ଜୁଲାଇ ୨୬ ତାରିଖରେ ପ୍ରଗତି ମଇଦାନ ସ୍ଥିତ ଆର୍ନ୍ତଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ଜୁଲାଇ ୨୬ ତାରିଖରେ ପ୍ରଗତି ମଇଦାନ ସ୍ଥିତ ଆର୍ନ୍ତଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

July 24th, 07:45 pm

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି । ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି । ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି । କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି ।