଂ ଷ୍ଟାର୍ଟଅପ ପଂଜୀକରଣର ଅଭିବୃଦ୍ଧିଶୀଳ ସଂଖ୍ୟା ଯୋଗୁ ହେଉଛି ।

ଗତ 8 ମାସରେ ମୋଦୀ ସରକାରଙ୍କ କଣ ବଡ଼ ବଡ଼ ଉପଲବ୍ଧି ରହିଛି ? ଅଧିକ ଜାଣନ୍ତୁ !

February 13th, 04:04 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ,ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ଭାବେ ଭାରତ ନୂଆ ଦଶନ୍ଧି ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି ଏବଂ ଏ ଦିଗରେ ଖୁବ ଦ୍ରୁତ ଗତିରେ ଆଗେଇବା ଲାଗି ପ୍ରସ୍ତୁତ ଅଛି । ସରକାର ମଧ୍ୟ ଏପରି ଭାବନା ନେଇ କାର୍ଯ୍ୟ କରିବା ସହିତ ଗତ 8 ମାସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଶତକ ପୂରଣ କରିଛନ୍ତି ।

ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ : ପ୍ରଧାନମନ୍ତ୍ରୀ ମୋଦୀ

February 12th, 07:32 pm

ଟାଇମ୍ସ ନାଓ ସମ୍ମିଳନୀକୁ ସମ୍ବୋଧିତ କରି ,ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ,ଭାରତ ତୀବ୍ର ଗତିରେ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବ ।

ଇଣ୍ଡିଆ ଆକ୍ସନ ପ୍ଲାନ – 2020 ଶିଖର ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ

February 12th, 07:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ଇଣ୍ଡିଆ ଆକ୍ସନ ପ୍ଲାନ 2020ରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି ।